ETV Bharat / sports

ପାକିସ୍ତାନୀ କ୍ୟାପଟେନଙ୍କ କୁନିଝିଅଙ୍କ ସଙ୍ଗେ ଭାରତୀୟ ଟିମର ଫଟୋ ଭାଇରାଲ - ମହିଳା କ୍ରିକେଟ ବିଶ୍ବକପ

ପାକିସ୍ତାନ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତୀୟ ମହିଳା ଟିମର ଖେଳାଳି ପାକିସ୍ତାନୀ କ୍ୟାପଟେନ ବିଶମାହ ମାରୁଫଙ୍କ କୁନି ଝିଅ ସହିତ ସେଲଫି ନେଇଥିଲେ । ଏହି ଫଟୋ ଆଇସିସି ସେୟାର କରିବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Indian team snaps adorable picture with Pakistan skipper Bismah and her daughter
ପାକିସ୍ତାନୀ କ୍ୟାପଟେନଙ୍କ କୁନିଝିଅଙ୍କ ସଙ୍ଗେ ଭାରତୀୟ ଟିମର ଫଟୋ ଭାଇରାଲ
author img

By

Published : Mar 6, 2022, 9:44 PM IST

ମାଉଣ୍ଟ ମାଉଙ୍ଗାନୁଇ(ନ୍ୟୁଜିଲାଣ୍ଡ): ଚଳିତ ମହିଳା କ୍ରିକେଟ ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପାକିସ୍ତାନ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତୀୟ ମହିଳା ଟିମର ଖେଳାଳି ପାକିସ୍ତାନୀ କ୍ୟାପଟେନ ବିଶମାହ ମାରୁଫଙ୍କ କୁନି ଝିଅ ସହିତ ସେଲଫି ନେଇଥିଲେ । ଏହି ଫଟୋ ଆଇସିସି ସେୟାର କରିବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ମ୍ୟାଚ୍‌ ଜିତିବା ସହ ହୃଦୟ ଜିତିଛି ଭାରତୀୟ ମହିଳା କ୍ରିକେଟ ଟିମ ।

ଭାରତର ଚୀର ପ୍ରତିନ୍ଦ୍ବନ୍ଦ୍ବୀ ରହିଛି ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ତିକ୍ତ ସଂପର୍କ ଯୋଗୁଁ ଦ୍ବିପାକ୍ଷିକ ସିରିଜ ବନ୍ଦ ଥିବାବେଳେ କେବଳ ଆଇସିସି ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନ ଟିମ ସାମ୍ନାସାମ୍ନି ହେଉଛନ୍ତି । ଦୁଇ ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ରହିଥାଏ । ତେବେ ଭାରତୀୟ ଖେଳାଳିଙ୍କ ଖେଳୁଆଡ ମନୋଭାବଙ୍କୁ ବିଶ୍ବର ଅନେକ କ୍ରିକେଟ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଏହି ଫଟୋରେ ଭାରତୀୟ କ୍ୟାପଟେନ ମିତାଲି ରାଜ, ଶେଫାଳି ବର୍ମା, ସ୍ମୃତି ମାନ୍ଧାନା ଓ ଅନ୍ୟମାନେ ବିଶମାହ ମାରୁଫଙ୍କ ଝିଅ ଫାତିମାଙ୍କ ସହିତ ରହିଛନ୍ତି । ଏହି ଫଟୋର କ୍ୟାପ୍ସନରେ ଭାରତ ଓ ପାକିସ୍ତାନର ସ୍ପିରିଟ ଅଫ୍‌ କ୍ରିକେଟ ବୋଲି ଆଇସିସି ଟ୍ବିଟ୍‌ କରିଛି ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ଭାରତୀୟ ଟିମ ବିଶ୍ବକପ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ସ୍ନେହ ରାଣା ଓ ପୂଜା ବସ୍ତ୍ରକରଙ୍କ ଲଢୁଆ ବ୍ୟାଟିଂ ଓ ଶାଣିତ ବୋଲିଂ ପ୍ରଦର୍ଶନ ବଳରେ ଭାରତ ୧୦୭ ରନ୍‌ରେ ପାକିସ୍ତାନକୁ ହରାଇଛି ।

ଭାରତୀୟ ମହିଳା ମହିଳା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ୍‌ ସଂଗ୍ରହ କରିଥିଲା । ଭାରତ ପାଇଁ ପୂଜା ବସ୍ତ୍ରକର ୬୭, ସ୍ମୃତି ମାନ୍ଧାନା ୫୨ ଓ ସ୍ନେହ ରାଣା ଅପରାଜିତ ୫୩ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ପୂଜା ଓ ସ୍ନେହ ସପ୍ତମ ୱିକେଟ ଯୋଡିରେ ୧୨୨ ରନ୍‌ର ଦମଦାର ଶତକୀୟ ଭାଗିଦାରୀ କରିଥିଲେ । ଗୁରୁବାର ଭାରତୀୟ ମହିଳା ଟିମ ତାର ପରବର୍ତ୍ତୀ ମୁକାବିଲା ନ୍ୟୁଜିଲାଣ୍ଡ ସହ ଖେଳିବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.