ETV Bharat / sports

ଲଢିଲେ ଶାହାରୁଖ, ସୁପର କିଙ୍ଗ୍ସ ସାମ୍ନାରେ ଟାର୍ଗେଟ 107

author img

By

Published : Apr 16, 2021, 9:25 PM IST

Updated : Apr 17, 2021, 2:58 PM IST

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 106 ରନ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସାମ୍ନାରେ 107 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021: Chahar's storm blows away Punjab Kings as CSK restrict them to 106-8
ଲଢିଲେ ଶାହାରୁଖ, ସୁପର କିଙ୍ଗ୍ସ ସାମ୍ନାରେ ଟାର୍ଗେଟ 107

ମୁମ୍ବାଇ: ଆଇପିଏଲ 2021ର ଅଷ୍ଟମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 106 ରନ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସାମ୍ନାରେ 107 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଚେନ୍ନାଇ ବୋଲରଙ୍କ ଘାତକ ବୋଲିଂ ଫଳରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ପଞ୍ଜାବ । ମାତ୍ର 26 ରନ୍‌ରେ 5 ୱିକେଟ ହରାଇ ସଂଘର୍ଷ କରିଥିଲା । ତେବେ ଶେଷ ଭାଗରେ ଯୁବ ଖେଳାଳି ଶାହାରୁଖ ଖାନ 36 ବଲ୍‌ରୁ 4 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 47 ରନର ଇଂନିସ ଖେଳି ପଞ୍ଜାବକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଜୋଏ ରିଚାର୍ଡସନ 15 ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୀପକ ଚହରଙ୍କ ମାରାତ୍ମକ ବୋଲିଂର ସାମ୍ନା କରିପାରିନଥିଲେ ।

ଚହର 4 ଓଭରରୁ ଗୋଟିଏ ମେଡେନ ସହ 13 ରନ୍‌ ବ୍ୟୟରେ 4ଟି ୱିକେଟ ହାତେଇଛନ୍ତି । ସାମ କରନ, ମୋଇନ ଅଲୀ ଓ ଡ୍ବାଇନ ବ୍ରୋଭୋ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2021, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.