ETV Bharat / sports

IPL 2022: କ୍ୟାପିଟାଲ୍ସ କବଜାରେ ମ୍ୟାଚ, 8 ୱିକେଟରେ ହାରିଲା ରାଜସ୍ଥାନ - 8 ୱିକେଟରେ ଜିତିଲା ଦିଲ୍ଲୀ

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ IPL 2022 ର 57ତମ ଲିଗ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ 8 ୱିକେଟରେ ବିଜୟ ହାସଲ କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

IPL 2022: କ୍ୟାପିଟାଲ୍ସ କବଜାରେ ମ୍ୟାଚ, 8 ୱିକେଟରେ ହାରିଲା ରାଜସ୍ଥାନ

author img

By

Published : May 12, 2022, 8:25 AM IST

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ(RR) ବିପକ୍ଷରେ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ(DC) । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) 57ତମ ଲିଗ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ 8 ୱିକେଟରେ ବିଜୟ ହାସଲ କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୱାର୍ଣ୍ଣର ଓ ମାର୍ଶଙ୍କ ଦମଦାର ଭାଗିଦାରୀ ବଦଳରେ କ୍ୟାପିଟାଲ୍ସ ରୋମାଞ୍ଚକର ବିଜୟ ହାସଲ କରିଛି । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମିଚେଲ ମାର୍ଶ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ । ପରେ କ୍ୟାପଟେନ୍‌ ନିଷ୍ପତିକୁ ସଠିକ୍‌ ପ୍ରମାଣିତ କରିଥିଲେ DC ବୋଲର । ବିସ୍ଫୋରକ ବ୍ୟାଟ୍‌ର ଜସ ବଟଲରଙ୍କୁ ମାତ୍ର 7 ରନ୍‌ରେ ପାଭିଲିୟନ ଫେରିଥିଲେ ।

ଏହାପରେ ରବିଚନ୍ଦ୍ରନ ଅଶ୍ବିନ ଓ ଓପନର ଯଶସ୍ବୀ ଜୈସ୍ବାଲଙ୍କ ସହ ମିଛି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଯଶ୍ବସ୍ବୀ ବେଶୀ ସମୟରେ କ୍ରିଜରେ ତିଷ୍ଠି ପାରିନଥିଲେ । ବ୍ୟକ୍ତିଗତ 19ରନ କରି ଆଉଟ ହୋଇଥିଲେ ଯଶସ୍ବୀ । ଦେବଦତ୍ତ ପାଡିକଲ ଓ ଅଶ୍ବିନଙ୍କ ସହ ମିଶି ଉପଯୋଗୀ ଭାଗିଦାରୀ କରିଥିଲେ । ତୃତୀୟ ୱିକେଟରେ ଉଭୟ 53 ରନ ଯୋଗ କରିଥିଲେ । ଅର୍ଦ୍ଧଶତକ ଅର୍ଜନ କରି ଅଶ୍ବିନ (50) ଆଉଟ ହୋଇଥିଲେ । ବାକି ଆଉ କେହି କ୍ରିଜରେ ତିଷ୍ଠି ପାରିନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଦେବଦତ୍ତ ପାଦିକ୍କଲ (48) ରନ କରି ଦଳୀୟ ସ୍କୋକୁ 160ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଞ୍ଜୁ ସାମସନ 6, ପରାଗ 9, ଡୁସେନ ଓ ବୋଲ୍ଟ ଅପରାଜିତ ଯଥାକ୍ରମେ 12 ଓ 6 ରନ କରିଥିଲେ । 20 ଓଭରରେ 6 ୱିକେଟ ହରାଇ 160 ରନ୍ ସଂଗ୍ରହ କରିଥିଲା ରୟାଲ୍ସ । କ୍ୟାପିଟାଲ୍ସ ପକ୍ଷରୁ ମାର୍ଶ, ଚେତନ ସକରିୟା ଓ ନର୍ଜ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ: ଚେନ୍ନାଇକୁ ଝଟକା, ଆଇପିଏଲରୁ ଜାଡେଜା ଆଉଟ୍

161 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା କ୍ୟାପିଟାଲ୍ସ । ଓପନର କେ ଏସ ଭରତ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏହାପରେ ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣର ସ୍ଥିତି ସମ୍ଭାଳିଥିଲେ । କ୍ରିଜରେ ଜମିବା ପରେ ଉଭୟ ବିସ୍ଫୋରଣ କରିବା ଆରମ୍ଭ କରି ଦେଇଥିଲେ । ଦୁଇଜଣଙ୍କ ଭିତରେ ଏକ ଦାମଦାର ଭାଗିଦାରୀ ଦେଖିବାକୁ ମିଳିଥିଲା । ମାର୍ଶ ଚୌକା ଛକା ବର୍ଷା କରିଥିଲେ । ଭଭୟଙ୍କ ବ୍ୟାଟିଂରେ ଧରାଶାୟୀ ହୋଇଥିଲେ ରୟାଲ୍ସ ବୋଲର । ଦ୍ବିତୀୟ ୱିକେଟ ବେଳକୁ ଦଳୀୟ ସ୍କୋର 144ରେ ପହଞ୍ଚି ଯାଇଞ୍ଚି ଯାଇଥିଲା । ମାର୍ଶ 62 ବଲରେ 5ଟି ଛକା ଓ 7ଟି ଚୌକା ମାରି 89 ରନ କରି ଆଉଟ ହୋଇଥିଲେ । ୱାର୍ଣ୍ଣର ଓ ପନ୍ତ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ । 11ଟି ବଲ ବାକି ଥାଇ ବିଜୟ ହାସଲ କରି ନେଇଥିଲା କ୍ୟାପିଟାଲ୍ସ । ୱାର୍ଣ୍ଣର 52 ଓ ପନ୍ତ13 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଚହଲ ଓ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.