ଅହମ୍ମଦାବାଦ: ଆଇପିଏଲର 29ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେବାସହ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 166 ରନ୍ ସଂଗ୍ରହ କରିଛି ପଞ୍ଜାବ କିଙ୍ଗ୍ସ । ଫଳରେ ଦିଲ୍ଲୀ ସାମ୍ନାରେ 167 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ପଞ୍ଜାବ ପକ୍ଷରୁ କ୍ୟାପଟେନ ମୟଙ୍କ ଅଗ୍ରୱାଲ ଅପରାଜିତ 99 ରନ୍ର ଇଂନିସ ଖେଳିଛନ୍ତି । 58 ବଲ୍ରୁ 8 ଚୌକା ଓ 4 ଛକା ସହାୟତାରେ 99 ରନ ସହ ମାତ୍ର ଗୋଟିଏ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । କ୍ରିସ ଗେଲ୍ 13 ଓ ଡେଭିଡ୍ ମଲାନ 26 ରନ୍ର ଇଂନିସ ଖେଳିଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ ।
ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା 4 ଓଭରରେ 36 ରନ୍ ବ୍ୟୟରେ 3ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ଅବେଶ ଖାନ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ