ETV Bharat / sports

ଆଇପିଏଲ ସମର: ରାଜସ୍ଥାନ ଆଗରେ 162 ରନର ବିଜୟ ଲକ୍ଷ୍ୟ - ଅଧିନାୟକ ଶ୍ରେୟସ ଆୟର

ଆଇପିଏଲ 2020ର 30 ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ 7 ୱିକେଟ ହରାଇ 161 ରନ କରିଛି । ଓପନର ଶିଖର ଧାୱନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

ଆଇପିଏଲ ସମର
ଆଇପିଏଲ ସମର
author img

By

Published : Oct 14, 2020, 9:57 PM IST

ହାଇଦ୍ରାବାଦ: ଆଇପିଏଲର 30 ତମ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ 7 ୱିକେଟ ହରାଇ 161 ରନରେ ସୀମିତ ରହିଛି । ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ 162 ରନର ବିଜୟ ଲକ୍ଷ୍ୟ ରହିଛି ।

ଦିଲ୍ଲୀର ଓପନର ଶିଖର ଧାୱନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ 161 ରନ କରିପାରିଛି । ତେବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ବିନା ରନରେ ପ୍ରଥମେ ଝଟକା ଦେଇଥିଲା ରାଜସ୍ଥାନ ।

ଜୋଫ୍ରା ଆର୍ଚରଙ୍କ ପ୍ରଥମ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ପୃଥ୍ବୀ ଶ’ । ପରେ ଦଳୀୟ ସ୍କୋର 10 ରନ ଥିବାବେଳେ ଜୋଫ୍ରା ଆର୍ଚରଙ୍କ ଦ୍ବିତୀୟ ଶିକାର ହୋଇଥିଲେ ଅଜିଙ୍କ୍ୟ ରାହାଣେ ।

ତେବେ ଓପନର ଶିଖର ଧାୱନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଧୈର୍ଯ୍ୟ ପୂର୍ଣ୍ଣ ବ୍ୟାଟିଂ ତଥା ଉଭୟଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ 161 ରନ କରିବାରେ ସକ୍ଷମ ହୋଇଥିଲା ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର 19 ରନ ଦେଇ 3 ୱିକେଟ ନେଇଥିବାବେଳେ ଜୟଦେବ ଉନତକତ 19 ରନ ଦେଇ 2 ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.