ETV Bharat / sports

ଆଜିଠୁ ଟି-୨୦ ବିଶ୍ବକପ, ମୁହାଁମୁହିଁ ହେବେ ବାଂଲାଦେଶ-ସ୍କଟଲ୍ୟାଣ୍ଡ

ଆଜିଠୁ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ୍ । ପ୍ରଥମ ରାଉଣ୍ଡରେ (ଗ୍ରୁପ B)ର ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ...

author img

By

Published : Oct 17, 2021, 9:56 AM IST

ଆଜିଠୁ ଟି-୨୦ ବିଶ୍ବକପ, ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମୁକାବିଲା

ଓମାନ: ଆଜିଠୁ(ରବିବାର) ବାଜିବ ପୁରୁଷ ଟି-୨୦ ବିଗୁଲ । ଆଜି ଟି-୨୦ ବିଶ୍ବକପରେ ପ୍ରଥମ ରାଉଣ୍ଡ ଖେଳାଯିବ । ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ପରେ ସୁପର-୧୨ ରାଉଣ୍ଡ ହୋଇ ନକ ଆଉଟରେ ପ୍ରବେଶ କରିବ ଟୁର୍ଣ୍ଣାମେଣ୍ଟ । ଗ୍ରୁପ୍-ବି’ରେ ବାଂଲାଦେଶ ଟିମର ସାମ୍ନା ସ୍କଟଲ୍ୟାଣ୍ଡ ବିପକ୍ଷରେ ହେବ ।

ବାଂଲାଦେଶ ଟିମକୁ ପ୍ରଥମ ରାଉଣ୍ଡର ଗ୍ରୁପ୍-ବି’ରେ ସ୍କଟଲ୍ୟାଣ୍ଡ, ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନୀ (ପିଏନଜି) ସହ ରଖାଯାଇଛି । ଗ୍ରୁପର ଦୁଇ ଟପ୍ ଟିମ୍ ସୁପର୍-୧୨ରେ ସ୍ଥାନ ହାସଲ କରିବେ । ଗ୍ରୁପ୍-ବି’ର ଅନ୍ୟ ଏକ ମୁକାବିଲା ଓମାନ୍ ଓ ପିଏନଜି ମଧ୍ୟରେ ଖେଳାଯିବ ।

ବାଂଲାଦେଶ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି ଦକ୍ଷିଣ ଆଫ୍ରିକା ୧୨ଟି ମ୍ୟାଚ୍ ଜିତିଛି । ବାଂଲାଦେଶ ଜିମ୍ବାୱେ (୨-୧), ଅଷ୍ଟ୍ରେଲିଆ (୪-୧) ଏବଂ ନ୍ୟୁଜିଲ୍ୟାଣ୍ଡ (୩-୨) ବିପକ୍ଷରେ ସିରିଜ୍ ଜିତିଛି । ଯଦି ବାଂଲାଦେଶ ଗ୍ରୁପ୍-ବି’ରେ ଶୀର୍ଷରେ ରହି କ୍ବାଲିଫାଏ କରେ, ତାହେଲେ ସୁପର୍-୧୨ରେ ଟିମ୍ ଭାରତ, ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ତଥା ଗ୍ରୁପ୍-ଏ’ର ରନର୍ସଅପ୍ ଟିମକୁ ଭେଟିବ ।

ଦୀର୍ଘ ୫ବର୍ଷ ପରେ ଟିୃ୨୦ ବିଶ୍ବକପ ଫେରିଛି । ଭାରତ ଏଥର ବିଶ୍ବକପ ଆୟୋଜନ କରୁଛି ହେଲେ ଭାରତୀୟ ଗ୍ରାଉଣ୍ଡ ନାହିଁ କି ଦର୍ଶକ ବି ନାହାନ୍ତି । କୋରୋନା ମହାମାରୀ ପାଇଁ ଭାରତରୁ ଏହାକୁ ସ୍ଥାନାନ୍ତରିତ କରାଯାଇଛି । ଓମାନ ଓ ୟୁଏଇରେ ସମ୍ପୂର୍ଣ୍ଣ ହେବ ଟୁର୍ଣ୍ଣାମେଣ୍ଟ । ସବୁ ମ୍ୟାଚ ଓମାନରେ ଅନୁଷ୍ଠିତ ହେବାକୁ ଥିବାବେଳେ ୟୁଏଇରେ ସୁପର-୧୨, ସେମିଫାଇନାଲ ଓ ଫାଇନାଲ ଖେଳାଯିବ । ଟ୍ରଫି ପାଇଁ ୧୬ଟି ଦଳ ମଧ୍ୟରେ ହେବ ଟକ୍କର । ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.