ETV Bharat / sports

ଆରସିବି ଜର୍ସିରେ ସବୁଜ ଦୁନିଆ ବାର୍ତ୍ତା - ଚେନ୍ନାଇ ସୁପର କିଙ୍ଗସ

ଦଳର ସମସ୍ତ ମ୍ୟାଚ ପାଇଁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଜର୍ସି ଥିବାବେଳେ ଏହା କେବଳ ଦଳର ଗ୍ରୀନ ମ୍ୟାଚ ପାଇଁ ବୋଲି ଜଣାପଡିଛି । ଏହି ଜର୍ସି ସମ୍ପୂର୍ଣ୍ଣ ଗ୍ରୀନ କଲରର ହୋଇଥିବାବେଳେ ଛାତିରୁ ଉପର ଭାଗ ବ୍ଲାକ ରହିଛି । ଏହି ଜର୍ସି ଅବ୍ୟବହୃତ ପ୍ଲାଷ୍ଟିକରୁ ତିଆରି ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@RCBTweets
author img

By

Published : Mar 22, 2019, 11:09 PM IST

ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଏହି ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ନୂଆ ଜର୍ସି ଉନ୍ମୋଚନ ହୋଇଛି । ଏହି ଜର୍ସି ଦ୍ବାରା ଦଳ ସଚେତନତାର ବାର୍ତ୍ତା ଦେଇଛି ଦଳ ।

ଏହି ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ଆୟୋଜିତ ହୋଇଛି । ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଦକ୍ଷିଣ ଆଫ୍ରିକାର ଏବିଡିଭିଲର୍ସ ଏବଂ ପାର୍ଥିବ ପଟେଲ ଉପସ୍ଥିତ ଥିଲେ । ଏହି ଜର୍ସି ଉଭୟ ଘରୋଇ ଓ ବାହାର ମ୍ୟାଚ ପାଇଁ ଉନ୍ମୋଚିତ ହୋଇଥିଲା । ତେବେ ଦଳର ସମସ୍ତ ମ୍ୟାଚ ପାଇଁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଜର୍ସି ଥିବାବେଳେ ଏହା କେବଳ ଦଳର ଗ୍ରୀନ ମ୍ୟାଚ ପାଇଁ ବୋଲି ଜଣାପଡିଛି ।

ଏହି ଜର୍ସି ସମ୍ପୂର୍ଣ୍ଣ ଗ୍ରୀନ କଲରର ହୋଇଥିବାବେଳେ ଛାତିରଉପର ଭାଗ ବ୍ଲାକ ରହିଛି । ଏହି ଜର୍ସି ଅବ୍ୟବହୃତ ପ୍ଲାଷ୍ଟିକରୁ ତିଆରି ହୋଇଛି । ଏହାଦ୍ବାରା ଆରସିବି ସବୁଜ ଦୁନିଆ ଏବଂ ବୃକ୍ଷ ବଞ୍ଚାଓ ବାର୍ତ୍ତା ପ୍ରଦାନ କରୁଛି ବୋଲି ଦଳୀୟମ୍ୟାନେଜମେଣ୍ଟ ସୂଚନା ଦେଇଛି ।

ଶନିବାର ଚେନ୍ନାଇରେ ଘରୋଇ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳି ଦ୍ବାଦଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଆରସିବି ।

Intro:ବୌଦ୍ଧ ଜିଲ୍ଲାରେ ଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ରେ ନାମାଙ୍କନର ତୃତୀୟ ଦିନ ସୁଦ୍ଧା ସମୁଦାୟ୨୭ ଗୋଟି ଫର୍ମ ବିକ୍ରି ହୋଇଥିବା ଜଣାପଡିଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ରୁ ଚାରିଥର ର ବିଧାୟକ ପ୍ରଦୀପ କୁମାର ଅମାତ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ସହ ସିଧାସଳଖ କଡା ମୁକାବିଲା ର ସମ୍ଭାବନା ରହିଛି । କିନ୍ତୁ ଜନ ସମର୍ଥନ ଥିବା ଅନ୍ୟ କେତେକ ଦଳ ତଥା ନେତା ଏହି ସମ୍ପୂର୍ଣ୍ଣ ଖେଳକୁ ଓଲଟପାଲଟ କରିପାରନ୍ତି ବୋଲି ଆଲୋଚନା ହେଉଛି। ସେପଟେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଠାରୁ ହାଇ ଭୋଲଟେଜ ସୋ ପ୍ରଦର୍ଶିତ ହେଲାଣି ।

Body:ମଙ୍ଗଳବାର ଦିନ କଣ୍ଟାମାଳ ବିଜେଡି ର ଏକ ବଡ ଗୋଷ୍ଠୀ ବିଧାୟକ ପ୍ରାର୍ଥୀ ମହିଧର ଙ୍କୁ ପ୍ରବଳ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରି ବୁଧବାର ବରିଷ୍ଠ ନେତା ଶେଷଦେବ ମେହେରଙ୍କୁ ସ୍ବାଧୀନ ପ୍ରାର୍ଥୀ ହେବାକୁ ଘୋଷଣା କରିଥିଲେ । ଏହାକୁ ଦେଖି ଗୁରୁବାର ମହିଧର ନିର୍ବାଚନ ମଣ୍ଡଳୀ ରେ ପହଞ୍ଚିବା ପରେ ଏକ ହାଇ ଭୋଲଟେଜ ରୋଡସୋ ଦେଖିବାକୁ ମିଳିଥିଲା । ବିରୋଧିଙ୍କୁ ଚେକମେଟ ଦେବାକୁ ଏହି ସୋ ର ଆୟୋଜନ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଏଠାରେ ବିଜେପି ର ବଢୁଥିବା ଲୋକପ୍ରିୟତା ତଥା ଯୋଗ୍ୟ ନେତା ଙ୍କୁ ନେଇ ଶାସନ ଦଳ ଛାନିଆ । ଏପରି ଏକ ଗୋଳମାଳିଆ ପରିସ୍ଥିତିରୁ ଫାଇଦା ନେବାକୁ ଜଗିଛି କଂଗ୍ରେସ । ଭୋଟର ମଧ୍ୟ ଉପଯୁକ୍ତ ସମୟରେ ଠିକ ପଦକ୍ଷେପ ନେବେ ବୋଲି କହିଛନ୍ତି । କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସରକାରୀ ଯୋଜନାର ପ୍ରଚାର ଅଦ୍ୟାବଧି ରହିଥିବାରୁ ଲୋକେ ସମାଲୋଚନା କରିଛନ୍ତି ।

Conclusion:ବାଇଟ-୧- ସୁନୀଲ କୁମାର ପ୍ରଧାନ, ଭୋଟର
ବାଇଟ-୨- ସନତ କୁମାର ବାରିକ, ଭୋଟର
ବାଇଟ-୩- ନୀଳାଚଳ କଁହର, ଭୋଟର
ବାଇଟ-୪- ମହିଧର ରଣା, ବିଜେଡି ପ୍ରାର୍ଥୀ
ବାଇଟ-୫- ପ୍ରଶାନ୍ତ କୁମାର ସାହୁ, କଂଗ୍ରେସ ପ୍ରାର୍ଥୀ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.