ETV Bharat / sports

IPL 2022: CSK ପାଇଁ 200 ମ୍ୟାଚ ଖେଳିଲେ ଧୋନି - ଚେନ୍ନାଇ ପାଇଁ ପାଇଁ 200 ମ୍ୟାଚ ଖେଳିଲେ ଧୋନି

ଫଟାଫଟ ଆଇପିଏଲ ମ୍ୟାଚ ଜାରି ରହିଛି । ବୁଧବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ 200ତମ ମ୍ୟାଚ ଖେଳିଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଅଧିକ ପଢନ୍ତୁ

CSK ପାଇଁ 200 ମ୍ୟାଚ ଖେଳିଲେ ଧୋନି
CSK ପାଇଁ 200 ମ୍ୟାଚ ଖେଳିଲେ ଧୋନି
author img

By

Published : May 5, 2022, 7:11 AM IST

Updated : May 5, 2022, 2:17 PM IST

ପୁଣେ: ଫଟାଫଟ ଆଇପିଏଲ ମ୍ୟାଚ ଜାରି ରହିଛି । ବୁଧବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ 200ତମ ମ୍ୟାଚ ଖେଳିଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଏମଏସଡି ପ୍ରଥମ ଖେଳାଳି ଯିଏକି ସିଏସକେ ପାଇଁ 200 ଆଇପିଏଲରେ ମ୍ୟାଚ ଖେଳିଛନ୍ତି । ଏହାକୁ ମିଶାଇ ଧୋନି ତାଙ୍କ କ୍ୟାରିୟରରେ 230 ଆଇପିଏଲ ମ୍ୟାଚ ଖେଳିଛନ୍ତି ।

ଏହାପୂର୍ବରୁ ୨୦୧୬ ଓ ୨୦୧୭ରେ ରାଇସିଂ ପୁଣେ ସୁପରଜିଆଣ୍ଟ୍ସ ପାଇଁ 30ଟି ମ୍ୟାଚ ଖେଳିଥିଲେ । କାରଣ ୨୦୧୬ ଓ ୨୦୧୭ରେ ମ୍ୟାଚ୍ ଫିକ୍ସିଂ ପାଇଁ ଚେନ୍ନାଇ ଦୁଇ ବର୍ଷ ପାଇଁ ଆଇପିଏଲରୁ ବ୍ୟାନ୍‌ ହୋଇଥିଲେ । ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ଟସ୍‌ ଜିତି ଏମଏସ ଧୋନି CSK ପାଇଁ 200 ଆଇପିଏଲ ମ୍ୟାଚର ମାଇଲଖୁଣ୍ଟରେ ପହଞ୍ଚିଥିଲେ । ଧୋନି ଆରସିବି ବିପକ୍ଷରେ CSK ପାଇଁ ଦମଦାର ରନ୍ ସ୍କୋରର ଭାବେ ଉଭା ହୋଇଛନ୍ତି ।

ଧୋନିଙ୍କୁ ଛାଡିଦେଲେ ଅନ୍ୟ କେହି ଖେଳାଳି ଚେନ୍ନାଇ ପାଇଁ 200 ମ୍ୟାଚ ଖେଳିନାହାନ୍ତି । ସୁରେଶ ରୈନା ଯିଏକି ଚଳିତ ସିଜିନରେ ନିଲାମ ହୋଇନାହାନ୍ତି ସେ ସୁପରକିଙ୍ଗ୍ସ ପାଇଁ 176 ମ୍ୟାଚ ଖେଳିଛନ୍ତି । ରବୀନ୍ଦ୍ର ଜାଡେଜା ଯିଏକି କିଛି ଦିନ ପୂର୍ବରୁ ସିଏସକେ କ୍ୟାପ୍ଟେନ୍ସି ଛାଡିଥିଲେ ସେ 142ଟି ମ୍ୟାଚ ଖେଳିଛନ୍ତି ।

ସବୁଠୁ ଅଧିକ ଆଇପିଏଲ ମ୍ୟାଚ ଖେଳିଥିବା ଖେଳାଳି ହେଲେ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ନେତୃତ୍ବରେ ଚେନ୍ନାଇ 4ଥର ଚମ୍ପିଆନ ହୋଇଛି । 2010, 2011, 2018 ଓ 2021ରେ ଆଇପିଏଲ ଟାଇଟଲ ହାତେଇଛି ଚେନ୍ନାଇ । ଧୋନିଙ୍କ ବ୍ୟତିତ ବିରାଟ କୋହଲି ମଧ୍ୟ ତାଙ୍କ ଦଳ ବାଙ୍ଗାଲୋର ପାଇଁ 200 ମ୍ୟାଚ ଖେଳିଛନ୍ତି । 2008 ରେ ଡେବ୍ୟୁ କରିବା ଭିତରେ କୋହଲି ମୋଟ 218 ଆଇପିଏଲ ମ୍ୟାଚ ଖେଳିଛନ୍ତି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 5, 2022, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.