ETV Bharat / sports

IPL 2022: ଟ୍ରଫି ହାତେଇଲା ଗୁଜୁରାଟ ଟାଇଟନ୍ସ - ଆଇପିଏଲ ଫାଇନାଲ ମ୍ୟାଚ ଫଳାଫଳ

ଦୀର୍ଘ 66 ଦିନ ପରେ ଫଳାଫଳ । ଖୁସିରେ ଝୁମୁଛନ୍ତି ଫ୍ୟାନ୍ସ । ପଦାର୍ପଣ ଦଳ ଭାବେ ଦମ ଦେଖାଇଛି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ନୂଆ ଦଳ ଭାବେ ଆଇପିଏଲ ଚମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ । ଅଧିକ ପଢନ୍ତୁ

ଟ୍ରଫି ହାତେଇଲା ଗୁଜୁରାଟ ଟାଇଟନ୍ସ
ଟ୍ରଫି ହାତେଇଲା ଗୁଜୁରାଟ ଟାଇଟନ୍ସ
author img

By

Published : May 30, 2022, 7:19 AM IST

Updated : May 30, 2022, 8:01 AM IST

ଅହମ୍ମଦାବାଦ: ଦୀର୍ଘ 66 ଦିନ ପରେ ଫଳାଫଳ । ଖୁସିରେ ଝୁମୁଛନ୍ତି ଫ୍ୟାନ୍ସ । ପଦାର୍ପଣ ଦଳ ଭାବେ ଦମ ଦେଖାଇଛି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ନୂଆ ଦଳ ଭାବେ ଆଇପିଏଲ ଚମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିଥିଲେ । ରୟାଲ୍ସକୁ 7 ୱିକେଟରେ ହରାଇ ଟାଇଟଲ କବଜା କରିଛି ଟାଇଟନ୍ସ । ନୂଆ ଦଳ ଭାବେ ବିଜୟ ମୁକୁଟ ପିନ୍ଧିଛି ଗୁଜୁରାଟ ।

130 ରନ କୌଣସି ଆଇପିଏଲର ଦ୍ବିତୀୟ ସର୍ବନିମ୍ନ ସ୍କୋର । 131 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ପଦାର୍ପଣ ଟିମ ଗୁଜୁରାଟ । ରାଜସ୍ଥାନ ବୋଲର 23 ରନରେ 2ଟି ୱିକେଟ ନେଇ ମ୍ୟାଚରେ କିଛି ସମୟ ପାଇଁ ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବେଶି ସମୟ ପାଇଁ ନଥିଲା । ଶୁବମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା 63 ରନ ଯୋଡି ଥିଲେ । ଅଧିନାୟକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପଦର୍ଶନ ଦଳର ବିଜୟକୁ ସହଜ କରିଥିଲା । ପାଣ୍ଡ୍ୟା 3 ୱିକେଟ ନେବା ସହ 34 ରନ କରିଥିଲେ । ଯୁବ ଖେଳାଳି ଶୁବମନ (45) ଶେଷ ଯାଏଁ ଅପରାଜିତ ରହି ଛକା ମାରି ଦଳକୁ ବିଜୟୀ କରାଇଥିଲେ । 11ଟି ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଟାଇଟନ୍ସ । 3ଟି ୱିକେଟ ହରାଇ ଦଳ 133 ରନ କରିଥିଲା । ପ୍ରଭାବୀ, ପ୍ରଶଂସନୀୟ ପ୍ରର୍ଦଶନ କରି ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଗୁ଼ଜୁରାଟ ।

ଫାଇନାଲ ଫାଇଟରେ ପ୍ରଥମେ ଟସ ଜିତିଥିଲା ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ସଞ୍ଜୁ ସାମସନ । ୬୬ ଦିନର ୭୩ଟି ମ୍ୟାଚ୍‌ ପରେ ଫାଇନାଲରେ ଟ୍ରଫି ଲଢେଇ ଆରମ୍ଭ ହୋଇଥିଲା । କେତେକ ବଡ଼ ସଟ୍‌ ଖେଳିବା ପରେ ଓପନର ଯଶସ୍ବୀ ଜୈସୱାଲ ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରି ହାର୍ଦ୍ଦିକଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଗୁଜୁରାଟ ଟାଇଟନ୍ସର ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଥିଲେ ରାଜସ୍ଥାନର ବ୍ୟାଟର । ଦଳ ପକ୍ଷରୁ ଜୋସ ବଟ୍‌ଲର୍‌ ସର୍ବାଧିକ ୩୯ ରନ୍‌ କରିଥିଲେ । ଆଉ କୌଣସି ବ୍ୟାଟର ବଡ଼ ସ୍କୋର୍‌ କରି ପାରିନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ ହରାଇ ୧୩୦ ରନ୍‌ କରିଥିଲା । 14 ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିଲା ରାଜସ୍ଥାନର ବିଜୟ ଆଶା ଆଶାରେ ରହିଯାଇଛି ।

ଗୁଜୁରାଟ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ ୱିକେଟ ଅକ୍ତିଆର କରିଥିଲେ । ରାଶିଦ ଖାନ୍‌, ୟଶ ଦୟାଲ, ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ରବି ଶ୍ରୀନିବାସନ ଦୁଇଟି ୱିକେଟ ନେଇଥିଲେ।

Last Updated : May 30, 2022, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.