ETV Bharat / sports

2 ଭାରତୀୟଙ୍କୁ ICC ହଲ ଅଫ୍ ଫେମ ସମ୍ମାନ, ଜାଣନ୍ତୁ କିଏ - Virender Sehwag in ICC Hall of Fame

ICC Hall of Fame: ICC ହଲ ଅଫ୍ ଫେମରେ 2 ଭାରତୀୟ କ୍ରିକେଟର ସାମିଲ ହୋଇଛନ୍ତି । ବିରେନ୍ଦ୍ର ସେହ୍ବାଗ ଓ ଡାଏନା ଏଡୁଲୋଜୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ICC Hall of Fame
ICC ହଲ ଅଫ୍ ଫେମରେ ବୀରେନ୍ଦ୍ର ସେହ୍ବାଗ
author img

By ETV Bharat Odisha Team

Published : Nov 13, 2023, 3:20 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ ଅଫ ଫେମରେ 2 ଭାରତୀୟ କ୍ରିକେଟର ସାମିଲ ହୋଇଛନ୍ତି । ବୀରେନ୍ଦ୍ର ସେହୱାଗ ଓ ଡାଏନା ଏଡୁଲଜୀ ICC ହଲ ଅଫ ଫେମରେ ପ୍ରବେଶ କରିଛନ୍ତି । ଏହା ସହିତ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା ମଧ୍ୟ ସାମିଲ ଅଛନ୍ତି । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଡାଏନା ଏଡୁଲଜୀ ICC ହଲ ଅଫ ଫେମରେ ସାମିଲ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ବଡ ସମ୍ମାନ ମିଳିବା ଗର୍ବର ବିଷୟ ହୋଇଛି । ଏହି ସମ୍ମାନ ପାଇବାରେ ବିରେନ୍ଦ୍ର ସେହୱାଗ ନବମ ଭାରତୀୟ ହୋଇଛନ୍ତି । ଏବେ ଯାଏଁ 112 ଖେଳାଳି ଆଇସିସିର ହଲ ଅଫ୍ ଫେମରେ ସାମିଲ ହୋଇ ସାରିଛନ୍ତି ।

ବିରେନ୍ଦ୍ର ସେହୱାଗ: ICC ହଲ ଅଫ ଫେମ ପକ୍ଷରୁ ବିରେନ୍ଦ୍ର ସେହୱାଗଙ୍କୁ ବଡ ସମ୍ମାନ ମିଳିଛି । ନବମ ଭାରତୀୟ ଭାବେ ଏହି କ୍ଲବରେ ସାମିଲ ହୋଇଛନ୍ତି ବିରେନ୍ଦ୍ର । ସେହୱାଗ ମୋଟ 108ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ 8586 ରନ ସଂଗ୍ରହ କରିଛନ୍ତି । ଏଥିରେ 23ଟି ଶତକ ଓ 32ଟି ଅର୍ଦ୍ଧଶତକ ସ 6ଟି ଦ୍ବିଶତକ ସାମିଲ ରହିଛି । ଟେଷ୍ଟରେ ବ୍ୟକ୍ତିଗତ ଭାରେ ବିରେନ୍ଦ୍ର ସର୍ବାଧିକ 319 ରନ କରିଛନ୍ତି । ସେହିପରି 251ଟି ଦିନିକିଆ ମ୍ୟାଚ ଖେଳି 8273 ରନ କରିଛନ୍ତି । ସେଥିରେ 15ଟି ଶତକ ଓ 38ଟି ଅର୍ଦ୍ଧଶତକ ରହିଛି । 219 ଶ୍ରେଷ୍ଠ ସ୍କୋର । 19ଟି ଟି-20 ମ୍ୟାଚ ଖେଳି ମୋଟ 398 ରନ ସଂଗ୍ରହ କରିଛନ୍ତି ବୀରୁ । ସେଥିରେ 2ଟି ଅର୍ଦ୍ଧଶତକ ରହିଛି ।

ଆଇସିସି ପକ୍ଷରୁ ଏହି ସମ୍ମାନ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ସେହୱାଗ । ସେ କହିଛନ୍ତି, ''ଆଇସିସି ମୋତେ ଏହି ସମ୍ମାନ ପାଇଁ ଚୟନ କରିଥିବାରୁ ଧନ୍ୟବାଦ । କ୍ରିକେଟ କ୍ୟାରିୟରରେ ମୁଁ ବଲକୁ ହିଟ କରିବା ଜାଣିଥିଲି ଏହି ସମ୍ମାନ ଆଶାରେ କେବେ ନଥିଲି । ଆଇସିସି ଏହି ସମ୍ମାନ ଦେଇଥିବାରୁ ତାକୁ ଧନ୍ୟବାଦ ।''

ଏହା ବି ପଢନ୍ତୁ...World Cup 2023: କିଙ୍ଗ କୋହଲିଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ

ଡାଏନା ଏଡୁଲଜୀ: ବିରେନ୍ଦ୍ର ସେହୱାଗଙ୍କ ସମେତ ଅନ୍ୟ ଜଣେ ଭାରତୀୟ ଖେଳାଳି ଭାବେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି ଡାଏନା ଏଡୁଲଜୀ । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଡାଏନା ଏଡୁଲଜୀ ଏହି କ୍ଲବରେ ସାମିଲ ହୋଇଛନ୍ତି । 3 ଦଶନ୍ଧୀ ଧରି ଭାରତୀୟ ମହିଳା ଦଳର ନେତୃତ୍ବ ନେଇଛନ୍ତି ଡାଏନା । ବାମହାତୀ ସ୍ପିନର 54ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି 100ଟି ୱିକେଟ ହାସଲ କରିଛନ୍ତି । ଡାଏନା ବର୍ତ୍ତମାନ ୱେଷ୍ଟର୍ଣ୍ଣ ରେଲୱେରେ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ମାନ ପାଇଁ ଆଇସିସିକୁ ଧନ୍ୟବାଦ ଦେଇଛନ୍ତି ଡାଏନା ।

ଅରବିନ୍ଦ ଡି ସିଲଭା: ICC ହଲ ଅଫ ଫେମରେ ସାମିଲ 3ଜଣଙ୍କ ମଧ୍ୟରେ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା ରହିଛନ୍ତି । ଆଇସିସି କ୍ରିକେଟ ବିଶ୍ବକପ 1996 ଚମ୍ପିଆନ ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ ଅରବିନ୍ଦ ଡି ସିଲଭା । ଏହି ଖେଳାଳିଙ୍କ ନାମରେ 20ଟି ଟେଷ୍ଟ ଶତକ ରହିଛି । ଅରବିନ୍ଦ 93ଟି ଟେଷ୍ଟ ମ୍ୟାଚ ଖେଳି 6361 ରନ କରିଛନ୍ତି । 308 ଦିନିକିଆ ଖେଳି 9284 ରନ କରିଛନ୍ତି ।

ICC ହଲ ଅଫ ଫେମରେ ସାମିଲ ଭାରତୀୟ:

ବିଶନ ସିଂହ ଦେବୀ-2009

ସୁନୀଲ ଗାଭାସ୍କର-2009

କପିଳ ଦେବ- 2010

ଅନୀଲ କୁମ୍ବଲେ- 2015

ରାହୁଲ ଦ୍ରାବିଡ-2018

ସଚିନ ତେନ୍ଦୁଲକର-2019

ବିନୁ ମାକଡ-2021

ଡାଏନା ଏଡୁଲଜୀ-2023

ବିରେନ୍ଦ୍ର ସେହୱାଗ-2023

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.