ମୁମ୍ବାଇ: ଚଳିତ ଆଇପିଏଲର ଏକାଦଶ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 195 ରନ୍ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 196 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ପଞ୍ଜାବ ପକ୍ଷରୁ ଓପନର ମୟଙ୍କ ଅଗ୍ରୱାଲ 36 ବଲ୍ରୁ ସର୍ବାଧିକ 69 ରନ୍ର ଇଂନିସ ଖେଳିଛନ୍ତି । ଅଗ୍ରୱାଲଙ୍କ ଏହି ଇଂନିସରେ 7ଟି ଚୌକା ଓ 4ଟି ଛକା ସାମିଲ ରହିଛି । କ୍ୟାପଟେନ କେଏଲ ରାହୁଲ 51 ବଲ୍ରୁ 7ଟି ଚୌକା ଓ 2ଟି ଛକା ସହାୟତାରେ 61 ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ଶେଷ ଭାଗରେ 13 ବଲ୍ରୁ ଦ୍ରୁତ 22 ଓ ଶାହାରୁଖ ଖାନ 5 ବ୍ଲରୁ ଉପଯୋଗୀ 15 ରନ୍ର ଇଂନିସ ଖେଳିଥିଲେ ।
ଦିଲ୍ଲୀ ପକ୍ଷରୁ କ୍ରିସ ୱର୍କ୍ସ, ଏଲ ମେରିୱାଲା, କାଗିସୋ ରବାଡା ଓ ଅବେଶ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ