ETV Bharat / sports

ଆଇପିଏଲ୍‌ ଛାଡି ସ୍ବଦେଶରେ ମଲିଙ୍ଗା - ମୁମ୍ବାଇ ଇଣ୍ଡିଆନ୍ସ

ବିଶ୍ବକପ୍‌କୁ ନଜରରେ ରଖି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଲିଙ୍ଗାଙ୍କୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌ ଚଳିତବର୍ଷ ଆଇପିଏଲ୍‌ ଲିଗ୍‌ରେ ମୁମ୍ବାଇ ପକ୍ଷରୁ 2ଟି ମ୍ୟାଚ୍‌ ଖେଳିଛନ୍ତି ।

ଫାଇଲ ଫଟୋ
author img

By

Published : Apr 6, 2019, 9:04 PM IST

Updated : Apr 9, 2019, 7:24 PM IST

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସରୁ ଲସିଥ୍‌ ମଲିଙ୍ଗା କିଛିଦିନ ପାଇଁ ବ୍ରେକ୍ ନେଇଛନ୍ତି । କାରଣ ସେ ଘରୋଇ ଏକ ଦିବସୀୟ ସିରିଜ୍‌ ଖେଳିବା ପାଇଁ ଗତ ବୁଧବାର ଦିନ ସ୍ବଦେଶକୁ ଫେରି ଆସିଛନ୍ତି । ଏହି ସୂଚନା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପକ୍ଷରୁ ଦିଆଯାଇଛି ।

ତେବେ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌ ଚଳିତବର୍ଷ ଆଇପିଏଲ୍‌ ଲିଗ୍‌ରେ କେବଳ 2ଟି ମ୍ୟାଚ୍‌ ଖେଳିଛନ୍ତି । ସୂଚନାଥାଉକି, ଶ୍ରୀଲଙ୍କାରେ ବିଶ୍ବକପ୍‌ ପୂର୍ବରୁ 4ଦଳୀୟ ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯିବ । ତେଣୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଲିଙ୍ଗାଙ୍କୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି । ଘରୋଇ ଟୁର୍ଣ୍ଣାମେଣ୍ଟରେ ଗାଲେ ଟିମ୍‌ର ନେତୃତ୍ବ ଭାର ମଲିଙ୍ଗାଙ୍କ କାନ୍ଧରେ ରହିଛି ।

ଏନେଇ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ସୂର୍ଯ୍ୟକୁମାର ଯାଦବ ମିଡିଆକୁ କହିଛନ୍ତି ଯେ, ଏହି ଲିଗ୍‌ରେ ମଲିଙ୍ଗା ସମ୍ପୂର୍ଣ୍ଣ ଭାବରେ ଖେଳରୁ ଓହରିବେ ନାହିଁ । ସେ ଭଲ ଫର୍ମରେ ଅଛନ୍ତି । ଯେବେ ଆସିବେ ଟିମ୍‌କୁ ଫାଇଦା ହେବ । ଶୀଘ୍ର ହିଁ ସେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ।

Intro:Body:Conclusion:
Last Updated : Apr 9, 2019, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.