ଚେନ୍ନାଇ: ଆଇପିଏଲର 10ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ଆରସିବି କ୍ୟାପଟେନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ପରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 204 ରନ୍ ସଂଗ୍ରହ କରିଛନ୍ତି ଆରସିବି । ଫଳରେ କେକେଆର ସାମ୍ନାରେ 205 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
![IPL 2021: Maxwell, de Villiers power RCB to 204-4 against KKR](https://etvbharatimages.akamaized.net/etvbharat/prod-images/11450110_ab.jpg)
ଆରସିବି ପକ୍ଷରୁ ଗ୍ଳେନ ମାକ୍ସୱେଲ ସର୍ବାଧିକ 78 ରନ୍ର ଇଂନିସ ଖେଳିଛନ୍ତି । 49 ବଲ୍ରୁ 9 ଚୌକା ଓ 3 ଛକା ସହାୟତାରେ 78 ରନର ମାରାଥନ ଇଂନିସ ଖେଳିଛନ୍ତି ମାକ୍ସୱେଲ । ପରେ ଏବି ଡିଭିଲିୟର୍ସ 34 ବଲ୍ରୁ 9ଚୌକା ଓ 3 ଛକା ସହାୟତାରେ 76 ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ । ଏଥିସହ ଦଳୀୟ ସ୍କୋର 200 ପାର୍ କରାଇଥିଲେ ।
![IPL 2021: Maxwell, de Villiers power RCB to 204-4 against KKR](https://etvbharatimages.akamaized.net/etvbharat/prod-images/11450110_max.jpg)
ମାତ୍ର 9 ରନ୍ରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡିଥିଲା ଆରସିବି । କ୍ୟାପଟେନ କୋହଲି 5 ଓ ରଜତ ପଟିଦାର 1 ରନ୍ କରି ଆଉଟ ହୋଇଯାଇଥିଲେ । ମାତ୍ର ମାକ୍ସୱେଲ ଆରସିବି ପାଇଁ ସଙ୍କଟମୋଚକ ସାଜିଥିଲେ ଓ ପରେ ମିଷ୍ଟର 360 ଦମଦାର ଫିନିସ କରିଥିଲେ ।
କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ 2ଟି, ପାଟ କମିନ୍ସ ଓ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ