ETV Bharat / sports

ସୁରେଶ ରୈନା@5000: ଆଇପିଏଲରେ ପ୍ରଥମ ଖେଳାଳି - କ୍ରିକେଟ

ଆଇପିଏଲରେ 4000 ରନ କ୍ଲବରେ ଅଧିକାଂଶ ଭାରତୀୟ ଖେଳାଳି ରହିଛନ୍ତି । ଏହି କ୍ଲବରେ ଏକମାତ୍ର ବିଦେଶୀ ଖେଳାଳି ଭାବେ ସନ ରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଆରସିବି ଖେଳାଳି ଏବି ଡିଭିଲିୟର୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL
author img

By

Published : Mar 24, 2019, 12:02 AM IST

ଚେନ୍ନାଇ: ଆଇପିଏଲର ରନମେସିନ କୁହାଯାଉଥିବା ସୁରେଶ ରୈନା ହାସଲ କରିଛନ୍ତି ଆଉ ଏକ କୀର୍ତ୍ତିମାନ । ଏହି ଧନଶାଳୀ କ୍ରିକେଟ ଲିଗ୍‌ ଇତିହାସରେ 5000 ରନ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି କୃତିତ୍ବ କେହି ହାସଲ କରିନାହାନ୍ତି ।

IPL
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ବେଙ୍ଗାଲୁରୁ ମୁକାବିଲା ସମୟରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଆଉ 15 ରନ ଆବଶ୍ୟକ ଥିଲା । ମ୍ୟାଚରେ ସେ 11 ରନ କରି ଖେଳୁଥିବା ସମୟରେ ଏହି ରେକର୍ଡ କରିଥିଲେ । ତେବେ ସେ 19 ରନ କରି ଆଉଟ ହୋଇଯାଇଥିଲେ । ତାଙ୍କର ଆଇପିଏଲରେ ମୋଟ ସ୍କୋର 5004 ହୋଇଥିବାବେଳେ ଏପରି ରେକର୍ଡ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି ।

ତାଙ୍କ ପଛକୁ ଅଛନ୍ତି ବେଙ୍ଗାଲୁରୁ କ୍ୟାପ୍ଟେନ ବିରାଟ କୋହଲି । ବିରାଟ ଏବେ 4954 ରନ କରିଛନ୍ତି । ସେ ଏହି ମ୍ୟାଚରେ ମାତ୍ର 6 ରନ କରିଛନ୍ତି । ତେବେ କୋହଲି ରୈନାଙ୍କ ଠାରୁ 50 ରନ ପଛରେ ରହିଛନ୍ତି । ଆଗାମୀ ମ୍ୟାଚରେ ସେ ଏହି କୃତିତ୍ବ ହାସଲ କରିନେବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଆଇପିଏଲର ଉଦଘାଟନୀ ମ୍ୟାଚରେ ଆରସିବିକୁ 7 ୱିକେଟ୍‌ରେ ହରାଇଛି ଚେନ୍ନାଇ ।

ତେବେ ଆଇପିଏଲରେ 4000 ରନ କ୍ଲବରେ ଅଧିକାଂଶ ଭାରତୀୟ ଖେଳାଳି ରହିଛନ୍ତି । ଏହି କ୍ଲବରେ ଏକମାତ୍ର ବିଦେଶୀ ଖେଳାଳି ଭାବେ ସନ ରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଆରସିବି ଖେଳାଳି ଏବି ଡିଭିଲିୟର୍ସ । ଏହି କ୍ଲବ ଛୁଇଁବା ପାଇଁ ଏବିଙ୍କୁ ଆଉ 47 ରନ ଦରକାର ।

ଏହାସହ ଆଜିର ମ୍ୟାଚରେ ଆଉ କେତେକ କୀର୍ତ୍ତିମାନ ସ୍ଥାପିତ ହୋଇଛି । ଏହା ଚେନ୍ନାଇ ଖେଳାଳି ସେନ ୱାଟସନ୍‌ଙ୍କ କ୍ୟାରିୟରରେ 300 ତମ ଟି20 ମ୍ୟାଚ ଥିଲା । ଏପରି କରିବାରେ ସେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହୋଇଛନ୍ତି । ତେବେ ଟି20 କ୍ରିକେଟରେ 8000 ରନ ପୂରଣ କରିବାରେ କୋହଲିଙ୍କୁ ଆଉ 95 ରନ ଦରକାର । ତାଙ୍କ ଆଗରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ କେବଳ ସୁରେଶ ରୈନା(8009) ଅଛନ୍ତି ।

Slug – ପୋଲିଥିନ ବୋଝେଇ ଟ୍ରକରେ ଲାଗିଲା ନିଆଁ  । ଅଳ୍ପକେ ବର୍ତିଲେ ଡ଼୍ରାଇଙର , ହେଲପର  ।
Report- Ranjan Rath
Date – 17- 3-19
Formate – AVO 
Anchar – ପଲିଥିନ ବୋଝେଇ ଟ୍ରକରେ ନିଆଁଲାଗି ସମ୍ପୁର୍ଣ୍ଣ  ପୋଡ଼ିଯାଇଥିବା ବେଳେ ଅଳ୍ପକେ ବର୍ତିଲେ ଡ଼୍ରାଇଭର ଏବଂ ହେଲପର  ।ଆଜି ଏପି ୧୬ ୟୁ ୮୩୨୨ ନମ୍ବର ଟ୍ରକ ନମ୍ବର ଏକ ଟ୍ରକ ଜେକେରୁ ତେଲେଙ୍ଗାନା ଯିବା ସମୟରେ ସ୍ଥାନିୟ ମଝିଘରିଆଣି ମନ୍ଦିର ନିକଟରେ ଡ଼୍ରାଇଭର ଟ୍ରକଟିକୁ ରଖି ବିଶ୍ରାମ ନେଉଥିଲା  । ତେବେ ହଠାତ ଗାଡ଼ିରୁ ଧୁଆଁ ବାହାରୁ ଥିବା ଦେଖି ସ୍ଥାନିୟ ଲୋକେ ଡ଼୍ରାଇଭର ଏବଂ  ହେଲପରକୁ ଉଠାଇ ଥିଲେ  । ଚାହୁଁ ଚାହୁଁ ନିଆଁ ସମ୍ପୁର୍ଣ୍ଣ ମାଡ଼ିଯାଇଥିବା ବେଳେ ଖବର ପାଇ  ଦମକଳ ପହଁଚି ନିଆଁକୁ ଆୟତ କରିଥିଲା  । ଏହି ଅଗ୍ନିକାଣ୍ଡ ଯୋଗୁଁ ଦିର୍ଘ ୩ ଘଟାଂ ଆନ୍ଧ୍ର ଓଡ଼ିଶା ଯୋଗାଯୋଗ ବିଛିନ୍ନ ହେବା ଫଳରେ ଉଭୟପଟେ  ଶହଶହ  ଭାରିଯାନ ଅଟକି ରହିଥିଲା  । ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଁଚିଂ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାର ଅନୁସଂନ୍ଧାନ ଆରମ୍ଭ କରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.