ETV Bharat / sports

ଆଇପିଏଲ ସମର: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଦୁବାଇର ଶେଖ ଜାୟଦ ଷ୍ଟାଡିୟମରେ ଭେଟିବ ଚେନ୍ନାଇ ଥାଲାଙ୍କ ଚେନ୍ନାଇ ସୁପରକିଙ୍ଗ । ଭାରତୀୟ ସମୟ ସଂଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ । ଆଜିର ମ୍ୟାଚକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ, ‘ଆଇପିଏଲ ସମର’ ।

author img

By

Published : Sep 19, 2020, 4:24 PM IST

Updated : Sep 25, 2020, 6:00 PM IST

ଆଇପିଏଲ ସମର: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌
ଆଇପିଏଲ ସମର: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ ‘ଆଇପିଏଲ’ର 13ତମ ସଂସ୍କରଣ । ଆଜି ଉଦଘାଟନୀ ମ୍ୟାଚରେ ହେବ ମୁମ୍ବାଇ-ଚେନ୍ନାଇ ଲଢେଇ । ତେବେ ଆଜିର ମ୍ୟାଚକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ- ଆଇପିଏଲ ସମର ।

ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ବିତ୍ତଶାଳୀ ଲିଗର ଯାତ୍ରା । କୋରୋନା ମହାମାରୀ ପାଇଁ ଚଳିତଥର ଆଇପିଏଲ ବିଦେଶ ମାଟିରେ ଖେଳାଯାଉଛି । ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଧନୀ ଲିଗର ଆଜି ଖେଳାଯିବ ଉଦଘାଟନୀ ମ୍ୟାଚ । ଲିଗର ଦୁଇ ଲୋକପ୍ରିୟ ଦଳ ଚେନ୍ନାଇ ମୁମ୍ବାଇ ମଧ୍ୟରେ ଲଢେଇ, ଧୋନି ବନାମ ରୋହିତ ଲଢେଇ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଦୁବାଇର ଶେଖ ଜାୟଦ ଷ୍ଟାଡିୟମରେ ଭେଟିବ ଚେନ୍ନାଇ ଥାଲାଙ୍କ ଚେନ୍ନାଇ ସୁପରକିଙ୍ଗ । ଭାରତୀୟ ସମୟ ସଂଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ ।

ତେବେ ନିଜର ପକାନ୍ତୁ କଣ କଣ ରହିଛି ମ୍ୟାଚର ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋରୋନା କଟକଣା ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ପଡିଆରେ ରହିବେ ନାହିଁ ଦର୍ଶକ । ନାଚିବେ ନାହିଁ ଚିୟର୍ସଲିଡର୍ସ । ଭର୍ଚୁଆଲ ମାଧ୍ୟମରେ ହେବ କମେଣ୍ଟ୍ରୀ ।

ଆଇପିଏଲ ସମର: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌ଆଇପିଏଲ ସମର: ସରିଲା କାଉଣ୍ଟଡାଉନ, ବାଜିବ ବିଗୁଲ୍‌

ତେବେ ଆଜିର ମ୍ୟାଚ କ୍ରିକେଟ ପ୍ରେମୀଙ୍କ ପାଇଁ ବେସ୍‌ ଖାସ ରହିଛି । କାରଣ ଦୀର୍ଘ 14 ମାସ ପରେ ପଡିଆକୁ ଓହ୍ଲାଇବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସେହିପରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ଧୋନିଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଦୁଇ ଦଳ ମଧ୍ୟରେ ଖେଳାଯାଇଛି ମୋଟ 28 ମ୍ୟାଚ । ଯେଉଁଠି 17ଟି ମ୍ୟାଚ ଜିତିଛି ମୁମ୍ବାଇ ଓ 11 ଟି ମ୍ୟାଚ ଜିତିଛି ଚେନ୍ନାଇ ।

ତେବେ ଦେଖିବାକୁ ବାକି ରହିଲା, ସୀମାରେ ଯୁଦ୍ଧ ପରିସ୍ଥିତି ଓ ଦେଶରେ ମାହାମାରୀର ଭୟ ମଧ୍ୟ ବିଦେଶମାଟିରୁ ଦର୍ଶକଙ୍କୁ କେତେ ବାନ୍ଧି ପାରୁଛି ଆଇପିଏଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.