ହାଇଦ୍ରାବାଦ: ଆଇପିଏଲରେ ପ୍ରଥମ ଥର ପାଇଁ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଓପନିଂ କରିଥିଲେ । ତାଙ୍କର ବଡ ଇନିଂସ ଯୋଗୁଁ 10 ରନ୍ ମ୍ୟାଚ ଜିତିଥିଲେ କେକେଆର । ବୁଧବାର ଆବୁଧାବିରେ ଖେଳାଯାଇଥିବା ମ୍ୟାଚରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ହୋଇଛନ୍ତି ରାହୁଲ ତ୍ରିପାଠୀ । ସେ 51 ବଲରୁ 81 ସ୍କୋର କରିଥିଲେ । ଯେଉଁଥିରେ ସେ 8ଟି ଚୌକା ଓ 3ଟି ଛକା ମାରିଥିଲେ ।
-
What a night to remember for @ImRTripathi...a Match winning performance and a personalized "Rahul naam toh suna hi hoga" shout-out from the King Khan @iamsrk himself !#KKRvsCSK #KKRHaiTaiyaar@KKRiders #Dream11IPLpic.twitter.com/maS3I0BZx4 https://t.co/gtHk7a4rut
— Shivasis Mohanty (@ImShivasis) October 7, 2020 " class="align-text-top noRightClick twitterSection" data="
">What a night to remember for @ImRTripathi...a Match winning performance and a personalized "Rahul naam toh suna hi hoga" shout-out from the King Khan @iamsrk himself !#KKRvsCSK #KKRHaiTaiyaar@KKRiders #Dream11IPLpic.twitter.com/maS3I0BZx4 https://t.co/gtHk7a4rut
— Shivasis Mohanty (@ImShivasis) October 7, 2020What a night to remember for @ImRTripathi...a Match winning performance and a personalized "Rahul naam toh suna hi hoga" shout-out from the King Khan @iamsrk himself !#KKRvsCSK #KKRHaiTaiyaar@KKRiders #Dream11IPLpic.twitter.com/maS3I0BZx4 https://t.co/gtHk7a4rut
— Shivasis Mohanty (@ImShivasis) October 7, 2020
ତାଙ୍କ ଇନିଂସ ଯୋଗୁଁ କେକେଆର୍ 167 ସ୍କୋର କରି ଏହି ମ୍ୟାଚ୍ ଜିତିଥିଲେ । 29 ବର୍ଷୀୟ ରାହୁଲଙ୍କ ପ୍ରଂସାରେ କେକେଆର ମାଲିକ ତଥା ବଲିଉଡ ଅଭିନେତା ଶାହରୁଖ ଖାନ ତାଙ୍କର ପ୍ରସିଦ୍ଧ ସଂଳାପ ‘ରାହୁଲ.. ନାମ ତୋ ଶୁନା ହୋଗା’କୁ ପୁରସ୍କାର ବିତରଣ ଉତ୍ସବରେ ଚିଲାଇ କହିଥିଲେ ।
ତାଙ୍କ ଇନିଂସ ବିଷୟରେ ରାହୁଲ କହିଛନ୍ତି ଯେ ଏହା ତାଙ୍କ ସ୍ୱପ୍ନକୁ ସାକାର କରିବା ପରି । ସେ କହିଛନ୍ତି, "ଏହି ସ୍ୱପ୍ନ ସାକାର ହେବା ପରି । ମୁଁ ଉଭୟ ଭୂମିକା ପାଇଁ ପ୍ରସ୍ତୁତ ଥିଲି । ଆଜିର ୱିକେଟ ଭଲ ରହିଥିଲା । ତେଣୁ ମୋତେ ବ୍ୟାଟିଂ କରିବା ପାଇଁ କୌଣସି ଅସୁବିଧା ହୋଇନଥିଲା । ’’
35 ଇନିଂସରୁ ରାହୁଲ ଏପର୍ଯ୍ୟନ୍ତ ହାରାହାରି 28.23 ହାରରେ 875 ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ 5ଟି ଅର୍ଦ୍ଧଶତକ ମଧ୍ୟ ରହିଛି ତାଙ୍କ ନାମରେ । କେକେଆର୍ ଚଳିତ ସିଜନରେ ଖେଳାଯାଇଥିବା 5ଟି ମ୍ୟାଚ୍ ମଧ୍ୟରୁ 3ଟି ଜିତି 6 ପଏଣ୍ଟ ସଂଗ୍ରହ କରିଛି । ଆଗାମୀ ମ୍ୟାଚରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ କିଙ୍ଗସ ଏକାଦଶ ପଞ୍ଜାବ ସହ ମୁହାଁମୁହିଁ ହେବ କେକେଆର ।