ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପେଟନ ମହେନ୍ଦ୍ର ସିଂହ ଧୋନିଙ୍କ ଜର୍ସି ନମ୍ବର ୭ । ତେବେ କାହିଁକି 'ନମ୍ବର ୭' ବିଶ୍ବ ବିଜୟୀ ପୂର୍ବତନ ଭାରତୀୟ କ୍ୟାପେଟନ ଧୋନିଙ୍କ ବହୁତ ପ୍ରିୟ, ଏନେଇ ସେ ନିଜେ ଖୁଲାସା କରିଛନ୍ତି । ଧୋନି କହିଛନ୍ତି, ଜୁଲାଇ ମାସର ୭ ତାରିଖ ତାଙ୍କର ଜନ୍ମଦିନ ହୋଇଥିବାରୁ 'ନମ୍ବର ୭' ପ୍ରିୟ ନମ୍ବର । ଏଥିଯୋଗୁଁ ତାଙ୍କର ଐତିହାସିକ ଜର୍ସି ନମ୍ବରକୁ କିଛି ଅନ୍ଧବିଶ୍ବାସ ସହିତ ଯୋଡାଯାଏ ।
ନିଜର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁରେ ଧୋନି ନିଜର ଟି ସାର୍ଟରେ ଜର୍ସି ନମ୍ବର ୭ ପାଇଥିଲେ , ଏହାପରେ ତାଙ୍କର ସଫଳତାର ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଥିଲା ।
ଆସନ୍ତା ସପ୍ତାହରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଥିବାବେଳେ, ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଥିବା ଇଣ୍ଡିଆ ସିମେଣ୍ଟ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ ବାର୍ତ୍ତାଳାପରେ ଫ୍ୟାନ୍ସଙ୍କୁ ନମ୍ବର ୭ ଜର୍ସିର କାରଣ କହିଛନ୍ତି ।
ଧୋନି କହିଛନ୍ତି, "ଅନେକ ଲୋକେ ଭାବନ୍ତି ଯେ ' ନମ୍ବର ୭' ମୋ ପାଇଁ ଏକ ଲକି ନମ୍ବର । ପ୍ରଥମଃ ଏହା ଅତି ସାଧାରଣ ଥିଲା ଯେ, ମୋର ଜନ୍ମ ଜୁଲାଇ ମାସର ୭ ତାରିଖରେ ହୋଇଥିଲା । ଏହା ବର୍ଷର ସପ୍ତମ ମାସର ସପ୍ତମ ଦିନ । ବର୍ଷ ମଧ୍ୟ ୧୯୮୧ ଅର୍ଥାତ ୮-୧=୭, ଏହା ଏକ ନ୍ୟୁଟ୍ରାଲ ନମ୍ବର । ନିଜର ଜନ୍ମ ତାରିଖକୁ ସେଥିପାଇଁ ଚୟନ କରିଥିଲି । "
ଆଇପିଏଲର ପଞ୍ଚଦଶ ସଂସ୍କରଣର ଆରମ୍ଭ ମାର୍ଚ୍ଚ ୨୬ରୁ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରୁ ହେବ । ଧୋନିଙ୍କ ନେତୃତ୍ବରେ CSK ଟିମ IPL ୨୦୨୨ ପାଇଁ ସୁରତରେ ଗତ ସପ୍ତାହରେ ଅଭ୍ୟାସ କରିଥିଲା ।
IANS