ଅହମ୍ମଦାବାଦ: ଆଇପିଏଲ ଲଢେଇରେ ରବିବାରର ଦ୍ବିତୀୟ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ରହିଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗ୍ସ ।
-
Toss Update: In Match 29 of #VIVOIPL, @DelhiCapitals captain @RishabhPant17 opts to bowl first after winning the toss. @mayankcricket is leading @PunjabKingsIPL. https://t.co/Rm0jfZKXXT #PBKSvDC #VIVOIPL #IPL2021 pic.twitter.com/ipOkmrZpXe
— IndianPremierLeague (@IPL) May 2, 2021 " class="align-text-top noRightClick twitterSection" data="
">Toss Update: In Match 29 of #VIVOIPL, @DelhiCapitals captain @RishabhPant17 opts to bowl first after winning the toss. @mayankcricket is leading @PunjabKingsIPL. https://t.co/Rm0jfZKXXT #PBKSvDC #VIVOIPL #IPL2021 pic.twitter.com/ipOkmrZpXe
— IndianPremierLeague (@IPL) May 2, 2021Toss Update: In Match 29 of #VIVOIPL, @DelhiCapitals captain @RishabhPant17 opts to bowl first after winning the toss. @mayankcricket is leading @PunjabKingsIPL. https://t.co/Rm0jfZKXXT #PBKSvDC #VIVOIPL #IPL2021 pic.twitter.com/ipOkmrZpXe
— IndianPremierLeague (@IPL) May 2, 2021
ନିୟମିତ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କୁ ପଞ୍ଜାବର ନେତୃତ୍ବ ଭାର ମିଳିଛି । କ୍ରମାଗତ ବିଫଳ ପରେ ୱେଷ୍ଟଇଣ୍ଡିଜ ପାୱରହିଟର ନିକୋଲାସ ପୁରୋନଙ୍କ ସ୍ଥାନରେ ଡେୱିଡ ମଲାନଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ଦଳ । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଅପରିବର୍ତ୍ତିତ ରହିଛି ।
ଚୂଡାନ୍ତ ଏକାଦଶ:
ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(କ୍ୟାପଟେନ), ପ୍ରଭସିମ୍ରନ ସିଂହ(ୱିକେଟ କିପର), କ୍ରିସ ଗେଲ୍, ଡେୱିଡ ମଲାନ, ଦୀପକ ହୁଡ୍ଡା, ଶାହାରୁଖ ଖାନ, ହରପ୍ରୀତ ବ୍ରାର, କ୍ରିସ ଜୋର୍ଡାନ, ରିଲେ ମେରେଡିଥ, ରବି ବିଷ୍ଣୋଇ, ମହମ୍ମଦ ସାମି ।
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଷ୍ଟିଭେନ ସ୍ମିଥ, ଋଷଭ ପନ୍ତ(କ୍ୟାପଟେନ/ ୱିକେଟ କିପର), ମାର୍କସ ଷ୍ଟୋଇନିସ, ସିମ୍ରନ ହେଟମେୟର, ଅକ୍ଷର ପଟେଲ, ଲଳିତ ଯାଦବ କାଗିସୋ ରବାଡା, ଇଶାନ୍ତ ଶର୍ମା, ଅବେଶ ଖାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ