ETV Bharat / sports

‘ଏ ବର୍ଷ ଆଇପିଏଲ କପ ଆମର’ ଆରସିବିକୁ ଏଭଲି ଶୁଭେଚ୍ଛା ଜଣାଇଲେ କୁନି ଫ୍ୟାନ

author img

By

Published : Nov 6, 2020, 5:40 PM IST

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି 3 ବର୍ଷୀୟ କୁନି ଫ୍ୟାନ। କୁନି ଫ୍ୟାନ ଜଣକ "ଇ ସାଲା କପ୍ ନାମଦେ" କହି ବାଙ୍ଗାଲୋରକୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢ଼ନ୍ତୁ...

"ଏ ବର୍ଷ ଆଇପିଏଲ କପ ଆମର" ଆରସିବିକୁ ଏଭଲି ଶୁଭେଚ୍ଛା ଜଣାଇଲେ କୁନି ଫ୍ୟାନ

ବେଙ୍ଗାଲୁରୁ: ଆଇପିଏଲ 2020ରେ ଆଜି(ଶୁକ୍ରବାର) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ଦ୍ବିତୀୟ ଆଇପିଏଲ ପ୍ଲେ-ଅଫ ମ୍ୟାଚ। ତେବେ ଏହି ମ୍ୟାଚ ପୂର୍ବରୁ ଜଣେ 3 ବର୍ଷୀୟ କୁନି ଫ୍ୟାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନିଜ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ସେ ପାଲଟି ଯାଇଛନ୍ତି ସୋସିଆଲ ମିଡିଆ ସେନସେସନ।

ଏହି କୁନି ଫ୍ୟାନ ଜଣକ ହେଉଛନ୍ତି ବେଙ୍ଗାଲୁରୁରେ ରହୁଥିବା 3 ବର୍ଷର ଶିଶୁ କନ୍ୟା ଦ୍ବିଥୀ ଚାନାସ୍ୟା। ଏକ ଭିଡିଓରେ ଶିଶୁ ଜଣକ "ଇ ସାଲା କପ୍ ନାମଦେ" ଅର୍ଥାତ "ଚଳିତ ବର୍ଷ କପ ଆମର ବୋଲି" କହୁଥିବା ଦେଖିବାକୁ ମିଳିଛି। ଏହାସହ ଭିଡିଓରେ ସେ ଭିଡିଓରେ "ଟ୍ବିଙ୍କଲ୍ ଟ୍ବିଙ୍କଲ୍ ଲିଟିଲ୍ ଷ୍ଟାର୍ ଆମର ଆରସିବି ହେଉଛି ସୁପର ଷ୍ଟାର" କହୁଥିବା ଦେଖିବାକୁ ମିଳିଛି। ଏହାକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି ଲୋକେ।

ରଘୁ ଗୌଡ଼ା ନାମକ ଜଣେ ୟୁଟ୍ୟୁବର ଏହି କୁନି ଫ୍ୟାନଙ୍କ ଭିଡିଓ ନିଜ ଚ୍ୟାନେଲରେ ପକାଇଥିଲେ। ଏହାପରେ ଏହି ଭଡ଼ିଓ ଏବେ ଭାଇରାଲ ହେବାକୁ ଲାଗିଛି। ଏହାକୁ ଆରସିବିର ଅନ୍ୟ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ କରିବା ସହ ନିଜ ପ୍ରତିକ୍ରିୟା ଦେଉଛନ୍ତି।

ୟୁଏଇର ଶେଖ ଜାୟଦ ଷ୍ଟାଡିୟମରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ କଡ଼ା ଟକ୍କର। ଯେଉଁ ଦଳ ଏହି ମ୍ୟାଚ ହାରିବ ସେହି ଦଳର ଚଳିତ ଆଇପିଏଲ ଟାଇଟଲ ଜିତିବା ଧୁଳିସାତ ହେବ। ଏହାସହ ଯେଉଁ ଦଳ ଜିତିବ ସେ ଦିଲ୍ଲୀ ସହ ଦ୍ବିତୀୟ ଏଲିମିନେଟର ମ୍ୟାଚ ଖେଳିବ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଦିଲ୍ଲୀକୁ ହରାଇ ପାଇନାଲରେ ପହଞ୍ଚିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.