ନୂଆଦିଲ୍ଲୀ: ଆଇପିଏଲର 28ତମ ମ୍ୟାଚରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ 55 ରନ୍ରେ ହରାଇଛି ରାଜସ୍ଥାନ ।
221ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦକୁ ନିର୍ଦ୍ଧାରିତ 20 ଓଭରରେ 165 ରନ୍ରେ ରୋକିଥିଲେ ରାଜସ୍ଥାନ ବୋଲର । ମୁସ୍ତାଫିଜୁର ରେହମାନ ଓ କ୍ରିସ ୱକ୍ସ 3ଟି ଲେଖାଏଁ ୱିକେଟ ହାସଲ କରି ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।
![IPL 2021: RR cruise to 55-run win over SRH](https://etvbharatimages.akamaized.net/etvbharat/prod-images/11617582_sanju.jpg)
ପୂର୍ବରୁ ଜସ୍ ବଟଲରଙ୍କ ପ୍ରଥମ ଟି-20 ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ 3 ୱିକେଟ ହରାଇ 220 ରନ୍ ସଂଗ୍ରହ କରିଥିଲା । ବଟଲର 64 ବଲ୍ରୁ ବିସ୍ଫୋରକ 124 ରନ୍ର ଇଂନିସ ଖେଳିଥିଲେ । ଦ୍ବିତୀୟ ୱିକେଟ ଭାଗିଦାରୀରେ 88 ବଲ୍ରେ କ୍ୟାପଟେନ ସଞ୍ଜୁ ସାମସନ ଓ ବଟଲର 150 ରନ୍ ଉଠାଇଥିଲେ । ସାମସନ 33 ବଲ୍ରୁ 48 ରନର ଦ୍ରୁତ ଇଂନିସ ଖେଳିଥିଲେ ।
![IPL 2021: RR cruise to 55-run win over SRH](https://etvbharatimages.akamaized.net/etvbharat/prod-images/11617582_buttler.jpg)
![IPL 2021: RR cruise to 55-run win over SRH](https://etvbharatimages.akamaized.net/etvbharat/prod-images/11617582_buttler.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ