ETV Bharat / sports

IPL 2022: ଚହଲ ଚମକରେ ଫିକା କୋଲକାତା, 7 ରନରେ ହରାଇଲା ରାଜସ୍ଥାନ

author img

By

Published : Apr 19, 2022, 7:55 AM IST

IPL 2022ର ୩୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଚହଲଙ୍କ ଚମକରେ ଫିକା ପଡିଗଲା କୋଲକାତା । ରୟାଲ୍ସର ଦମଦାର ପ୍ରଦର୍ଶନ ପାଇଁ ଆଉ ଏକ ପରାଜୟ ବରଣ କରିଛି କୋଲକାତା ନାଇଟରାଇଡର୍ସ । ଅଧିକ ପଢନ୍ତୁ

IPL2022
IPL2022

ମୁମ୍ବାଇ: IPL 2022ର ୩୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଚହଲଙ୍କ ଚମକରେ ଫିକା ପଡିଗଲା କୋଲକାତା । ରୟାଲ୍ସର ଦମଦାର ପ୍ରଦର୍ଶନ ପାଇଁ ଆଉ ଏକ ପରାଜୟ ବରଣ କରିଛି କୋଲକାତା ନାଇଟରାଇଡର୍ସ । ଜୋସ ବଟଲର ଓ ୟୁଝବେନ୍ଦ୍ର ଚହଲଙ୍କ ହାଟ୍ରିକ ୱିକେଟ ମ୍ୟାଚରୁ ମୁଖ୍ୟ ଆକର୍ଷଣ ଥିଲା । କୋଲକାତାକୁ 7 ରନରେ ହରାଇ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ରାଜସ୍ଥାନ । ଚହଲ 4 ଓଭର ବୋଲିଂ କରି 40 ରନ ଦେଇ 5 ୱିକେଟ ହାସଲ କରିଥିଲେ ତେଣୁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି ।

ଚହଲ ଚମକରେ ଫିକା କୋଲକାତା

କୋଲକାତା ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ବଟଲର ଓ ଦେବଦତ୍ତ ପାଦ୍ଦିକଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୯୭ ରନ୍‌ର ଭାଗିଦାରୀ ହୋଇଥିଲା । ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ପଡ଼ିଆକୁ ଓହ୍ଲାଇ ବଡ଼ ସଟ୍‌ ଖେଳିବା ଆରମ୍ଭ କରି ଦେଇଥିଲେ । ବଟଲରଙ୍କ ଆକ୍ରାମକ ବ୍ୟାଟିଂ ଆଗରେ ଧରାଶାୟୀ ହୋଇ ପଡ଼ିଥିଲେ କୋଲକାତାର ବୋଲର । ବଲଟର ୬୧ ବଲ୍‌ରୁ ୯ଟି ଚୌକା ଓ ୫ ଛକା ସହାୟତାରେ ୧୦୩ ରନ୍‌ କରିଥିଲେ । ଯାହାଫଳରେ ରାଜସ୍ଥାନ ଦଳ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା ।

ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ ହରାଇ ୨୧୭ କରିଥିଲା । କୋଲାକାତା ପକ୍ଷରୁ ପ୍ୟାଟ୍‌ କମିନ୍ସ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୧୨.୫୦ ହାରରେ ରନ୍‌ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ। ଶିଭମ ମାଭି ଓ ଆନ୍ଦ୍ରେ ରସେଲ ମଧ୍ୟ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ସୁନୀଲ ନାରିନ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । କୋଲକାତା ଆଗରେ ୨୧୮ ରନ୍‌ ଟାର୍ଗେଟ ରହିଥିଲା ।

ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରେୟାସ ସେନା । ଆରୋନ ପିଞ୍ଚ(53) ଓ ଅଧିନାୟକ ଶ୍ରେୟାସ ଆୟର ଚିତାକର୍ଷକ ବ୍ୟାଟିଂ କରି ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ । 16 ଓଭର ଯାଏଁ କୋଲକାତା କବଜାରେ ମ୍ୟାଚ ଥିବା ଅନୁମାନ କରାଯାଉଥିଲା । ଶ୍ରେୟାସ 85 ରନ କରି ଅପରାଜିତ ଥିଲେ। 17ତମ ଓଭରରେ ବୋଲିଂ ପାଇଁ ଆସିଥିଲେ ସ୍ପିନ ଯାଦୁଗର ଚହଲ । କୋଲକାତା ସ୍ଥିତି ଟଳମଳ କରି ଦେଇଥିଲେ ଚହଲ । ଓଭର ପ୍ରଥମ ବଲରେ ଭେଙ୍କଟେଶ ଆୟର ଷ୍ଟମ୍ପି ହୋଇ ପାଭିଲିୟନ ଫେରିଥିଲେ । ଦ୍ବିତୀୟ ବଲରେ ସେଲଡନ ଜାକସନ ଓ ତୃତୀୟ ବଲରେ 1 ରନ ନେବା ପରେ ଷ୍ଟ୍ରାଇକ ନେଇଥିଲେ ଶ୍ରେୟାସ । ପରବର୍ତ୍ତୀ ବଲ ୱାଇଡ ଥିଲା । ଚହଲ ଶ୍ରେୟାସଙ୍କୁ ଏଲବିଡବ୍ଲୁ କରିଥିଲେ । ପୁଣି ପରବର୍ତ୍ତୀ ବଲରେ ଶିବମ ମାଭି ଓ ପାଟ କମିନ୍ସଙ୍କୁ ଆଉଟ କରି ହାଟ୍ରିକ ଅର୍ଜନ କରିଥିଲେ ଚହଲ । ଚଳିତ ସିଜିନରେ ଏହା ପ୍ରଥମ ହ୍ୟାଟ୍ରିକ ।

ଏହା ବି ପଢନ୍ତୁ...IPL 2022: ବଟଲରଙ୍କ ଦମଦାର ଶତକ, KKR ଆଗରେ ଟାର୍ଗେଟ୍ 218

ଏହା ପରେ କୋଲକାତା ହାତରୁ ମ୍ୟାଚ ଖସିବାକୁ ଲାଗିଥିଲା । ହେଲେ ଉମେଶ ଯାଦବ ବ୍ୟାଟିଂ ଜାରି ରଖିଥିଲେ । 18ତମ ଓଭରରେ କୋଲକାତାକୁ 20 ରନ ମିଳିଥିଲା । ଶେଷ ଓଭରରେ ଦଳକୁ 11 ରନ ଦରକାର ଥିଲା । ଓବେଡ ମ୍ୟାକକୟ ଜାକସନ ଓ ଉମେଶଙ୍କ ୱିକେଟ ନେଇ ଦଳକୁ ବିଜୟୀ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.