ETV Bharat / sports

2028 ଅଲମ୍ପିକ୍ସରେ କ୍ରିକେଟ, IOC ଅଧିବେଶନରେ ଅନୁମୋଦନ

author img

By ETV Bharat Odisha Team

Published : Oct 16, 2023, 2:30 PM IST

2028ରେ ଲସ୍‌ ଏଞ୍ଜଲେସରେ ହେବାକୁ ଥିବା ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ । ଆଇଓସି ଅଧିବେଶନରେ ଏହାକୁ ଅନୁମୋଦନ ମିଳିଛି । ଅଧିକ ପଢ଼ନ୍ତୁ

IOC session
2028 ଅଲମ୍ପିକ୍ସରେ କ୍ରିକେଟ

ମୁମ୍ବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷର ପ୍ରତୀକ୍ଷା ଅନ୍ତ ଘଟିଛି । ପ୍ରୟାସ ସଫଳ ହୋଇଛି । ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ । 2028ରେ ଲସ ଏଞ୍ଜଲେସରେ ହେବାକୁ ଥିବା ଅଲମ୍ପକ୍ସରେ କ୍ରିକେଟ ସାମିଲ ହେବ । ଆଇଓସି ଭୋଟିଂ ପରେ କ୍ରିକେଟକୁ ଗ୍ରୀନ ସିଗନାଲ ମିଳିଛି । ଆଇଓସି ଭୋଟିଂରେ ଏହାକୁ 2ଜଣ ବିରୋଧ କରିଥିବା ବେଳେ ଜଣେ ଭୋଟିଂରୁ ନିବୃତ୍ତ ରହିଥିଲେ । ମୁମ୍ବାଇରେ ଚାଲିଥିବା 141ତମ ଆଇଓସି ଅଧିବେଶନରେ ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଏହା ଘୋଷଣା କରିଛି । ଏହି ଘୋଷଣା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନିଥିବା ଉତ୍ସାହ ଦେଖିବାକୁ ମିଳିଛି ।

  • #WATCH | IOC approves proposal to include Cricket and four other new games in the 2028 Los Angeles games

    Two IOC members opposed it and one abstained from voting

    The International Olympic Committee (IOC) in Mumbai during its voting session to include five new games including… pic.twitter.com/btfcU0tIkN

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହୋଇଛି । 128 ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ ଦେଖିବାକୁ ମିଳିବ । କ୍ରିକେଟ ବ୍ୟତୀତ ଆଉ 4ଟି ଖେଳ ମଧ୍ୟ ଅଲମ୍ପିକ୍ସରେ ସାମିଲ ହୋଇଛି । କ୍ରିକେଟ ସହିତ ଫ୍ଲାଗ ଫୁଟବଲ, ବେସବଲ ଏବଂ ସଫ୍ଟବଲ ସମେତ 5ଟି କ୍ରୀଡାକୁ ଅଲମ୍ପିକ୍ସରେ ସାମିଲ କରିବାକୁ ଅନୁମୋଦନ ମିଳିଛି । ଏ ନେଇ ପ୍ରେସମିଟ୍‌ ଜରିଆରେ ଘୋଷଣା କରିଛି ଆଇଓସି (International Olympic Committee) ।

ଆଇଓସି ସଦସ୍ୟା ନୀତା ଆମ୍ବାନୀ କହିଛନ୍ତି, ''2028ରେ ଲସ ଏଞ୍ଜଲେସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ନେଇ ଆଇଓସି ସଦସ୍ୟ ଭୋଟ ଦେଇଛନ୍ତି । ବିଶ୍ବସ୍ତରରେ ଅଧିକ ଲୋକପ୍ରିୟତା ହାସଲ କରିଥିବା କ୍ରୀଡା ହେଉଛି କ୍ରିକେଟ । ଏହା ଦ୍ବିତୀୟ ସର୍ବାଧିକ ଦେଖୁଥିବା କ୍ରୀଡ଼ା । 1.4 ବିଲିୟନ ଭାରତୀୟଙ୍କ ପାଇଁ କ୍ରିକେଟ କେବଳ ଏକ କ୍ରୀଡା ନୁହେଁ ଏହା ଏକ ଧର୍ମ । ଏହି ଐତିହାସିକ ରିଜୋଲ୍ୟୁସେନ ପାସ୍ ହେବା ବହୁର ଗର୍ବର ବିଷୟ ।''

ଏହା ବି ପଢନ୍ତୁ...IOC ଅଧିବେଶନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, 2036 ଅଲମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ କହିଲେ ମୋଦି

ଏହା ବି ପଢନ୍ତୁ...Olympic 2028: ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ପ୍ରକାଶ ଥାଉ କି, ଆମେରିକାର ଲସ୍‌ ଏଞ୍ଜେଲେସରେ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଦୀର୍ଘ 2 ବର୍ଷ ହେବ ଆଇସିସି ଏହି ପ୍ରଚେଷ୍ଠା ଚଳାଇ ଆସୁଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ 24 ବର୍ଷ ପରେ କ୍ରିକେଟକୁ ସାମିଲ କରାଯାଇଥିଲା । 2022ରେ ବର୍ମିହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ଇଭେଣ୍ଟ କରାଯାଇଥିଲା । 2022 କମନୱେଲ୍ଥ ଗେମରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏହା ପୂର୍ବରୁ 1998ରେ ପୁରୁଷ ଦିନିକିଆ ଫର୍ମାଟ ରାଜ୍ୟଗୋଷ୍ଠୀରେ ସାମିଲ ହୋଇଥିଲା ।

ଅଲିମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ । 1900 ମସିହାରୁ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇନଥିଲା । ଏବେ ଦୀର୍ଘ 128 ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.