ନୂଆଦିଲ୍ଲୀ: ହୃଦୟ ଜିତିଲା ଇଣ୍ଡିଆନ ପ୍ରିମିୟର ଲିଗ ରାଜସ୍ଥାନ ରୟାଲ୍ସ । ଭାରତରେ କୋଭିଡ-19ର ଭୟଭୟତା ମୁକାବିଲା ପାଇଁ ଗୁରୁବାର 7.5 କୋଟି ଟଙ୍କା କୋଭିଡ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି ଫ୍ରାଞ୍ଜାଇଜ ।
ଖେଳାଳି, ଟିମ ମାଲିକ ଓ ଟିମ ମ୍ୟାନେଜମେଣ୍ଟ ସମସ୍ତେ ସହାୟତା ପାଇଁ ଆଗେଇଆସିଛନ୍ତି । ବ୍ରିଟିସ ଏସିଆନ ଟ୍ରଷ୍ଟ(BAT) ସହଭାଗିତାରେ ରାଜସ୍ଥାନ ରୟାଲ୍ସ ଫାଉଣ୍ଡେସନ(RRF) ମଧ୍ୟ ସାମିଲ ରହିଛି ।
BAT ଭାରତ ସରକାରଙ୍କ ସହ ଅନେକ କାର୍ଯ୍ୟକ୍ରମରେ କାର୍ଯ୍ୟ କରିଛି । ବିଶେଷ କରି ଦକ୍ଷତା ଓ ଶିକ୍ଷା କ୍ଷେତ୍ରରେ ଏହି ସଂଗଠନ ଅଧିକ କାର୍ଯ୍ୟ କରୁଛି । ଟ୍ରଷ୍ଟର ଫାଉଣ୍ଡର ପ୍ରିନ୍ସ ଚାର୍ଲ୍ସ ଭାରତରେ ଜରୁରୀକାଳୀନ ''ଭାରତ ପାଇଁ ଅକ୍ସିଜେନ'' କାର୍ଯ୍ୟକ୍ରମର ଅପିଲ କରିଥିଲେ, ଯାହାକି ବର୍ତ୍ତମାନ ଦେଶରେ ଅକ୍ସିଜେନ ବିରତଣ ଓ କନସେଣ୍ଟ୍ରାଟର ଓ ଉପକରଣ ବିମାନ ଯୋଗେଁ ଯୋଗାଉଛି ଓ ହସ୍ପିଟାଲରେ ପହଞ୍ଚାଉଛି ।
ରାଜସ୍ଥାନ ରୟାଲ୍ସ ଦ୍ବାରା ପ୍ରସ୍ତୁତ ହେଇଥିବା ଫଣ୍ଡସ୍, ଦେଶର ବିଭିନ୍ନ ସ୍ଥାନରେ କୋଭିଡ ମୁକାବିଲାରେ ସହାୟକ ହେବ । ତେବେ ପ୍ରାଥମିକତା ଭାବେ ରାଜସ୍ଥାନରେ ଅଧିକ କ୍ରିୟାଶୀଳ କରିବାକୁ ଟ୍ରଷ୍ଟର ମୁଖ୍ୟ ରଞ୍ଜିତ ବର୍ଥାକର ଏକାଧିକ ଉପଯୋଗୀ କାର୍ଯ୍ୟକ୍ରମ ଚଳାଇଛନ୍ତି ।
ପୂର୍ବରୁ କ୍ରିକେଟର ପାଟ କମିନ୍ସ ଓ କମେଣ୍ଟେଟର ବ୍ରେଟ ଲି ଭାରତର କୋରୋନା ବିରୋଧୀ ଲଢେଇରେ ସାମିଲ ହେବା ସହ ଦେଶର ହସ୍ପିଟାଲରେ ଅକ୍ସିଜେନ ଯୋଗାଇବାକୁ ସହାୟତା ରାଶି ପ୍ରଦାନ କରିଛନ୍ତି ।
କମିନ୍ସ ପିଏଲ କେୟାର୍ସ ଫଣ୍ଡ୍କୁ 50,000 ଡଲାର ଦାନ କରିବା ପରେ ବ୍ରେଟ ଲି 1 ବିଟ୍ କଏନ କ୍ରିପ୍ଟୋ ରିଲିଫକୁ ଦାନ କରିଛନ୍ତି ।
ଦେଶରେ ଗତ 24 ଘଣ୍ଟାରେ 3, 79,257 କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ଭାଇରସ ଦେଶରେ ଚିହ୍ନଟ ହେବାପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ