ETV Bharat / sports

IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସଙ୍କୁ ବଡ ଝଟ୍‌କା, ଟୁର୍ନାମେଣ୍ଟରୁ ଷ୍ଟାର ଖେଳାଳି ବାହାର

ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ କହୁଣୀରେ ଆଘାତ ଯୋଗୁଁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସିଜିନରୁ ବାହାର । ଏନେଇ ଏକ ପ୍ରମୁଖ କ୍ରିକେଟ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

IPL 2022:  MARK WOOD RULED OUT OF IPL DUE TO INJURY
IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସଙ୍କୁ ବଡ ଝଟ୍‌କା, ଟୁର୍ନାମେଣ୍ଟରୁ ଷ୍ଟାର ଖେଳାଳି ବାହାର
author img

By

Published : Mar 18, 2022, 10:21 PM IST

ମୁମ୍ବାଇ: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ କହୁଣୀରେ ଆଘାତ ଯୋଗୁଁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସିଜିନରୁ ବାହାର ହୋଇଛନ୍ତି । ଏନେଇ ଏକ ପ୍ରମୁଖ କ୍ରିକେଟ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ଇଂଲଣ୍ଡ ଟେଷ୍ଟ ଟିମ ସହିତ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛନ୍ତି ଉଡ୍‌ ।

ତେବେ ଆଣ୍ଟିଗୁଆରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ବେଳେ ଉଡ୍‌ଙ୍କ ଡାହାଣ ହାତର କହୁଣୀରେ ଆଘାତ ଲାଗିଥିଲା । ଫଳରେ ବାର୍ବୋଡୋସରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରୁ ସେ ବାଦ୍‌ ପଡିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ମେଗା ଖେଳାଳି ନିଲାମୀରେ ଉଡ୍‌ଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ୭.୫ କୋଟି ଟଙ୍କାରେ କିଣିଥିଲା ।

ସୂଚନା ଅନୁଯାୟୀ, ଏକ ମେଡିକାଲ ଅପଡେଟ୍‌ ସୁପର ଜିଆଣ୍ଟ୍‌ସକୁ ଇସିବି ପକ୍ଷରୁ ମିଳିଛି । ଉଡ୍‌ଙ୍କୁ ବର୍ତ୍ତମାନ ବୋଲିଂ ଠାରୁ ଦୂରେଇ ରହିବାକୁ କୁହାଯାଇଛି । ଫ୍ରାଞ୍ଚାଇଜ ଏଯାବତ ତାଙ୍କ ସ୍ଥାନରେ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନାହିଁ । ମାର୍ଚ୍ଚ ୨୬ରୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.