ETV Bharat / sports

IPL 2022: ମୁମ୍ବାଇକୁ ଆଉଏକ ପରାଜୟର ସ୍ବାଦ ଚଖାଇଲା କୋଲକାତା - କୋଲକାତା କବଜାରେ ମ୍ୟାଚ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 56ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଥିଲା । ଏଥିରେ 52 ରନରେ ମ୍ୟାଚକୁ ଜିତି ନେଇଛି କୋଲକାତା । ବିଜୟ ସହ ପଏଣ୍ଟ ତାଲିକା ସପ୍ତମକୁ ଉଠିଛି କେକେଆର । ଅଧିକ ପଢନ୍ତୁ

କୋଲକାତା କବଜାରେ ମ୍ୟାଚ
କୋଲକାତା କବଜାରେ ମ୍ୟାଚ
author img

By

Published : May 10, 2022, 8:11 AM IST

ମୁମ୍ବାଇ: ମୁମ୍ବାଇକୁ ବିଜୟ ଦେଇପାରିଲାନି ବୁମରାଙ୍କ ଘାତକ ବୋଲିଂ । ବ୍ୟାଟିଂ ବିଫଳତା ଯୋଗୁଁ ସବୁ ଫସର ଫାଟିଲା । ଆଇପିଏଲ ଇତିହାସର ସଫଥଲମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 166 ରନ୍‌ର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲା । ମାତ୍ର ଦମଦାର ରଣନୀତି ଓ ଶୃଙ୍ଖଳିତ ବୋଲିଂ ସହ କୋଲକାତା ନାଇଟ ରାଇଡର୍ସ ଚମତ୍କାର ବିଜୟ ହାସଲ କରିବା ସହ ମୁମ୍ବାଇକୁ ଆଉ ଏକ ପରାଜୟର ସ୍ବାଦ ଚଖାଇଛି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 56ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଥିଲା । ଏହାକୁ 52 ରନର ବଡ ବ୍ୟବଧାନରେ ଜିତି ନେଇଛି କୋଲକାତା । ଫଳରେ ଏହି ବିଜୟ ସହ ଆଇପିଏଲ 2022 ପଏଣ୍ଟ ତାଲିକା ସପ୍ତମକୁ ଉଠିଛି KKR ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ନୀତିଶ ରାଣା ଓ ଭେଙ୍କଟେଶ ଆୟରଙ୍କ ସର୍ବାଧିକ ରନ୍‌ କରିଥିଲେ । ଭେଙ୍କଟେଶ ୨୪ ବଲରେ ୩ଟି ଚୌକା ଓ ୪ଟି ଛକା ମାରି ୪୩ ରନ କରିଥିବା ବେଳେ ନୀତିଶ ରାଣା ମଧ୍ୟ ସମାନ ରନ୍‌ କରିଥିଲେ । ରାଣା ୨୬ ବଲ୍‌ ଖେଳି ୩ଟି ଚୌକା ସହ ଓ ୪ଟି ଛକା ସହ ୪୩ ରନ ଯୋଡ଼ିଥିଲେ । ଅଜିଙ୍କ୍ୟ ରାହାଣେ ୨୪ ବଲ୍‌ ଖେଳି ୩ଟି ଚୌକା ସହ ୨୫ ରନ କରିଥିବାବେଳେ ଅଧିନାୟକ ଶ୍ରେୟସ ଆୟର ୮ଟି ବଲ୍‌ ଖେଳି ଗୋଟିଏ ଚୌକା ସହ ମାତ୍ର ୬ ରନ କରିଥିଲେ । ଅଶ୍ବିନଙ୍କ ବଲରେ କ୍ୟାଚ ଆଉଟ୍‌ ହୋଇଥିଲେ ଶ୍ରେୟାସ । ମୁମ୍ବାଇ ଆଗରେ 166 ରନ୍‌ର ଟାର୍ଗେଟ ଦେଇଥିଲା କୋଲକାତା ।

୬ ଓଭର ଚାଲିଥିବା ବେଳେ ମୁମ୍ବାଇ ବୋଲର ବିପକ୍ଷ ଟିମର ପ୍ରଥମ ୱିକେଟ ନେବାରେ ସଫଳ ହୋଇଥିଲେ । ସାମ୍ସ ୪ ଓଭର ବୋଲିଂ କରି ୨୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ହେଲେ ଚଳିତ ମ୍ୟାଚରେ ଜସପ୍ରିତ ବୁମରାଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା । ବୁମରା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ୪ ଓଭର ବୋଲିଂ କରି ମାତ୍ର ୧୦ ରନ ଦେଇଥିଲେ । କୁମାର କାର୍ତ୍ତିକେୟ ୩ ଓଭର ବୋଲିଂ କରି ୨ଟି ୱିକେଟ ନେଇଥିଲେ ।

166 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ । 2 ରନରେ ରୋହିତ ଶର୍ମା ଆଉଟ ହୋଇଥିଲେ । ଏହାପରେ ତିଲକ ବର୍ମା (6) ରନ କରି ନରାଶ କରିଥିଲେ । ସେହିପରି ରମଣଦୀପ 12 ଓ ଟିମ ଡେଭିଡ 13 ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ଇଶାନ କିଷନ ଲଢୁଆ ବ୍ୟାଟଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । 51 ରନ କରି ଆଉଟ ହୋଇଥିଲେ । ଏହା ପରେ ଦଳର ପରାଜୟ ଏକପ୍ରକାର ନିଶ୍ଚିନ୍ତ ହୋଇଯାଇଥିଲା । ଇଶାନଙ୍କ ପରେ ପୋଲାଡ (15) ରନ କରି ଆଉଟ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ରନ ଗାଡି 113 ରନରେ ଅଟକି ଯାଇଥିଲା । କୋଲକାତା ପକ୍ଷରୁ କମିନ୍ସ 4ଟି ୱିକେଟ ନେଇଥିବାବେଳେ ରସେଲ 2ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.