ETV Bharat / sports

ଆଇପିଏଲ 12ଶ ମ୍ୟାଚ: ଧୋନି ଧମାକା, ଚେନ୍ନାଇର ହ୍ୟାଟ୍ରିକ ବିଜୟ - Cricket

ଚେନ୍ନାଇ ଗତବର୍ଷ ଆଇପିଏଲରୁ ଏପର୍ଯ୍ୟନ୍ତ ଲଗାତାର 6ଟି ମ୍ୟାଚରେ ଅପରାଜେୟ ରହିଛି । 20 ମେ 2018ରୁ 31 ମାର୍ଚ୍ଚ 2019 ପର୍ଯ୍ୟନ୍ତ ଏହି ଧାରା ଜାରି ରହିଛି । ପୂର୍ବରୁ 21 ଏପ୍ରିଲ 2014ରୁ 5 ମେ 2014 ପର୍ଯ୍ୟନ୍ତ ଚେନ୍ନାଇ 6ଟି ମ୍ୟାଚରେ ଅପରାଜେୟ ଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL
author img

By

Published : Apr 1, 2019, 11:01 AM IST

ଚେନ୍ନାଇ: ଆଇପିଏଲ 12ରେ ନିଜ ଦମଦାର ଫର୍ମ ବଜାୟ ରଖିଛି ଚେନ୍ନାଇ ସୁପର କିଙ୍ଗସ(ସିଏସକେ) । ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଚେନ୍ନାଇ । 12 ତମ ମ୍ୟାଚରେ ସିଏସକେ ୮ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହାସହ ରାଜସ୍ଥାନ ହ୍ୟାଟ୍ରିକ ପରାଜୟ ଲାଭ କରିବା ସହ ସିଜିନରେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ ।

ଏହି ବିଜୟ ଫଳରେ ଚେନ୍ନାଇ ଗତବର୍ଷ ଆଇପିଏଲରୁ ଏପର୍ଯ୍ୟନ୍ତ ଲଗାତାର 6ଟି ମ୍ୟାଚରେ ଅପରାଜେୟ ରହିଛି । 20 ମେ 2018ରୁ 31 ମାର୍ଚ୍ଚ 2019 ପର୍ଯ୍ୟନ୍ତ ଏହି ଧାରା ଜାରି ରହିଛି । ପୂର୍ବରୁ 21 ଏପ୍ରିଲ 2014ରୁ 5 ମେ 2014 ପର୍ଯ୍ୟନ୍ତ ଚେନ୍ନାଇ 6ଟି ମ୍ୟାଚରେ ଅପରାଜେୟ ଥିଲା । ତେବେ 18 ଏପ୍ରିଲ 2013ରୁ 2 ମେ 2013 ଯାଏଁ ଚେନ୍ନାଇ ସର୍ବାଧିକ 7ଟି ମ୍ୟାଚରେ ଲଗାତାର ବିଜୟୀ ହୋଇଥିଲା ।

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପୁଣିଥରେ ଦଳର ଓପନର ବିଫଳ ହେବା ସହିତ ମାତ୍ର 14 ରନରେ ପାଭେଲିୟନ ଫେରିଥିଲେ । ସେନ୍‌ ୱାଟସନ୍‌ 13 ଏବଂ ଅମ୍ବାତି ରାୟୁଡୁ 1 ରନ କରି ଆଉଟ ହୋଇଥିଲେ । ରୈନା 32 ବଲରୁ 4 ଚୌକା ଓ 1 ଛକା ସହ 36 ରନ କରିଥିଲେ । ବ୍ରାଭୋ 16 ବଲରୁ 3 ଚୌକା ଓ 1 ଛକା ସହ 27 ରନର ବିସ୍ଫୋରକ ଇଂନିସ ଖେଳିଥିଲେ ।

Dhoni
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL
MSD
ମହେନ୍ଦ୍ର ସିଂହ ଧୋନି(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)

ତେବେ ଘରୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ କ୍ୟାପ୍ଟେନ କୁଲ । ଧମାକାଦାର ଇଂନିସ ଖେଳି 46 ବଲରୁ 4 ଚୌକା ଏବଂ 4 ଛକା ସହ 75 ରନରେ ସେ ନଟଆଉଟ୍‌ ଥିଲେ । ତାଙ୍କ ଇଂନିସ ଯୋଗୁଁ ଶେଷ ୩ ଓଭରରୁ ଚେନ୍ନାଇ ୬୦ ରନ ଆଦାୟ କରିଥିଲା । ଏହାସହ ନିର୍ଦ୍ଧାରିତ ଓଭରରେ ଚେନ୍ନାଇ 5 ୱିକେଟ୍‌ ହରାଇ 175 ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ୱେଷ୍ଟଇଣ୍ଡିଜ ବୋଲର ଜୋଫ୍ରା ଆର୍ଚର ମିତବ୍ୟୟୀ ବୋଲିଂ କରି 2ଟି ୱିକେଟ୍‌ ପାଇଥିଲେ ।

Rajasthan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL

୧୭୫ ରନ ଜବାବରେ ରାଜସ୍ଥାନ ୮ ୱିକେଟ୍‌ରେ 167 ରନ କରିପାରିଥିଲା । ଦୃଢ ଜବାବ ଦେଇଥିଲେ ମଧ୍ୟ ଶେଷ ଓଭରରେ 2ଟି ୱିକେଟ୍‌ ହରାଇ 8 ରନ ପଛରେ ପଡିଯାଇଥିଲା ଟିମ୍‌ । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ(39 ରନ, 24 ବଲ, 5 ଚୌକା, 1 ଛକା), ଷ୍ଟିଭେନ ସ୍ମିଥ୍‌(28 ରନ, 30 ବଲ, 2 ଚୌକା) ଏବଂ ବେନ୍ ଷ୍ଟୋକ୍ସ(୪୬ ରନ, ୨୬ ବଲ, ୧ ଚୌକା, ୩ ଛକା) ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ ।

Imran Tahir
ଇମ୍ରାନ ତାହିର(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)

ଷ୍ଟୋକ୍ସ ଶେଷ ଓଭର ପ୍ରଥମ ବଲରେ ଆଉଟ୍‌ ହୋଇଯିବାରୁ ରାଜସ୍ଥାନ ଆବଶ୍ୟକ ୧୨ ରନ ଆଦାୟ କରିପାରିନଥିଲା । ଶେଷ ଆଡକୁ ଜୋଫ୍ରା 11 ବଲରୁ 2 ଛକା ଓ 1 ଚୌକା ସହ 24 ରନର ଛୋଟିଆ ବିସ୍ଫୋରକ ପାଳି ଖେଳିଥିଲେ । ଚେନ୍ନାଇ ପକ୍ଷରୁ ସାର୍ଦ୍ଦୁଲ, ଦୀପକ, ଇମ୍ରାନ ଓ ବ୍ରାଭୋ 2ଟି ଲେଖାଁଏ ୱିକେଟ୍‌ ପାଇଥିଲେ । ବିସ୍ଫୋରକ ଇଂନିସ ଯୋଗୁଁ ଧୋନି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।

Intro:Body:

Chandigarh: The State Special Operations Cell (SSOC) on Sunday arrested five "highly radicalised and motivated youth" who were allegedly planning to kill specific targets including Hindu leaders and members of Dera Sacha Sauda.

In a press release, Assistant Inspector General (AIG), SSOC, SAS Nagar Varinder Paul Singh said: "Acting on the direction given by the Director General of Police (DGP), Intelligence, VK Bhawra, the Special Cell on Sunday busted a militant module, which comprises highly radicalised and motivated youth."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.