ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 68ତମ ମ୍ୟାଚ ଜସ୍ଥାନ ରୟାଲ୍ସ (RR) ଏବଂ ଚେନ୍ନାଇ ସୁପରକିଙ୍ଗ୍ସ (CSK) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 150 ରନ୍ ସଂଗ୍ରହ କରିଛି CSK । ଫଳରେ ରାଜସ୍ଥାନ ଆଗରେ 151 ରନର ଟାର୍ଗେଟ ରହିଛି ।
ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଧୋନି । ଦଳ ଆରମ୍ଭରୁ ଋତୁରାଜ ଗାଏକ୍ବାଡଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା । 6 ବଲରେ 2 ରନ କରି ଗାଏକ୍ବାଡ ପାଭିଲିୟନ ଫେରି ଯିବାପରେ ମୈଦାନକୁ ଓହ୍ଲାଇଥିଲେ ମୋଇନ ଅଲ୍ଲି । ଏକ ରୋମାଞ୍ଚକର ଅଧ୍ୟାୟ ଆରମ୍ଭ କରିଥିଲେ ମୋଇନ । ରାଜସ୍ଥାନର କୌଣସି ବୋଲରକୁ ବାଦ୍ ଦେଇନଥିଲେ । ମୋଇନଙ୍କ ଧୂଆଁଧାର ଚୌକା ଛକା ବଳରେ ଦଳ, ଦ୍ବିତୀୟ ୱିକେଟ ହରାଇବା ବେଳକୁ 85 ରନ୍ କରିପାରଥିଲା ।
-
Moeen Ali departs after a majestic 93.
— IndianPremierLeague (@IPL) May 20, 2022 " class="align-text-top noRightClick twitterSection" data="
What a knock that was from the @ChennaiIPL left-hander! 👏 👏
Obed McCoy takes his second wicket as @ParagRiyan takes his second catch.
Follow the match ▶️ https://t.co/ExR7mrzvFI#TATAIPL | #RRvCSK | @rajasthanroyals pic.twitter.com/PX6uVWTWOQ
">Moeen Ali departs after a majestic 93.
— IndianPremierLeague (@IPL) May 20, 2022
What a knock that was from the @ChennaiIPL left-hander! 👏 👏
Obed McCoy takes his second wicket as @ParagRiyan takes his second catch.
Follow the match ▶️ https://t.co/ExR7mrzvFI#TATAIPL | #RRvCSK | @rajasthanroyals pic.twitter.com/PX6uVWTWOQMoeen Ali departs after a majestic 93.
— IndianPremierLeague (@IPL) May 20, 2022
What a knock that was from the @ChennaiIPL left-hander! 👏 👏
Obed McCoy takes his second wicket as @ParagRiyan takes his second catch.
Follow the match ▶️ https://t.co/ExR7mrzvFI#TATAIPL | #RRvCSK | @rajasthanroyals pic.twitter.com/PX6uVWTWOQ
ଏହାପରେ 7 ଓଭରରେ କନୱେ 16 ରନ୍ କରି ପାଭିଲିୟନ ଫେରିଯିବା ପରେ ଟିମ୍ ଉପରେ ପଡିଥିଲା ବିପର୍ଯ୍ୟୟ । ଏନ ଜଗଦିଶନ 1 ଏବଂ ଅମ୍ବାତି ରାୟିଡୁ 3 ରନ୍ କରି ଆଉଟ୍ ହୋଇଯାଇଥିଲେ । ମୋଇନଙ୍କ ସହ ସତର୍କ ପାଳି ଆରମ୍ଭ କରିଥିଲେ କ୍ୟାପ୍ଟେନ ଧୋନି । ଉଭୟ ସତର୍କତାର ସହ ଖେଳି ଦଳୀୟ ସ୍କୋର 150 ରେ ପହଞ୍ଚାଇତିଲେ । ତେବେ ଅଲ୍ଲି 57 ବଲରେ 93 ରନ୍ କରି ଥିବାବେଳେ ସେଥିରେ 13 ଟି ଚୌକା ଏବଂ 3ଟି ଛକା ରହିଛି ।
ସେହିପରି ଧୋନି 28 ବଲରେ 26, ସାଣ୍ଟନର 1 ଏବଂ ସିମରଜିତ ସିଂ 3 ରନ୍ କରି ଅପରାଜିତ ରହିଛନ୍ତି । ସେପଟେ ରାଜସ୍ଥାନ ପକ୍ଷରୁ ଚହଲ ଏବଂ ଓବେଡ 2ଟି ଲେଖାଏଁ ୱିକେଟ ନେଇ ଥିବାବେଳେ ଅଶ୍ବିନ ଏବଂ ବୋଲ୍ଟଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ୱିକେଟ ।