ETV Bharat / sports

ଆଇପିଏଲ ମହାସମର: ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ - ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ ସ୍କ୍ବାଡ ଅପଡେଟ୍‌ସ

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ । ଅଧିକ ପଢନ୍ତୁ...

IPL 2021, CSK vs RR: Rajasthan Royals opt to bowl
ଆଇପିଏଲ ମହାସମର: ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ
author img

By

Published : Apr 19, 2021, 7:15 PM IST

Updated : Apr 19, 2021, 7:27 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦ୍ବାଦଶ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ରହିଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ ।

ୱାଙ୍ଖଡେ ଷ୍ଟାଡିୟମରେ ଏଯାବତ ଖେଳାଯାଇଥିବା ମ୍ୟାଚରେ ପାୱରପ୍ଲେ ମଧ୍ୟରେ 16ଟି ୱିକେଟର ପତ୍ତନ ହୋଇଛି । ଏହାମଧ୍ୟରୁ 15ଟି ଦ୍ରୁତ ବୋଲର ଅକ୍ତିଆର କରିଛନ୍ତି । ଫଳରେ ସିଏସକେର ଦୀପକ ଚହର ଓ ରାଜସ୍ଥାନର ଜୟଦେବ ଉନତକତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦ୍ବିତୀୟ ବ୍ୟାଟିଂ କରିବା ସହ ଲକ୍ଷ୍ୟ ପିଛା କରିବା ମଧ୍ୟ ମୁମ୍ବାଇରେ ସହଜ ହେଉଥିବା ସମୀକରଣ କରିଛି । ତେବେ ରାଜସ୍ଥାନ ବିପକ୍ଷରେ ଚେନ୍ନାଇର ବିଜୟ ରେକର୍ଡ ବେଶ ଭଲ ରହିଛି । ଚେନ୍ନାଇ 14ଟିରେ ବିଜୟୀ ହୋଇଥିବାବେଳେ ରୟାଲ୍ସକୁ 9ଟିରେ ବିଜୟ ମିଳିଛି । ତେବେ ୟୁଏଇରେ ଖେଳାଯାଇଥିବା ଗତ ସଂସ୍କରଣର ଆଇପିଏଲରେ ଦୁଇଟି ଯାକ ମ୍ୟାଚ ରାଜସ୍ଥାନଠାରୁ ହାରିଥିଲା ଧୋନି ବାହିନୀ ।

ଚୂଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ୍‌ ଡୁପ୍ଲେସିସ, ମୋଇନ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟକିପର), ସାମ କରନ, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ।

ରାଜସ୍ଥାନ ରୟାଲ୍ସ: ଜସ୍‌ ବଟଲର, ମନନ ଭୋହରା, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଶିବମ ଦୁବେ, ଡେଭିଡ ମିଲର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, ଜୟଦେବ ଉନତକତ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2021, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.