ETV Bharat / sports

ହାରିଛି ବେଶୀ, ଜିତିଛି କମ ! - ଜିତିଛି

ସବୁଠୁ ଅଧିକ 7 ଥର ଫାଇନାଲ ଖେଳିଛି ଚେନ୍ନାଇ ସୁପରକିଙ୍ଗ୍ସ । ହେଲେ ଜିତିଛି 3 ଥର ଓ ହାରିଛି 4ଥର । ଅର୍ଥାତ ଫାଇନାଲରେ ହାରିଛି ବେଶୀ ଜିତିଛି କମ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 11, 2019, 2:13 PM IST

ହାଇଦ୍ରାବାଦ: ଆଇପିଏଲର ସବୁଠୁ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ । ସତରେ ଯେମିତି ସବୁଦଳକୁ ମାତ ଦେଇ ଫାଇନାଲ ଖେଳିବାର କଳା କେବଳ ସୁପରକିଙ୍ଗ୍ସକୁ ଜଣା । 2008 ରୁ 2019 । ଆଇପିଏଲର 12ଟି ସିଜନରୁ 10ଟିରେ ଖେଳିଛି । 10ଟି ସିଜନରୁ 8 ଥର ପ୍ଲେ-ଅଫକୁ ଯାଇଛି ଚେନ୍ନାଇ । ସବୁଠୁ ଅଧିକ 7 ଥର ଫାଇନାଲ ଖେଳିଛି । ହେଲେ ଜିତିଛି 3 ଥର ଓ ହାରିଛି 4ଥର । ଅର୍ଥାତ ଫାଇନାଲରେ ହାରିଛି ବେଶୀ ଜିତିଛି କମ ।

2008ରୁ ଆଇପିଏଲ ଯାତ୍ରା ଆରମ୍ଭ ହୁଏ । କ୍ୟାପଟେନ ପଦ ସମ୍ଭାଳନ୍ତି ଟିମ ଇଣ୍ଡିଆର କ୍ୟାପଟେନ କୁଲ ଧୋନୀ । 2008ରେ ଆଇପିଏଲ ନିଲାମରେ ସବୁଠୁ ଦାମଖେଳାଳୀ ହୁଅନ୍ତି ଧୋନୀ । ପ୍ରଥମ ଭାରତୀୟ ଆଇପିଏଲ ଚମ୍ପିୟାନ କ୍ୟାପଟେନ ହେଉଛନ୍ତି ଧୋନୀ । ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାନ୍ତି ଉପ-ଅଧିନାୟକ ସୁରେଶ ରୈନା । 2008ରୁ 2015 ଯାଏଁ ରୈନା ହୁଅନ୍ତି ଅନେକ ରେକର୍ଡର ଅଧିକାରୀ । ଅଧିକ ରନ, ଅଧିକ କ୍ୟାଚ, ଅଧିକ କ୍ୟାପ ଆଦି ହୁଏ ରୈନାଙ୍କ ନାଁରେ ।

ଚେନ୍ନାଇ ସୁପରକିଙ୍ଗ୍ସର ଜିତିବା ପ୍ରତିଶତ 61.56 । ଯାହାକି ଆଇପିଏଲ ଖେଳୁଥିବା ଅନ୍ୟ ଦଳଙ୍କଠୁ ସର୍ବାଧିକ । ଧୋନୀଙ୍କ ନେତୃତ୍ବରେ 2010, 2011 ଓ 2018 ଆଇପିଏଲ ଚମ୍ପିୟାନ ହୋଇଛି ସୁପରକିଙ୍ଗ୍ସ । ଏହାସହିତ 2010 ଓ 2014ରେ ଚମ୍ପିୟାନ୍ସଲିଗ ଟି-ଟ୍ବେଣ୍ଟି ଟ୍ରଫି ମଧ୍ୟ ନିଜ ନାଁରେ କରିଛି ଦଳ ।

2008 ଫାଇନାଲରେ ରାଜସ୍ଥାନ ରୟାଲ୍ସଠୁ ପରାଜିତ ହୋଇଥିଲା ଦଳ । ପ୍ରଥମଥର ଚମ୍ପିୟାନ ହେବାରୁ ବଞ୍ଚିତ ହୋଇଥିଲେ ଧୋନୀ ଧୁରନ୍ଦର । 2010 ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚମ୍ପିୟାନର ବିଜୟମୁକୁଟ ପିନ୍ଧିଥିଲା ସୁପରକିଙ୍ଗ୍ସ । 2011ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଲଗାତାର ଦ୍ବିତୀୟ ଥର ଚମ୍ପିୟାନ ହୋଇଥିଲା ଚେନ୍ନାଇ । 2012ରେ କେକେଆର ଠୁ ହାରିଥିଲା ଦଳ । 2013ରେ ମୁମ୍ବାଇ ଇଣ୍ଡିଆନ୍ସ 2010 ପରାଜୟର ପ୍ରତିଶୋଧ ନେଇଥିଲା । 2015 ଫାଇନାଲରେ ପୁଣି ଧୋନୀଙ୍କ ଦଳକୁ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରିବାକୁ ପଡିଥିଲା । ମୁମ୍ବାଇ ପାଇଁ କମାଲ କରିଥିଲେ ହିଟମ୍ୟାନ ରୋହିତ ଶର୍ମା । 26 ବଲରୁ 50 ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ରୋହିତ ।

2018ରେ ଦୁଇବର୍ଷର ବାସନ୍ଦ ପରେ ଜୋରଦାର କମବ୍ୟାକ କରିଥିଲା ଚେନ୍ନାଇ । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟଥର ଚମ୍ପିୟାନ ହୋଇଥିଲେ ଧୋନୀ ବାହିନୀ । 2019 ଆଇପିଏଲର ଫାଇନାଲରେ ପୁଣି ପହଞ୍ଚିଛି ଚେନ୍ନାଇ । ଚତୁର୍ଥ ଥର ପାଇଁ ଆଇପିଏଲ ଚମ୍ପିୟାନ ହେବା ପାଇଁ ଦଳର ରହିଛି ଲକ୍ଷ୍ୟ ।

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.