ETV Bharat / sports

IPL 2022: ବିରାଟଙ୍କ ଦିୱାନୀ ଫ୍ୟାନ୍‌, କହିଲେ ୭୧ତମ ଶତକ ପର୍ଯ୍ୟନ୍ତ ଡେଟିଂ ବନ୍ଦ - ବିରାଟ କୋହଲି ଫ୍ୟାନ

ବିରାଟଙ୍କ ଜଣେ ଫ୍ୟାନ୍ସ ମ୍ୟାଚ୍‌ ଦେଖିବାକୁ ଆସି ଦର୍ଶକ ଗ୍ୟାଲେରୀରୁ ଏମିତି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ସୋସିଆଲ ମିଡିଆରେ ନୂଆ ଭାଇରାଲ ଗର୍ଲ ପାଲଟିଛନ୍ତି । ଅଧିକ ପଢନ୍ତୁ

IPL 2022: Kohli fangirl's banner for ex-RCB captain goes viral
IPL 2022: ବିରାଟଙ୍କ ଦିୱାନୀ ଫ୍ୟାନ୍‌, କହିଲେ ୭୧ତମ ଶତକ ପର୍ଯ୍ୟନ୍ତ ଡେଟିଂ ବନ୍ଦ
author img

By

Published : Apr 10, 2022, 11:01 PM IST

ମୁମ୍ବାଇ: ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ତଥା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କର ସମଗ୍ର ବିଶ୍ବରେ ଅଗଣିତ କ୍ରିକେଟ ଫ୍ୟାନ୍ସ ରହିଛନ୍ତି । ତେବେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ବିରାଟଙ୍କ ଜଣେ ଫ୍ୟାନ୍ସ ଏବେ ବେଶ ଚର୍ଚ୍ଚାରେ । ଜଣେ ଯୁବତୀ ମ୍ୟାଚ୍‌ ଦେଖିବାକୁ ଆସି ଦର୍ଶକ ଗ୍ୟାଲେରୀରୁ ଏମିତି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ସୋସିଆଲ ମିଡିଆରେ ନୂଆ ଭାଇରାଲ ଗର୍ଲ ପାଲଟିଛନ୍ତି ।

ମ୍ୟାଚ୍‌ ସମୟରେ ଅନେକ ଦର୍ଶକ ସେ ସମର୍ଥନ କରୁଥିବା ଟିମ କିମ୍ବା ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଉଦ୍ଦେଶ୍ୟରେ ପ୍ଲାକାର୍ଡରେ ନିଜର କିଛି ବାର୍ତ୍ତା ଲେଖି ଜଣାଇବାକୁ ପ୍ରୟାସ କରିଥାନ୍ତି । ବିରାଟଙ୍କ ଏଦି ଦିୱାନୀ ଫ୍ୟାନ୍ସ ଜଣଙ୍କ ମଧ୍ୟ ଏପରି କିଛି କରିଛନ୍ତି । ବିରାଟ ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ ନ କରିବା ପର୍ଯ୍ୟନ୍ତ ଡେଟ୍‌ କରିବେ ନାହିଁ ବୋଲି ମହିଳା ଫ୍ୟାନ୍ସ ଜଣଙ୍କ ପ୍ଲାକାର୍ଡରେ ଲେଖିଥିଲେ । ଏହାପରେ ଇଣ୍ଟରନେଟ୍‌ରେ ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ମଡର୍ନ ଡେ କ୍ରିକେଟରେ ବିଶ୍ବର ଅନ୍ୟତମ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ଗତ କିଛି ବର୍ଷ ଧରି ଶତକୀୟ ଇଂନିସ ଖେଳିନାହାନ୍ତି । ଫଳରେ ତାଙ୍କର ୭୧ତମ ଶତକ ଅପେକ୍ଷାରେ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଯାବତ ୩ଟି ମ୍ୟାଚ୍‌ରେ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.