ETV Bharat / sports

ଆଇପିଏଲ: ମାଳଦୀପ ଅଭିମୁଖେ ଅଷ୍ଟ୍ରେଲୀୟ ଖେଳାଳି, ଚେନ୍ନାଇରେ କୋଭିଡ ସଂକ୍ରମିତ ହସି - ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ

ଭାରତ ଛାଡିଲେ ଅଷ୍ଟ୍ରେଲୀୟ ଖେଳାଳି, କୋଚ୍‌, ମ୍ୟାଚ ଅଧିକାରୀ ଓ କମେଣ୍ଟେଟର । ଆଇପିଏଲରେ ଅଂଶଗ୍ରହଣ କରିଥିବା ସମସ୍ତ ଅଷ୍ଟ୍ରେଲୀୟ ସୁରକ୍ଷିତ ଭାବେ ଭାରତ ଛାଡିବା ସହ ମାଳଦୀପ ଅଭିମୁଖେ ଉଡାଣ ଭରିଛନ୍ତି । ଅଧିକ ପଢନ୍ତୁ..

IPL 2021: Aussie players leave for Maldives, Hussey test Covid +ve, to stay in Chennai
ଆଇପିଏଲ: ମାଳଦୀପ ଅଭିମୁଖେ ଅଷ୍ଟ୍ରେଲୀୟ ଖେଳାଳି, ଚେନ୍ନାଇରେ ରହିଲେ ସଂକ୍ରମିତ ହସି
author img

By

Published : May 6, 2021, 4:00 PM IST

ମେଲବର୍ଣ୍ଣ: ଭାରତ ଛାଡିଲେ ଅଷ୍ଟ୍ରେଲୀୟ ଖେଳାଳି, କୋଚ୍‌, ମ୍ୟାଚ ଅଧିକାରୀ ଓ କମେଣ୍ଟେଟର । ଆଇପିଏଲରେ ଅଂଶଗ୍ରହଣ କରିଥିବା ସମସ୍ତ ଅଷ୍ଟ୍ରେଲୀୟ ସୁରକ୍ଷିତ ଭାବେ ଭାରତ ଛାଡିବା ସହ ମାଳଦୀପ ଅଭିମୁଖେ ଉଡାଣ ଭରିଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ।

କିନ୍ତୁ ଭାରତରୁ ଅଷ୍ଟ୍ରେଲିଆକୁ ବିମାନଯାତ୍ରା ପ୍ରତିବନ୍ଧକ ହଟିବା ପର୍ଯ୍ୟନ୍ତ, ମାଳଦୀପରେ ସମସ୍ତ ଅଷ୍ଟ୍ରେଲୀୟଙ୍କୁ ଅପେକ୍ଷା କରିବାକୁ ହେବ । ଅଷ୍ଟ୍ରେଲିଆ ସରକାରଙ୍କ ଦ୍ବାରା ଲଗାଯାଇଥିବା ଏହି ବିମାନ କଟକଣା କୋହଳ କରିବାକୁ ସିଏ କିମ୍ବା ଏସିଏ ପକ୍ଷରୁ ଅନୁରୋଧ କରାଯାଇନଥିଲା ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ ସ୍ଥଗିତ ଘୋଷଣା ହେବାର ମାତ୍ର ଦୁଇ ଦିନ ମଧ୍ୟରେ ସୁରକ୍ଷିତ ଭାବେ ଦାୟିତ୍ବର ସହ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଭାରତରୁ ମାଳଦୀପ ପହଞ୍ଚାଇଥିବାରୁ, କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ଓ ଅଷ୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ(ଏସିଏ) ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ମାଇକ ହସି କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବାରୁ ଭାରତରେ ରହିଛନ୍ତି । ହସିଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ରହିଛି ଓ ସେ ଆଇପିଏଲ ଫ୍ରାଞ୍ଜାଇଜ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କର ଯତ୍ନ ନେଉଛି । ସିଏ ଓ ଏସିଏ ମଧ୍ୟ ହସିଙ୍କ ସୁରକ୍ଷିତ ଅଷ୍ଟ୍ରେଲିଆ ଫେରିବା ନେଇ ବିସିସିଆଇ ସହ ଆଲୋଚନା ଜାରି ରଖିଛନ୍ତି ।

ଆଇପିଏଲରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ହିଁ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲକୁ ସର୍ବସମ୍ମତିରେ ଟୁର୍ଣ୍ଣାମେଣ୍ଟକୁ ମଙ୍ଗଳବାର ସ୍ଥଗିତ ନିଷ୍ପତ୍ତି ନେବାକୁ ପ୍ରମୁଖ କାରଣ ହୋଇଥିଲା ।

ସୋମବାର ଦୁଇଟି ପ୍ରାଞ୍ଚାଇଜରୁ କୋଭିଡ-19 ପଜିଟିଭ ମାମଲା ଆସିବା ପରେ, ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ୱିକେଟ କିପର ରିଦ୍ଧିମାନ ଶାହା ପିଜିଟିଭ ଚିହ୍ନଟ ହୋଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ସଦସ୍ୟ ଓ କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ପଜିଟିଭ ଚିହ୍ନଟ ପରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା କେକେଆର-ଆରସିବି ମ୍ୟାଚକୁ ସ୍ଥଗିତ ରଖିବାକୁ ବିସିସିଆଇ ବାଧ୍ୟ ହୋଇଥିଲା ।

ପରେ ମଙ୍ଗଳବାର ସାହା ପଜିଟିଭ ଚିହ୍ନଟ ହେବାପରେ, ଏସଆରଏଚ୍‌ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ମଧ୍ୟ ସ୍ଥଗିତ ହେବା ଥୟ ଥିଲା । ପରେ କେକେଆର ସହ ମ୍ୟାଚ ଖେଳିଥିବାରୁ ଚେନ୍ନାଇ ସୁପର କିଙ୍ଗ୍ସ ନିଜକୁ କ୍ବାରେଣ୍ଟିନରେ ରଖିଥିଲା । ଫଳରେ ପରଦିନ ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ମଧ୍ୟ ସ୍ଥଗିତ ରହିବା ନିଶ୍ଚିନ୍ତ ଥିଲା । ଫଳରେ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.