ETV Bharat / sports

ଆଇପିଏଲ ସମର: ମୁମ୍ବାଇକୁ ମାତ୍ ଦେଲା ଦିଲ୍ଲୀ - ମୁମ୍ବାଇ ଇଣ୍ଡିଆନ୍ସ

ଚେପକ ଷ୍ଟାଡିୟମରେ ଆଇପିଏଲର 13ତମ ମ୍ୟାଚରେ ଅମିତ ମିଶ୍ରାଙ୍କ 4 ୱିକେଟ ଓ ଧାୱନଙ୍କ ଶୃ୍ଙ୍ଖଳିତ ବ୍ୟାଟିଂ ବଳରେ ଡିଫେଣ୍ଡିଂ ଚାମ୍ପିୟାନ ମୁମ୍ବାଇକୁ 6 ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ଚେପକରେ ଦିଲ୍ଲୀର ଚମକ
ଚେପକରେ ଦିଲ୍ଲୀର ଚମକ
author img

By

Published : Apr 21, 2021, 7:23 AM IST

ଚେନ୍ନାଇ: ପୁଣି ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଶଂସକଙ୍କ ଦିଲ ଜିତିଛି । ଚେପକ ଷ୍ଟାଡିୟମରେ ଆଇପିଏଲର 13ତମ ମ୍ୟାଚରେ ଅମିତ ମିଶ୍ରାଙ୍କ 4 ୱିକେଟ ଓ ଧାୱନଙ୍କ ଶୃ୍ଙ୍ଖଳିତ ବ୍ୟାଟିଂ ବଳରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ 6 ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ମାତ୍ର 9 ରନରେ ହିଁ ଦଳ ତାର ପ୍ରଥମ ୱିକେଟ ହରାଇଥିଲା । ଡି କକ୍ ମାତ୍ର 1 ରନ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ଓପନର ରୋହିତ ଶର୍ମାଙ୍କ ସହ ମିଶି ସ୍ଥିତିରେ ସୁଧାର ଆଣିଥିଲେ । ଉଭୟ ଦଳୀୟ ସ୍କୋରକୁ 67ରନରେ ପହଞ୍ଚାଇଥିଲେ । ଏହା ପରେ ସୂର୍ଯ୍ୟକୁମାର 24ରନ କରି ଆଉଟ ହୋଇଥିଲେ । ଅମିତ ମିଶ୍ରା ନବମ ଓଭରରେ ରୋହିତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ । ରୋହିତ ମୁମ୍ବାଇ ଦଳ ପକ୍ଷକୁ ସର୍ବାଧିକ 44ରନ ସଂଗ୍ରହ କରିଥିଲେ । ଏହା ପରେ ପରେ କୁନାଲ ପାଣ୍ଡ୍ୟା ଓ କିରେନ ପୋଲାର୍ଡ ଆଉଟ ହୋଇଥିଲେ । 84 ରନ ବେଳକୁ ଦଳ 6ଟି ୱିକେଟ ହରାଇ ସଂଙ୍କଟରେ ପଡିଯାଇଥିଲା । ପରେ ଇଶାନ କିଷନ ଓ ଜୟନ୍ତ ଯାଦବ ବ୍ୟାଟିଂ କରି ସପ୍ତମ ୱିକେଟରେ 39ରନ ସଂଗ୍ରହ କରିଥିଲେ । ଆଶା ଅନୁଯାୟୀ ମୁମ୍ବାଇ କିଛି ବିଶାଳ ସ୍କୋର କରି ପାରିନଥିଲା । ଦଳକୁ 137 ରନରେ ଅଟକାଇ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

138ରନ ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳୀୟ ସ୍କୋର 11 ହୋଇଥିବା ବେଳେ ବ୍ୟକ୍ତିଗତ 7 ରନ କରି ପ୍ରଥମେ ଆଉଟ ହୋଇଥିଲେ ପୃଥ୍ବୀ ଶ' । ଏହା ପରେ ବ୍ୟାଟିଂ କିରବାକୁ ଆସିଥିଲେ ଷ୍ଟଭେନ ସ୍ମିଥ । ଧାୱନ ଓ ଷ୍ଟିଭେନ ମିଶି ସ୍ଥିତି ସୁଧାରିଥିଲେ । ମୁମ୍ବାଇର ବୋଲରମାନେ ବୋଲିଂ ବଳରେ ଦିଲ୍ଲୀ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ମାତ୍ର ବ୍ୟାଟ୍ସମାନ ବିଚଳିତ ହୋଇ ନଥିଲେ । ଦଳୀୟ ସ୍କୋର 64ରେ ପହଞ୍ଚିଥିଲା । ଦଶମ ଓଭରରେ ଧାୱନ ଓ ଷ୍ଟେଭନଙ୍କ ଯୋଡିକୁ ଭାଙ୍ଗିଥିଲେ ପୋଲାର୍ଡ । ସେ ସ୍ମିଥ(33) ଆଉଟ କରିଥିଲେ । ବିଜୟ ପାଇଁ 31 ବଲରେ ଦିଲ୍ଲୀକୁ ଦରକାର ଥିଲା 38 ରନ । ମୁମ୍ବାଇ ବୋଲର ଦିଲ୍ଲୀକୁ ମାତ ଦେବାକୁ ଯୋରଦାର କସରତ ଆରମ୍ଭ କରି ଦେଇଥିଲା । ଏହା ପରେ ରିଶଭ ପନ୍ତଙ୍କୁ ଆଉଟ କରିଥିଲେ ବୁମରା । 18 ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର 123ରନରେ ପହଞ୍ଚିଥିଲା । ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିୟନ୍ତ୍ରଣକୁ ଆସିଥିଲା ମ୍ୟାଚ । 19 ଓଭର ଗୋଟିଏ ବଲରେ 4 ୱିକେଟ ହରାଇ ଦିଲ୍ଲୀ ମ୍ୟାଚକୁ ହାତେଇ ନେଇଥିଲା । ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ବିତୀୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.