ETV Bharat / sports

ଆଇପିଏଲ ମହାସମର: ଦିଲ୍ଲୀକୁ ଆରସିବିର ଟାର୍ଗେଟ 172

author img

By

Published : Apr 27, 2021, 9:25 PM IST

Updated : Apr 27, 2021, 9:35 PM IST

ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 171 ରନ୍‌ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ଦିଲ୍ଲୀ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

IPl 2021: Ab De villers takes bangalore to 171/5
ଆଇପିଏଲ ମହାସମର: ଦିଲ୍ଲୀକୁ ଆରସିବିର ଟାର୍ଗେଟ 172

ଅହମ୍ମଦାବାଦ: ଚଳିତ ଆଇପିଏଲର 22ତମ ମୁକାବିଲାରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନ୍ୟତମ ହାଇଭୋଲଟେଜ ଲଢେଇ ଜାରି ରହିଛି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଦିଲ୍ଲୀ । ଫଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 171 ରନ୍‌ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ଦିଲ୍ଲୀ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

Innings Break: @ABdeVilliers17 once again rescues #RCB. His action-packed knock of 75* from 42 has powered his team to 171-5. #DC bowlers did well to keep the batters in check but could not stop de Villiers! https://t.co/NQ9SSSBbVT #DCvRCB #VIVOIPL pic.twitter.com/xgZGcToDX3

— IndianPremierLeague (@IPL) April 27, 2021

ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସଙ୍କ ବିସ୍ଫୋରକ ଅପରାଜିତ 75 ରନ ବଳରେ ସମ୍ମାନଜନକ ସ୍କୋର କରିପାରିଛି ଆରସିବି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଡିଭିଲିୟର୍ସ । ମାତ୍ର 42 ବଲ୍‌ରୁ 3ଟି ଚୌକା ଓ 5ଟି ଛକା ସହାୟତାରେ ମାରାଥନ 75 ରନ୍‌ର ଇଂନିସ ଖେଳିଛନ୍ତି । ରଜତ ପଟିଦାର 22 ବଲ୍‌ରୁ 31 ଓ ଗ୍ଲେନ ମାକ୍ସୱେଲ 20 ବ୍‌ଲରୁ 25 ରନ୍‌ର ଇଂନିସ ଖେଳିଥିଲେ । ଓପନର ଦେବଦତ୍ତ ପାଦିକ୍କଲ ଓ କ୍ୟାପଟେନ ବିରାଟ କୋହଲି ଫେଲ୍‌ ମାରିଥିଲେ ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅବେଶ ଖାନ, କାଗିସୋ ରବାଡା, ଅମିତ ମିଶ୍ର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅହମ୍ମଦାବାଦ: ଚଳିତ ଆଇପିଏଲର 22ତମ ମୁକାବିଲାରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନ୍ୟତମ ହାଇଭୋଲଟେଜ ଲଢେଇ ଜାରି ରହିଛି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଦିଲ୍ଲୀ । ଫଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 171 ରନ୍‌ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ ଦିଲ୍ଲୀ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସଙ୍କ ବିସ୍ଫୋରକ ଅପରାଜିତ 75 ରନ ବଳରେ ସମ୍ମାନଜନକ ସ୍କୋର କରିପାରିଛି ଆରସିବି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଡିଭିଲିୟର୍ସ । ମାତ୍ର 42 ବଲ୍‌ରୁ 3ଟି ଚୌକା ଓ 5ଟି ଛକା ସହାୟତାରେ ମାରାଥନ 75 ରନ୍‌ର ଇଂନିସ ଖେଳିଛନ୍ତି । ରଜତ ପଟିଦାର 22 ବଲ୍‌ରୁ 31 ଓ ଗ୍ଲେନ ମାକ୍ସୱେଲ 20 ବ୍‌ଲରୁ 25 ରନ୍‌ର ଇଂନିସ ଖେଳିଥିଲେ । ଓପନର ଦେବଦତ୍ତ ପାଦିକ୍କଲ ଓ କ୍ୟାପଟେନ ବିରାଟ କୋହଲି ଫେଲ୍‌ ମାରିଥିଲେ ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅବେଶ ଖାନ, କାଗିସୋ ରବାଡା, ଅମିତ ମିଶ୍ର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.