ଆବୁଧାବି: ବଟଲରଙ୍କୁ ଉପହାରରେ ମିଳିଲା ମହେନ୍ଦ୍ର ସିଂହ ଧୋନିଙ୍କ ଜର୍ସି । ଚେନ୍ନାଇ ବିପକ୍ଷରେ ମ୍ୟାଚ ଜିତିବା ପରେ ବଟଲରଙ୍କୁ ଏହି ଉପହାର ମିଳିଥିଲା। ଏହି ଜର୍ସି ପିନ୍ଧି ଧୋନି ନିଜର 200ତମ ଆପିଏଲ ମ୍ୟାଚ ଖେଳିଥିଲେ। ଜର୍ସି ପାଇବା ପରେ ଖୁସି ଜାହିର କରିଛନ୍ତି ଜୋସ ବଟଲର।
ଗତକାଲି(ସୋମବାର) ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବଟଲର 48ଟି ବଲ ଖେଳି 70 ରନ ଖେଳିଥିଲେ। ଫଳରେ ରାଜସ୍ଥାନ ରୟାଲ୍ସକୁ ଏକ ସହଜ ବିଜୟ ହାସଲ କରିପାରିଥିଲା। ଏହାପରେ ମ୍ୟାନ ଅଫ ଦି ମ୍ୟାଚରେ ବଟଲରଙ୍କୁ ଧୋନିଙ୍କ ଜର୍ସି ଉପହାର ସ୍ବରୂପ ଦିଆଯାଇଥିଲା। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ବଟଲର।
-
Holding No. 7, while on cloud 9. 💗#CSKvRR | #HallaBol | #IPL2020 pic.twitter.com/QLmKAzE1zc
— Rajasthan Royals (@rajasthanroyals) October 19, 2020 " class="align-text-top noRightClick twitterSection" data="
">Holding No. 7, while on cloud 9. 💗#CSKvRR | #HallaBol | #IPL2020 pic.twitter.com/QLmKAzE1zc
— Rajasthan Royals (@rajasthanroyals) October 19, 2020Holding No. 7, while on cloud 9. 💗#CSKvRR | #HallaBol | #IPL2020 pic.twitter.com/QLmKAzE1zc
— Rajasthan Royals (@rajasthanroyals) October 19, 2020
ଇଂଲଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ବଟଲରଙ୍କୁ ମିଳିଥିବା ଉପହାରକୁ ନେଇ ପ୍ରଶଂସା କରିଛି। ଇଲଂଣ୍ଡ କ୍ରିକେଟ ବୋର୍ଡ ଧୋନିଙ୍କ ଜର୍ସି ସହ ବଟଲରଙ୍କ ଫୋଟ ଟ୍ବିଟ କରି କହିଛି ଯେ, ବଟଲରଙ୍କ ପାଇଁ ଏହା ଏକ ମୂଲ୍ୟବାନ ସମ୍ପତ୍ତି। ଧୋନିଙ୍କ ଜର୍ସି ଉପହାର ସ୍ବରୁପ ପାଇବା ଏକ ଗର୍ବର ବିଷୟ।
ବଟଲରଙ୍କୁ ମିଳିଥିବା ଜର୍ସି ପିନ୍ଧି ଧୋନି ନିଜର 200ତମ ଆଇପିଏଲ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ସେ 28ଟି ବଲ ଖେଳି 28 ରନ କରିଥିଲେ।
-
Post-match chit-chat with the Boss. 🎙️#CSKvRR | #HallaBol | #IPL2020 | @josbuttler pic.twitter.com/9XVRrzLmvn
— Rajasthan Royals (@rajasthanroyals) October 19, 2020 " class="align-text-top noRightClick twitterSection" data="
">Post-match chit-chat with the Boss. 🎙️#CSKvRR | #HallaBol | #IPL2020 | @josbuttler pic.twitter.com/9XVRrzLmvn
— Rajasthan Royals (@rajasthanroyals) October 19, 2020Post-match chit-chat with the Boss. 🎙️#CSKvRR | #HallaBol | #IPL2020 | @josbuttler pic.twitter.com/9XVRrzLmvn
— Rajasthan Royals (@rajasthanroyals) October 19, 2020
ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହୋଇଥିବା ମ୍ୟାଚରେ, ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ 125 ରନ କରିଥିଲା। ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ମାତ୍ର 17 ଓଭର 3ଟି ବଲରେ ବିଜୟ ଲକ୍ଷ ହାସଲ କରିଥିଲା। ଏହି ମ୍ୟାଚ ହାରିବା ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛି ଚେନ୍ନାଇ ସୁପରକିଙ୍ଗସ। ବର୍ତ୍ତମାନ ପଏଣ୍ଟ ତାଲିକାରେ ସର୍ବନିମ୍ନରେ ରହିଛି ଚେନ୍ନାଇ ସୁପରକିଙ୍ଗସ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ