ETV Bharat / sports

ଆଇପିଏଲ କିଙ୍ଗସ ଲଢେଇ: ଟସ ଜିତି ଚେନ୍ନାଇର ବ୍ୟାଟିଂ

author img

By

Published : Apr 6, 2019, 6:57 PM IST

ଶେଷ ମ୍ୟାଚରେ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିବାବେଳେ ଚେନ୍ନାଇ, ମୁମ୍ବାଇ ଠାରୁ ହାରିଛି । ତେଣୁ ଗୋଟିଏ ଟିମ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ଅନ୍ୟ ଟିମ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିବ ।

ଫାଇଲ ଫଟୋ

ଚେନ୍ନାଇ: ଆଇପିଏଲ 12ର 18 ତମ ମ୍ୟାଚରେ ସାମନା ସାମନି ହୋଇଛନ୍ତି 2 କିଙ୍ଗସ୍‌ । ଆଜି ଏଠାରେ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି ଚେନ୍ନାଇ ସୁପର କିଙ୍ଗସ୍‌(ସିଏସକେ) ବନାମ କିଙ୍ଗସ୍‌ ଇଲେଭେନ ପଞ୍ଜାବ ମ୍ୟାଚ । ଏଥିରେ ଟସ୍‌ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରୁଛି ।

ଶେଷ ଖବର ଅନୁସାରେ 10 ଓଭର ଶେଷ ସୁଦ୍ଧା ଚେନ୍ନାଇ 1 ୱିକେଟ୍‌ ହରାଇ 71 ରନ କରିଛି । ଦଳର 2 ବିଦେଶୀ ଓପନର ଦୃଢ ବ୍ୟାଟିଂ କରିବା ସହ ପ୍ରଥମ ୱିକେଟ୍‌ରେ 56 ରନ ଯୋଡିଥିଲେ । ତେବେ 24 ବଲରୁ 3 ଚୌକା ଓ 1 ଛକା ସହ 26 ରନ କରି ଅଷ୍ଟ୍ରେଲିଆନ୍‌ ୱାଟସନ୍‌ ପଞ୍ଜାବ ଅଧିନାୟକ ଅଶ୍ବିନୀଙ୍କ ପ୍ରଥମ ଶିକାର ବନିଛନ୍ତି । ଅନ୍ୟତମ ଓପନର ଦକ୍ଷିଣ ଆଫ୍ରିକାର ଫାପ୍‌ ଡୁ ପ୍ଲେସିସ୍‌ 36(27 ବଲ, 2 ଚୌକା, 2 ଛକା) ରନ କରି ଖେଳୁଛନ୍ତି । ତାଙ୍କ ସହ ସୁରେଶ ରୈନା 12 ରନରେ ଅପରାଜିତ ଅଛନ୍ତି ।

ତେବେ ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । କାରଣ 2ଟି ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । ମୋଟ୍‌ ଉପରେ ଉଭୟ ଦଳ ନିଜ ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁଁ ଏପର୍ଯ୍ୟନ୍ତ ସିଜିନରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛନ୍ତି । ପିଚ୍‌ ଶୁଖିଲା ଥିବାବେଳେ ସନ୍ଧ୍ୟାରେ କାକର ପ୍ରଭାବ ରହିବ । ତେଣୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଫାଇଦାରେ ରହିବ । 180 ପ୍ଲସ୍‌ ସ୍କୋର ଏକ ଭଲ ସ୍କୋର ହେବ ।

ଶେଷ ମ୍ୟାଚରେ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିବାବେଳେ ଚେନ୍ନାଇ, ମୁମ୍ବାଇ ଠାରୁ ହାରିଛି । ତେଣୁ ଗୋଟିଏ ଟିମ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ଅନ୍ୟ ଟିମ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିବ । ପଞ୍ଜାବ ଦଳକୁ ଗେଲ ଓ ଆଣ୍ଡ୍ରୁ ଟାଏ ଫେରିଥିବାବେଳେ ମୁଜିବ ଉର ରେହମାନ ବାହାରିଛନ୍ତି । ସେହିପରି ଚେନ୍ନାଇରୁ ମୋହିତ, ଶାର୍ଦ୍ଦୁଳ ଓ ବ୍ରାଭୋ ଆଉଟ୍‌ ହୋଇଥିବାବେଳେ ହରଭଜନ, ଫାପ୍‌ ଡୁ ପ୍ଲେସିସ ଓ ସ୍କଟ୍‌ ଫେରିଛନ୍ତି ।

ମ୍ୟାଚଟି ପଞ୍ଜାବ ଅଧିନାୟକ ଅଶ୍ବିନୀଙ୍କ ପାଇଁ ଭାବାବେଗ ପୂର୍ଣ୍ଣ ହେବ । କାରଣ ଏଠାରେ ଲଗାତାର 6 ବର୍ଷ ଖେଳିବା ପରେ ଚେନ୍ନାଇ ଛାଡି ପଞ୍ଜାବରେ ମିଶିଛନ୍ତି ଅଶ୍ବିନୀ । ନିଜ ପୁରୁଣା ଦଳ ବିପକ୍ଷରେ ସେ ଆଜି ପଡିଆକୁ ଓହ୍ଲାଇଛନ୍ତି । ଯଦିଚ ଚେନ୍ନାଇ ଦଳ ଘରୋଇ ଦର୍ଶକଙ୍କ ସମର୍ଥନ ପାଇବ, ତଥାପି ଅଶ୍ବିନୀଙ୍କୁ ମଧ୍ୟ ସମର୍ଥନ ମିଳିବାର ଆଶା କରାଯାଉଛି । ଚେନ୍ନାଇକୁ ସେ ଏଠାରେ ଅନେକ ମ୍ୟାଚ ଜିତାଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.