ETV Bharat / sports

ଭାଙ୍ଗିଲା ବାଙ୍ଗାଲୋରର ବିଜୟଧାରା, ଚେନ୍ନାଇର ଚତୁର୍ଥ ବିଜୟ - ଆଇପିଏଲ 2021

ଚେନ୍ନାଇ ସୁପର କିଙ୍ଗ୍ସର ଚମତ୍କାର ବିଜୟ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 69 ରନ୍‌ର ବଡ ବ୍ୟବଧାନରେ ହରାଇଲା ଧୋନିଙ୍କ ସିଏସକେ । ଅଧିକ ପଢନ୍ତୁ...

ଭାଙ୍ଗିଲା ବାଙ୍ଗାଲୋରର ବିଜୟଧାରା, ଚେନ୍ନାଇର ଚତୁର୍ଥ ବିଜୟ

author img

By

Published : Apr 25, 2021, 7:39 PM IST

Updated : Apr 25, 2021, 7:53 PM IST

ମୁମ୍ବାଇ: ଭାଙ୍ଗିଲା ବିରାଟବାହିନୀର ବିଜୟ ଧାରା । କ୍ରମାଗତ 4ଟି ମ୍ୟାଚରେ ବିଜୟୀ ହେବାପରେ ପଞ୍ଚମ ମ୍ୟାଚରେ ଦଳକୁ ମିଳିଛି ବଡ ପରାଜୟ । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ, ବାଙ୍ଗାଲୋରର ବିଜୟ ରଥକୁ ରୋକିବା ସହ 69 ରନରେ ହରାଇ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଏଥିସହ 5ଟି ମ୍ୟାଚରୁ 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ।

ସିଏସକେର 191 ରନ୍‌ ଜବାବରେ ଆରସିବି ମାତ୍ର 122 ରନର କରିପାରିଥିଲା ।

ଚେନ୍ନାଇକୁ ମିଳିଥିବା ଦମଦାର ବିଜୟର ହିରୋ ରହିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଉଭୟ ବ୍ୟାଟ ଓ ବଲ୍‌ରେ କମାଲ କରିଛନ୍ତି ଜାଡେଜା । 28 ବଲ୍‌ରୁ 62 ରନ୍‌ର ଅବିଶ୍ବସନୀୟ ଇଂନିସ ଖେଳିବା ପରେ, ମାତ୍ର 13 ରନ ବ୍ୟୟରେ 3ଟି ୱିକେଟ ହାସଲ କରି ଚେନ୍ନାଇ ବିଜୟରେ ପ୍ରମୁଖ ଭୁମିକା ନିଭାଇଛନ୍ତି । ସିଏସକେ ଇଂନିସର ଶେଷ ଓଭରରେ ହର୍ଷଲ ପଟେଲଙ୍କ ଗୋଟିଏ ଓଭରରେ 37ରନ କରିଥିଲେ ଜାଡେଜା । ଏହା ଆଇପିଏଲ ଇତିହାସରେ ଯୁଗ୍ମଭାବେ ସର୍ବାଧିକ ମହଙ୍ଗା ଓଭର ।

192 ରନ୍‌କୁ ପିଛା କରିଥିବା ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପାଦିକ୍କଲଙ୍କ 34 ଓ ଗ୍ଳେନ ମାକ୍ସୱେଲଙ୍କ 22 ରନକୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । କ୍ୟାପଟେନ ବିରାଟ କୋହଲି 8 ଓ ଏବି ଡି ଭିଲିୟର୍ସ 4 ରନ୍‌ କରିପାରିଥିଲେ ।

ପ୍ରାୟ ସମସ୍ତ ଚେନ୍ନାଇ ବୋଲର ଘାତକ ବୋଲିଂ କରିଥିଲେ । ଜାଡେଜା 3ଟି ଓ ଇମ୍ରାନ ତାହିର 2ଟି ୱିକେଟ ଅକ୍ତିଆର କରିଥିଲେ । ସାମ କରନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2021, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.