ETV Bharat / sports

ଆଇପିଏଲ ମହାସମର: ସାର୍‌ ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ, ସିଏସକେ 191/4

author img

By

Published : Apr 25, 2021, 5:57 PM IST

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 191 ରନ୍‌ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଆରସିବି ସାମ୍ନାରେ 192 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021: CSK seat a target of 192 vs RCB
ଆଇପିଏଲ ମହାସମର: ସାର୍‌ ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ, ସିଏସକେ 191/4

ମୁମ୍ବାଇ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲାର ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 191 ରନ୍‌ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଆରସିବି ସାମ୍ନାରେ 192 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2021: jadeja shines as CSK 191/4 vs RCB
ଏମଏସ ଧୋନି- ରବିନ୍ଦ୍ର ଜାଡେଜା

ସିଏସକେ ପକ୍ଷରୁ ଓପନର ଋତୁରାଜ ଗାଏକ୍ବାଡ ଓ ଫାପ ଡପୁପ୍ଲେସିସଙ୍କ ମଧ୍ୟରେ 74 ରନର ଭାଗିଦାରୀ ହୋଇଥିଲା । ଋତୁରାଜ 25 ବଲ୍‌ରୁ 4ଟି ଚୌକା ଓ ଗୋଟିଏ ଛକା ସହାୟତାରେ 33 ରନରେ ଆଉଟ ହୋଇଥିଲେ । ପରେ ଡୁପ୍ଲେସିସ 41 ବଲ୍‌ରୁ 5 ଚୌକା ଓ ଗୋଟିଏ ଛକା ସହାୟତାରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ତେବେ ସର୍ବାଧିକ 62 ରନ୍‌ର ବିସ୍ଫୋରକ ଇଂନିସ ଖେଳି ଚେନ୍ନାଇ ଇଂନିସର ହିରୋ ରହିଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ମାତ୍ର 28 ବଲ୍‌ରୁ 4ଚୌକା ଓ 5ଟି ଛକା ସହାୟତାରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଶେଷ ଭାଗରେ ମାତ୍ର 3ଟି ବଲ୍‌ ଖେଳି 2 ରନ କରିଥିଲେ ।

ଆରସିବି ପକ୍ଷରୁ ହର୍ଷଲ ପଟେଲ 3ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଛନ୍ତି । ସ୍ପିନର ୟୁଜଭେନ୍ଦ୍ରଙ୍କୁ ଚହଲଙ୍କୁ ଗୋଟିଏ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.