ETV Bharat / sports

ଆଇପିଏଲ ମହାସମର: କୋଲକାତାକୁ 133 ରନ୍‌ରେ ରୋକିଲା ରାଜସ୍ଥାନ

author img

By

Published : Apr 24, 2021, 9:47 PM IST

ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 133 ରନ କରିଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢନ୍ତୁ...

IPL 2021: Rajastan restrict kolkata to 133/9
ଆଇପିଏଲ ମହାସମର: କୋଲକାତାକୁ 133 ରନ୍‌ରେ ରୋକିଲା ରାଜସ୍ଥାନ

ମୁମ୍ବାଇ: ଆଇପିଏଲର 18ତମ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କେକେଆର । ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 133 ରନ କରିପାରିଛି ଦଳ । ଫଳରେ ରାଜସ୍ଥାନ ସାମ୍ନାରେ 134 ରନର ବିଜୟ ଲକ୍ଷ୍ୟ ରହିଛି ।

କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ 36 ରନ୍‌ର ଇଂନିସ ଖେଳିଛନ୍ତି । ନୀତିଶ ରାଣା 22 ଓ ଦିନେଶ କାର୍ତ୍ତକ 25 ରନ୍‌ ଇଂନିସ ଖେଳିଛନ୍ତି । କ୍ୟାପଟେନ ଇଆନ ମୋର୍ଗାନଙ୍କ ଅନ୍ୟ ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଥିଲେ । ଫଳରେ 133 ରନ୍‌ରେ ସୀମିତ ରହିଥିଲା କେକେଆର ଇଂନିସ ।

ଅନ୍ୟପଟେ ରାଜସ୍ଥାନ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । କ୍ରିସ ମୋରିସ 4 ଓଭରରେ 23 ରନ୍‌ ବ୍ୟୟରେ ସର୍ବାଧିକ 4ଟି ୱିକେଟ ହାତେଇଥିଲେ । ଜୟଦେବ ଉନଦକତ, ଚେତନ ସକାରିୟା ଓ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.