ETV Bharat / sports

ଆଇପିଏଲ ମହାସମର: କ୍ୟାପ୍ଟେନ କୁଲ ବନାମ କ୍ୟାପ୍ଟେନ ଆଗ୍ରେସିଭ୍ - କ୍ରିକେଟ

ଆଇପିଏଲ ଇତିହାସର ସଫଳତମ ଦଳ ସିଏସକେ ପ୍ରଥମ ଥର ପାଇଁ ଟ୍ରଫି ଫେଭରେଟ୍ କୋହଲିଙ୍କ ଆରସିବିକୁ ଭେଟିବ । ଦୁଇ ବର୍ଷ ଧରି ବାସନ୍ଦ ହେବା ପରେ ଗତବର୍ଷ ପୁଣି ଥରେ ଫେରି ଆଇପିଏଲରେ 3ୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା ଚେନ୍ନାଇ ।

ଫାଇଲ ଫଟୋ
author img

By

Published : Mar 22, 2019, 11:51 PM IST

ଚେନ୍ନାଇ: ବିଶ୍ବର ସବୁଠାରୁ ଧନଶାଳୀ ଟି-୨୦ ଲିଗ ‘ଆଇପିଏଲ’ର 12ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଲଗାତାର ୫୧ ଦିନ ଧରି ଚାଲିବାକୁ ଥିବା ଏହି ମହାସମରର ପ୍ରଥମ ମ୍ୟାଚରୁ ହିଁ ଜୋରଦାର ଲଢେଇ ହେବ । ଉଦଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ସାମ୍ନାସାମ୍ନିହେବେ । ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପ୍ରଥମ ମୁକାବିଲାରେ ଭେଟାଭେଟି ହେବାକୁ ଯାଉଛନ୍ତି ।

ଆଇପିଏଲ ଇତିହାସର ସଫଳତମ ଦଳ ସିଏସକେ ପ୍ରଥମ ଥର ପାଇଁ ବିଜେତା ଲକ୍ଷ୍ୟରେ ଥିବା କୋହଲିଙ୍କ ଆରସିବିକୁ ଭେଟିବ । ଦୁଇ ବର୍ଷ ଧରି ବାସନ୍ଦ ହେବା ପରେ ଗତବର୍ଷ ପୁଣି ଥରେ ଫେରି ଆଇପିଏଲରେ 3ୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା ଚେନ୍ନାଇ । ଅନ୍ୟପଟେ ବେଙ୍ଗାଲୁରୁ ତିନି ଥର ଫାଇନାଲ ଖେଳି ମଧ୍ୟ ଥରେ ହେଲେ ମଧ୍ୟ ବିଜେତା ହୋଇପାରିନାହିଁ ।

ଧୋନିଙ୍କ ନେତୃତ୍ବରେ ସିଏସକେ ବେଶ ସନ୍ତୁଳିତ ଦଳ । ଦଳରେ ସେନ ୱାଟସନ, ଫାଫ ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ଥିବାବେଳେ ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ସୁରେଶ ରାଇନାଙ୍କ ଭଳି ଘରୋଇ ଖେଳାଳି ଅଛନ୍ତି । ରବୀନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ଡେୱିଡ ୱିଲି ଏବଂ ମିଚେଲ ସାଣ୍ଟନରଙ୍କ ରୂପରେ ‌ଏକାଧିକ ଦକ୍ଷ ଅଲରାଉଣ୍ଡର ମଧ୍ୟ ରହିଛନ୍ତି । ବୋଲିଂ ବିଭାଗ ହରଭଜନ ସିଂହ, କର୍ଣ୍ଣ ଶର୍ମା, ମୋହିତ ଶର୍ମା, ଶାର୍ଦୁଲ ଠାକୁର, ଇମ୍ରାନ୍ ତାହିର ଏବଂ ଲୁଙ୍ଗି ନେଗିଡିଙ୍କ ଭଳି ବୋଲରଙ୍କୁ ନେଇ ସମୃଦ୍ଧ ।

ଧୋନି ଦଶମ ଥର ପାଇଁ ଚେନ୍ନାଇର ‌ନେତୃତ୍ବ ନେବେ । କେଦାର ଯାଦବ ଦଳରେ ଥିବାରୁ ଧୋନି ବ୍ୟାଟିଂକ୍ରମରେ ଚାରି ନମ୍ବରରେ ଖେଳିବେ ବୋଲି କୋଚ ଷ୍ଟିଫେନ ଫ୍ଲେମିଂ ସୂଚନା ଦେଇଛନ୍ତି । ତିନି ଥର ବିଜେତା ଏବଂ ଚାରି ଥର ଉପ ବିଜେତା ହେବା ସହ ପ୍ରତିଥର ପ୍ଲେ-ଅଫ ଖେଳିଥିବା ଚେନ୍ନାଇକୁ ଅଟକାଇବା ଆରସିବି ପାଇଁ ପରୀକ୍ଷା ହେବ ।

ଅନ୍ୟପଟେ ବ୍ୟାଟିଂ ବିଭାଗରେ ବେଶ ଶକ୍ତିଶାଳୀ ରହିଛି ବେଙ୍ଗାଲୁରୁ । କ୍ୟାପ୍ଟେନ କୋହଲିଙ୍କ ସହ ଏବି ଡିଭିଲିୟର୍ସ, ସିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ନାଥନ କୁଲଟର ନାଇଲଙ୍କ ଭଳି ଖେଳାଳି ରହିଛନ୍ତି । ତେବେ ଦଳ 5ମ ବୋଲରଙ୍କ ଅଭାବ ଅନୁଭବ କରିପାରେ । ତେବେ ଏକ କୌତୁହଳପୂର୍ଣ୍ଣ କଥା ହେଉଛି ପାର୍ଥିବ ପଟେଲ, ସେନ ୱାଟସନ ଓ କର୍ଣ୍ଣ ଶର୍ମାଙ୍କ ଭଳି ଖେଳାଳି ଉଭୟ ଦଳରୁ ଖେଳିବାର ଗୌରବ ଅର୍ଜନ କରିଛନ୍ତି ।

ସମ୍ଭାବ୍ୟ ‌ଆରସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ମାର୍କସ ଷ୍ଟୋଇନିସ, ଏବି ଡି ଭିଲିୟର୍ସ, ସିମରନ୍ ହେଟମେୟର, ଶିଭମ ଦୁବେ, ନାଥନ କୁଲଟର ନାଇଲ, ୱାଶିଂଟନ ସୁନ୍ଦର, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ

ସମ୍ଭାବ୍ୟ ସିଏସକେ ଏକାଦଶ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଫାଫ ଡୁ ପ୍ଲେସିସ, ସେନ ୱାଟସନ, ସୁରେଶ ରୈନା, ଅମ୍ବାତି ରାୟୁଡୁ, କେଦାର ଯାଦବ, ଡ୍ବେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ହରଭଜନ ସିଂହ, ମୋହିତ ଶର୍ମା, ଲୁଙ୍ଗି ନେଗିଡି

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.