ETV Bharat / sports

IPL 2022: 133 ରନରେ ଚେନ୍ନାଇକୁ ରୋକିଲା ଗୁଜୁରାଟ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଗୁଜୁରାଟ ଆଗରେ 134 ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ । ଅଧିକ ପଢନ୍ତୁ

author img

By

Published : May 15, 2022, 5:28 PM IST

Updated : May 15, 2022, 6:48 PM IST

IPL 2022: 133 ରେ ଚେନ୍ନାଇକୁ ରୋକିଲା ଗୁଜୁରାଟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 133 ରନ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଗୁଜୁରାଟ ଆଗରେ 134 ରନର ବିଜୟ ଲକ୍ଷ୍ୟ ରହିଛି ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ଏବଂ ଡେଭୋନ କନୱେ ପାଳି ଆରମ୍ଭ କରିଥିଲେ । ଦଳ ମାତ୍ର 8 ରନ୍ କରି ଥିବାବେଳେ ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ କନୱେ । ଏହାପରେ ଋୁତୁରାଜ ଗାଏକ୍ବାନ ଏବଂ ମୋଇନ ଅଲ୍ଲି ଦଳକୁ ଶକ୍ତି ଯୋଗାଇଥିଲେ । ଅଲ୍ଲି ପଡିଆରେ ବେଶି ସମୟ ତିଷ୍ଠି ପାରି ନ ଥିଲେ । 17 ବଲରେ 21 ରନ କରି ପାଭିଲିୟନ ଫେରି ଯାଇଥିଲେ ଅଲ୍ଲି ।

ଏହାପରେ ଋୁତରାଜଙ୍କ ସାଥ୍ ଦେଇଥିଲେ ଏନ ଜଗଦିଶନ । ଋତୁରାଜ 49 ବଲରେ 53 ରନ କରି ଥିବାବେଳେ ଜଗଦିଶନ 33 ବଲରେ 39 ରନ କରିଥିଲେ । ମାତ୍ର ଅନ୍ୟ କୌଣସି ଖେଳାଳୀ ଭଲ ପ୍ରଦର୍ଶନ କରିପାରିନଥିଲେ । ଶିବମ ଦୁବେ 2ଟି ବଲ୍ ଖେଳି ଖାତା ଖୋଲିପାରି ନ ଥିବାବେଳେ ମହେନ୍ଦ୍ର ସିଂ ଧୋନି 10(7) ଏବଂ ମିଚେଲ ସାଣ୍ଟନେର ଅପରାଜିତ ଗୋଟିଏ ରନ୍ ସଂଗ୍ରହ କରିଛନ୍ତି । ସେପଟେ ଗୁଜରାଟ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୨ଟି ଓ୍ଵିକେଟ୍‌ ନେଇ ଥିବାବେଳେ ରସିଦ ଖାନ, ଅଲଜାରୀ ଜୋସେଫ୍‌ ଓ ରବିଶ୍ରୀନିବାସନ୍‌ ସାଈ କିଶୋରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା ।

Last Updated : May 15, 2022, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.