ETV Bharat / sports

T-20 WC Warmup: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, କୋହଲିଙ୍କୁ ବିଶ୍ରାମ

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳୁଛି ରୋହିତ ବାହିନୀ । ଏହି ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

T-20 WC Warmup: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, କୋହଲିଙ୍କୁ ବିଶ୍ରାମ
T-20 WC Warmup: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, କୋହଲିଙ୍କୁ ବିଶ୍ରାମ
author img

By

Published : Oct 20, 2021, 3:47 PM IST

ଦୁବାଇ: ଟି-୨୦ ବିଶ୍ବକପ ପୂର୍ବରୁ ଟିମ ଇଣ୍ଡିଆର ଦ୍ବିତୀୟ ଅଭ୍ୟାସ ମ୍ୟାଚ । ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଦୁବାଇ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ମ୍ୟାଚରେ ପ୍ରଥମେ ଅଷ୍ଟ୍ରେଲିଆ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଆଜିର ମ୍ୟାଚରେ ଭାରତ ପକ୍ଷରୁ ଅଧିନାୟକତ୍ବ ଭାର ନେଇଛନ୍ତି ରୋହିତ ଶର୍ମା । ଟିମ୍ ଇଣ୍ଡିଆର ଏହି ମ୍ୟାଚରେ 3ଟି ପରିବର୍ତ୍ତନ ହୋଇଛି । କୋହଲି, ଶାମି ଏବଂ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।

ଭାରତ ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ହାଇ ସ୍କୋରିଂ ମ୍ୟାଚରେ ଭାରତ 189 ରନକୁ ସହଜରେ ପିଛା କରିଥିଲା । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ବୋଲିଂ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପେସର ଏବଂ ସ୍ପିନରଙ୍କ ବିରୋଧରେ ଛକା, ଚୌକା ବର୍ଷା କରିଥିଲେ ଇଂଲିସ ବ୍ୟାଟ୍ସମ୍ୟାନ । ଏହା ସହିତ ଭାରତର ଷଷ୍ଠ ବୋଲିଂ ବିକଳ୍ପ ମଧ୍ୟ ଦେଖିବାକୁ ମିଳିନଥିଲା ।

ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ 5 ଜଣ ବୋଲିର ବୋଲିଂ କରୁଛନ୍ତି ନା ଷଷ୍ଠ ବୋଲର ଭାବେ ହାର୍ଦ୍ଦିକ ବୋଲିଂ କରିବେ ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.