ETV Bharat / sports

ରସେଲ ନା ଗେଲ, କର ବା ମର ମ୍ୟାଚରେ କିଏ ବାଜି ମାରିବ ?

କାହାର ଝଡ ଉଠିବ ? ରସେଲ ନା ଗେଲ । କର ବା ମର ମ୍ୟାଚରେ କେଉଁ ପାଓ୍ବାର ହିଟର ଜବରଦସ୍ତ ପ୍ରଦର୍ଶନ କରିବେ ? ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ।

author img

By

Published : May 3, 2019, 7:57 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ମୋହାଲି: ରସେଲ ନା ଗେଲ ? କାହାର ଝଡ ଦେଖିବାକୁ ମିଳିବ ? ଚଳିତ ଆଇପିଏଲର ପ୍ଲେ-ଅଫ ପର୍ଯ୍ୟାୟକୁ ଶେଷ ଦଳ ଭାବେ କିଏ ଏଣ୍ଟ୍ରି ମାରିବ ? ଆନ୍ଦ୍ରେ ରସେଲଙ୍କ କୋଲକାତା ନାଇଟ ରାଇଡର୍ସ ନା ଗେଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବ । ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

ବେନିଜନେ ସମଦଶା ପରି ସ୍ଥିତି ଉପୁଜିଛି ଦୁଇ ଦଳର । ଉଭୟ ଦଳ ସମାନ 10 ପଏଣ୍ଟ ପାଇଛନ୍ତି । ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଦୁଇ ଦଳ ପାଇଁ ପ୍ଲେ-ଅଫର ରାସ୍ତା ଆଜିର ମ୍ୟାଚ ନିର୍ଣ୍ଣୟ କରିବ । ବାକିଥିବା ଦୁଇ ମ୍ୟାଚ ଯେଉଁ ଦଳ ଜିତିବ ସେ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ । ଆଜିର ମ୍ୟାଚରେ ଳଢେଇ ବିଶେଷ କରି ଦୁଇ ୱେଷ୍ଟଇଣ୍ଡିଜ ଖେଳାଳି ଆନ୍ଦ୍ରେ ରସେଲ ଓ ଗେଲଙ୍କ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦଳ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବାରୁ, ମ୍ୟାଚ ଅତି ଚିତାକର୍ଷକ ହେବାନେଇ ଆଶା କରାଯାଉଛି ।

ଉଭୟ ଦଳରେ ଏକାଧିକ ପାୱରହିଟର ରହିଥିଲେ ବି ବିଜୟଧାରାକୁ ବଜାୟ ରଖିବାକୁ ଦଳ ସଫଳ ହୋଇନାହାଁ । କୋଲକାତା ପାଇଁ ରସେଲ ଆଉ ପଞ୍ଜାବ ପାଇଁ ଗେଲ ସାହା । ପୁର୍ବରୁ ଚେନ୍ନାଇ ସୁପରକିଙ୍ଗିସ, ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରେ ପହଞ୍ଚି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.