ନୂଆଦିଲ୍ଲୀ: ଚଳିତ ଆଇପିଏଲର 11ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଲା ସନରାଇର୍ଜସ ହାଇଦ୍ରାବାଦ । ଦୁଇଟି ମ୍ୟାଚ୍ରେ ପରାଜୟ ସାମ୍ନା କରିବା ପରେ ବିଜୟର ଖାତା ଖୋଲିଛି ହାଇଦ୍ରାବାଦ । ସେହିପରି ଲଗାତାର 2ଟି ମ୍ୟାଚ୍ ଜିତିବା ପରେ ଏହା ଦିଲ୍ଲୀର ପ୍ରଥମ ହାର ।
ସନରାଇର୍ଜସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 162 ରନ କରିଥିଲା । ଫଳରେ 163 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ବିଜୟ ଦଳର ଜବରଦସ୍ତ ବୋଲିଂ ଓ ଫିଲ୍ଡିଂ ଆଗରେ 7 ୱିକେଟରେ 147 ରନ କରିବାକୁ ସମର୍ଥ ହୋଇଥିଲା ଦିଲ୍ଲୀ ।
ସନରାଇଜର୍ସ ବିଜୟର ହିରୋ ଥିଲେ ଫାର୍କର ରସିଦ ଖାନ, ଯିଏ ଚାରି ଓଭରରେ ମାତ୍ର 14 ରନ୍ ଦେବା ସହ 3 ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର ଚାରି ଓଭରରେ 25 ରନ୍ ପାଇଁ 2ଟା ୱିକେଟ କରିଥିଲେ । ଏହା ବ୍ୟତୀତ ଖଲିଲ ଅହମ୍ମଦ ଏବଂ ଟି ନାଟାରାଜନ ପ୍ରତ୍ୟକ ଗୋଟିଏ ଗୋଟିଏ ଆଉଟ କରିଦେଇଥିଲେ ।
ସେପଟେ ଋଷଭ ପନ୍ତ ଦିଲ୍ଲୀ ପାଇଁ ଶେଷ ଆଶାର କିରଣ ଥିଲେ । 27 ଟି ବଲରେ ଗୋଟିଏ ଚାରି ଓ ଦୁଇଟି ଛକା ସହ 28 ରନ୍ ସ୍କୋର କରିଥିଲେ । କିନ୍ତୁ 17 ତମ ଓଭରରେ ରସିଦ ତାଙ୍କୁ ପାଭିଲିୟନକୁ ପଠାଇଥିଲେ ।
ପନ୍ତଙ୍କ ବ୍ୟତୀତ ଶିଖର ଧାୱନ 31 ବଲରୁ 34 ଏବଂ ଶିମ୍ରନ ହେଟମିୟର 12 ବଲରେ 21 ରନ ସ୍କୋର କରିଥିଲେ । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ବିଜୟ ଆଡକୁ ନେଇଥିବା ମାର୍କସ ଷ୍ଟୋଏନିସଙ୍କୁ 11 ରନରେ ଆଉଟ ହୋଇଥିଲେ । ପୃଥୀ ଶ’ ମାତ୍ର 2 ରନ କରିଥିବାବେଳେ ଅଧିନାୟକ ଶ୍ରେୟସ୍ ଆୟର୍ 17 ରନ କରିବାକୁ ସୁଯୋଗ ପାଇଥିଲେ ।
ତେବେ କେନ ୱିଲିୟମସନଙ୍କ 26 ବଲରେ 41 ଓ ଜନ୍ନି ବେୟାରଷ୍ଟୋଙ୍କ 53 ରନ ବଳରେ ହାଇଦ୍ରାବାଦ 162 ରନ କରିଥିଲା ।