ଚେନ୍ନାଇ: ଆଜି ଆଇପିଏଲର ପ୍ରଥମ ଡବଲ ହେଡର ମ୍ୟାଚ । ଅପରାହ୍ନ 3.30ରେ ମ୍ୟାଚ ଆରମ୍ଭ ହେବ । ନିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହାସଲ କରିଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଭେଟିବ କୋଲକାତା ନାଇଟ ରାଇଡର୍ସକୁ ।
ଆଇପିଏଲ 14ତମ ସଂସ୍କରଣର ପ୍ରଥମ ଡବଲ ହେଡର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଭେଟିବ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଚଳିତ ସିଜିନରେ ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲର ନିଜର ବିଜୟ ଧାରା ଜାରୀ ରଖିବା ପାଇଁ ଚେଷ୍ଟା କରିବି । ସେପଟେ ଗତ ଦୁଇଟି ମ୍ୟାଚରେ କ୍ରମାଗତ ଭାବରେ ପରାଜିତ ହୋଇଥିବା କୋଲକାତା ନାଇଟ ରାଇଡର୍ସ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।
ଏହି ମ୍ୟାଚରେ ଆରସିବି ବ୍ୟାଟିଂ ଲାଇନରେ କୌଣସି ପରିବତ୍ତନ କରିବା ସମ୍ଭାବନ ନଥିବାବେଳେ କେବଳ ଦଳର ବିଜୟ ଟିମକୁ ଆଗକୁ ନେବା ପାଇଁ ଚେଷ୍ଟା କରାଯିବ । ଏହି ମ୍ୟାଚରେ ଆରସିବି ପାଇଁ ସ୍ପିନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାହିଁକି ନା ଗତ ମ୍ୟାଚରେ କେକେଆ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସ୍ପିନକୁ ଖେଳିନ ପାରି ପରାଜିତ ହୋଇଥିଲା । ତେଣେ କେକେଆର ବିପକ୍ଷରେ ବାଙ୍ଗାଲୋରର ସ୍ପିନ ବିିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଗତ ମ୍ୟାଚରେ ଏକ ଓଭରରେ ତିନି ୱିକେଟ ନେଇଥିବା ଶାହବାଜ ଅହମଦ ଗୁରୁତ୍ବପୂର୍ଣ୍ଣ ଭମିକା ରହିବ । ଆରସିବିର କୋହଲି ସମେତ ମ୍ୟାକ୍ସୱେଲ ଓ 360 ଡିଗ୍ରୀ ଏବି ଡିଭିଲିଅର୍ସ ଉପରେ ରହିବ ନଜର ।
ସେପଟେ କୋଲକାତା ନାଇଟ ରାଇଡର୍ସ ନିଜ ମିଡିଲ ଅର୍ଡର ବ୍ୟାଟିଂକୁ ନେଇ ଘୋର ଚିନ୍ତାରେ ରହିଛି । ଦଳର ଦୁଇ ଓପନର ନୀତିଶ ରାଣା ଓ ଶୁଭମନ ଗିଲ ଦୃଢ ମୂଳଦୁଆ ପକାଇବା ସହ ବିଜୟ ସୁଯୋଗ ସୃଷ୍ଟି କରୁଛନ୍ତି କିନ୍ତୁ ଦଳର ମିଡିଲ ଅର୍ଡର ପ୍ଲଫ ଯୋଗୁଁ ଦଳ ଦୁଇଟି ମ୍ୟାଚ ନିଶ୍ଚିତ ବିଜୟରୁ ହାତଛଡା କରିଛନ୍ତି । ଏହି ମ୍ୟାଚର କୋଲକାତା ନାଇଟ ରାଇଡର୍ସ କିଛି ପରିବର୍ତ୍ତନ କରିପାରେ । କୋଲକାତାର ମ୍ୟାଚରେ ସ୍ପିନର ହରଭଜନ ସିଂ ଓ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛନ୍ତି । ଏହି ମ୍ୟାଚରେ ଅଧିନାୟକ ଇଅନ ମୋର୍ଗାନ ସମେତ ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଉପରେ ରହିବ ନଜର ।
କୋଲକାତା ନାଇଟ ରାଇଡର୍ସ
![match preview game number 10 rcb vs kkr](https://etvbharatimages.akamaized.net/etvbharat/prod-images/11445965_842_11445965_1618719670301.png)
ଇଅନ ମୋର୍ଗାନା (ଅଧିନାୟକ) ଶୁଭମାନ ଗିଲ,ନୀତିଶ ରାଣା,ଟିମ ସେଫର୍ଟ,ରାହୁଲ ତ୍ରୀପାଠି,ରିଙ୍କୁ ସିଂ,ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରେସେଲ,ସୁନିଲ ନାରିନ, ବରୁଣ ମାଭି,କୂଲଦୀପ ଯାଦବ, ପ୍ୟାଟ କମିନ୍ସ,, ଲକି ଫର୍ଗୁସନ, କମଲେଶ ନାଗରକୋଟି, ବରୁଣ ସିବି,ସନ୍ଦୀପ ୱାରିଅର,ପ୍ରସିଦ୍ଧ କୃଷ୍ଣା,ସକିବ ଓଲ ହାସନ,ସେଲଡନ ଜ୍ୟାକସନ,ବୈଭବ ଆରୋଡା,କରୁଣା ନାୟାର,ହରଭଜନ ସିଂ,ବେନ କଟିଙ୍ଗ,ଭେଙ୍କଟେସ ଆୟର,ପବନ ନେଗୀ ।
ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର
![match preview game number 10 rcb vs kkr](https://etvbharatimages.akamaized.net/etvbharat/prod-images/cbb25122279f0248ad1b60945954af78_1704a_1618656288_267.jpg)
ବିରାଟ କୋହଲି (ଅଧିନାୟକ),ଦେବଦତ୍ତ ପାଡିକଲ,ଫିନ ଏଲନ,ଏବି ଡିିଭିଲିଅର୍ସ,ପବନ ଦେଶପାଣ୍ଡେ,ୱାସିଂଟନ ସୁନ୍ଦର,ଡାନିଏଲ ଲାମ୍ସ, ଯୁଜବେନ୍ଦ୍ର ଚହଲ,ଆଦାମ ଜାମ୍ପା,ଶାହବାଜ ଅହମଦ,ମହମ୍ମଦ ସିରାଜ,ନବଦୀପ ସୈନୀ, କେନ ରିଚାର୍ଡସନ,ହର୍ଷଲ ପଟେଲ,ଗ୍ଲେନ ମକ୍ସୱେଲ,ସିଚିନ ବେବି,ରଜତ ପାଟିଦାର,ମହମ୍ମଦ ଆଝାରୁଦ୍ଦିନ,କାଇଲ ଜ୍ୟାମିସନ,ଡାନିଏଲ ଖ୍ରୀଷ୍ଟିଅନ,କେଏସ ଭରତ,ସୁୟଶ ପ୍ରଭୁଦେସାଇ ।