ETV Bharat / sports

ଆଇପିଏଲ ଫାଇନାଲ ଫାଇଟ: ପନ୍ତ-ଆୟାରଙ୍କ ଦମଦାର ପାଳି, ମୁମ୍ବାଇ ଆଗରେ 157 ରନ ବିଜୟ ଲକ୍ଷ୍ୟ

author img

By

Published : Nov 10, 2020, 9:30 PM IST

ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 156ରନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଆଇପିଏଲ ଫାଇନାଲ
ଆଇପିଏଲ ଫାଇନାଲ

ଦୁବାଇ: ମେଡନ ଟାଇଟଲ ଲକ୍ଷ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର 13 ସିଜିନ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର । ମାତ୍ର ଦିଲ୍ଲୀ ନିଷ୍ପତି ବିଫଳ କରିଥିଲେ ମୁମ୍ବାଇ ବୋଲର । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 156 ରନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Innings Break!

Half-centuries from Pant (56) and Iyer (65*) propel #DelhiCapitals to a total of 156/7 on the board.#MumbaiIndians chase in the Final of #Dream11IPL 2020 coming up shortly.

Scorecard - https://t.co/iH4rfdz9gr pic.twitter.com/FGR7ke5mLs

— IndianPremierLeague (@IPL) November 10, 2020

ପ୍ରଥମ ବଲରେ ଦିଲ୍ଲୀ ଓପନର ମାର୍କସ ଷ୍ଟୋଇନିସଙ୍କୁ ପାଭେଲିଅନ ପଠାଇ ନିଜ ଡିଫେଣ୍ଡି ଚମ୍ପିଆନର ଅନ୍ଦାଜ ଦେଖାଇଥିଲେ ଟ୍ରେଣ୍ଟ ବୋଲ୍ଟ । ପରେ ଶିଖର ଧୱନ(15) ଓ ଅଜିଙ୍କ୍ୟ ରାହେଣ(2) ରେ ଆଉଟ ହେବା ପରେ ଭୁସୁଡି ପଡିଥିଲା ଦିଲ୍ଲୀର ଟପ ଅର୍ଡର । ପରେ ମଧ୍ୟକ୍ରମରେ ଅଧିନାୟକ ଶ୍ରେୟାସ ଆୟର ( 65-ଅପରାଜିତ) ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ 96ରନର ଭାଗୀଦାରି ଖେଲିଥିଲେ । ଫଳରେ ଦଳୀୟ ସ୍କୋରକୁ 100 ପାର କରାଇଥିଲେ ଦୁହେଁ ।

ତେବେ ଦିଲ୍ଲୀର ଏହି ସ୍କୋର ଗତ ବର୍ଷ ଫାଇନାଲ ତୁଳନାରେ ଅଧିକ ହୋଇଛି । ଶେଷ ସିଜନରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଗରେ 150ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ତେଣୁ ଆଜିର ଏହି ବିଜୟ ଲକ୍ଷ୍ୟ ମୁମ୍ବାଇ ପାଇଁ ଆହ୍ବାନ ହୋଇପାରେ ।

ସେପଟେ ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ନାଥନ କୁଲଟର ନାଇଲ 2ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପର୍ପଲ କ୍ୟାପ ରେସରେ ଥିବା ଜସପ୍ରୀତ ବୁମରା ଆଜି ମ୍ୟାଚରେ ଗୋଟିଏ ୱିକେଟ ନେଇପାରି ନାହାନ୍ତି ।

ଦୁବାଇ: ମେଡନ ଟାଇଟଲ ଲକ୍ଷ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର 13 ସିଜିନ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର । ମାତ୍ର ଦିଲ୍ଲୀ ନିଷ୍ପତି ବିଫଳ କରିଥିଲେ ମୁମ୍ବାଇ ବୋଲର । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 156 ରନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ପ୍ରଥମ ବଲରେ ଦିଲ୍ଲୀ ଓପନର ମାର୍କସ ଷ୍ଟୋଇନିସଙ୍କୁ ପାଭେଲିଅନ ପଠାଇ ନିଜ ଡିଫେଣ୍ଡି ଚମ୍ପିଆନର ଅନ୍ଦାଜ ଦେଖାଇଥିଲେ ଟ୍ରେଣ୍ଟ ବୋଲ୍ଟ । ପରେ ଶିଖର ଧୱନ(15) ଓ ଅଜିଙ୍କ୍ୟ ରାହେଣ(2) ରେ ଆଉଟ ହେବା ପରେ ଭୁସୁଡି ପଡିଥିଲା ଦିଲ୍ଲୀର ଟପ ଅର୍ଡର । ପରେ ମଧ୍ୟକ୍ରମରେ ଅଧିନାୟକ ଶ୍ରେୟାସ ଆୟର ( 65-ଅପରାଜିତ) ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ 96ରନର ଭାଗୀଦାରି ଖେଲିଥିଲେ । ଫଳରେ ଦଳୀୟ ସ୍କୋରକୁ 100 ପାର କରାଇଥିଲେ ଦୁହେଁ ।

ତେବେ ଦିଲ୍ଲୀର ଏହି ସ୍କୋର ଗତ ବର୍ଷ ଫାଇନାଲ ତୁଳନାରେ ଅଧିକ ହୋଇଛି । ଶେଷ ସିଜନରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଆଗରେ 150ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ତେଣୁ ଆଜିର ଏହି ବିଜୟ ଲକ୍ଷ୍ୟ ମୁମ୍ବାଇ ପାଇଁ ଆହ୍ବାନ ହୋଇପାରେ ।

ସେପଟେ ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ନାଥନ କୁଲଟର ନାଇଲ 2ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପର୍ପଲ କ୍ୟାପ ରେସରେ ଥିବା ଜସପ୍ରୀତ ବୁମରା ଆଜି ମ୍ୟାଚରେ ଗୋଟିଏ ୱିକେଟ ନେଇପାରି ନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.