ETV Bharat / sports

ଏହି କ୍ରିକେଟରଙ୍କୁ ବିବାହ କରିବେ ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି

author img

By

Published : Sep 12, 2022, 5:08 PM IST

ଭାରତୀୟ ମହିଳା କ୍ରିକେଟର ବେଦା କୃଷ୍ଣାମୂର୍ତ୍ତିଙ୍କ ଜୀବନରେ ଆରମ୍ଭ ହେବାକୁ ଯାଉଛି ନୂତନ ଅଧ୍ୟାୟ (Indian cricketer Veda Krishnamurthy)। ବେଦା କ୍ରିଷ୍ଣାମୂର୍ତ୍ତିଙ୍କ ପରିବାରୁ ତରଫରୁ ସୂଚନା ମିଳିଛି କି ସେ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କର ନିର୍ବନ୍ଧ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବାଜିବ ବେଦାଙ୍କ ସାହାନାଇ, ଭାଇରାଲ ହେଲା ପ୍ରୋପଜ ମୁହୂର୍ତ୍ତ

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟ୍‌ର ବେଦା କ୍ରିଷ୍ଣାମୂର୍ତ୍ତି ଆରମ୍ଭ କରିବାକୁ ଯାଉଛନ୍ତି ଏକ ନୂଆ ଇଂନିସ(Indian cricketer Veda krishnamurthy to get engaged) । ସେ କର୍ଣ୍ଣାଟକର ରଣଜୀ କ୍ରିକେଟର ଅର୍ଜୁନ ହୋୟସଲାଙ୍କ (Cricketer Arjun Hoysala ) ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବେଦା କ୍ରିଷ୍ଣାମୂର୍ତ୍ତିଙ୍କ ପରିବାରୁ ତରଫରୁ ସୂଚନା ମିଳିଛି କି ସେ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କର ନିର୍ବନ୍ଧ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ।

କର୍ଣ୍ଣାଟକର ଏହି କ୍ରିକେଟର ଲଭ୍‌ ବାର୍ଡଙ୍କର ଫୋଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅର୍ଜୁନ ହୋୟସଲା ପାହାଡ ମଝିରେ ପ୍ରେମିକ ଅନ୍ଦାଜରେ ବେଦା କୃଷ୍ଣାମୂର୍ତ୍ତିଙ୍କୁ ରିଙ୍ଗ ଦେଇ ପ୍ରୋପଜ କରୁଛନ୍ତି । ଏହି ଫୋଟୋ ସେୟାର କରି ଅର୍ଜୁନ ହୋୟସଲା ଲେଖିଛନ୍ତି "ଆଉ ସିଏ ହଁ କହିଛନ୍ତି ।" ସେହିପରି ବେଦା କ୍ରିଷ୍ଣାମୂର୍ତ୍ତି ମଧ୍ୟ ତାଙ୍କ ପ୍ରେମ ମୁହୂର୍ତ୍ତର କିଛି ଫୋଟ ଶେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଦୁଇ ଜଣ ପରସ୍ପରକୁ ଆଲିଙ୍ଗନ କରିଛନ୍ତି ଏବଂ ଅର୍ଜୁନ ହୋୟସଲା ତାଙ୍କୁ ରିଙ୍ଗ ପିନ୍ଧାଉଛନ୍ତି । ମହିଳା କ୍ରିକେଟ ଦଳର ଅନ୍ୟ କ୍ରିକେଟର ବେଦା କୃଷ୍ଣାମୂର୍ତ୍ତିଙ୍କର ଏହି ଜୀବନର ଏହି ନୂତନ ଅଧ୍ୟୟ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ବାମହାତୀ ବ୍ୟାଟର ଅର୍ଜୁନ ହୋୟସଲା ହେଉଛନ୍ତି କର୍ଣ୍ଣାଟକର ଆଗ ଧାଡିର ରଣଜୀ ଖେଳାଳି । ଏହା ସେ ସହିତ କର୍ଣ୍ଣାଟକ ପ୍ରିମିୟର ଲିଗ ତରଫରୁ ଖେଳି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିପରି ବେଦା କୃଷ୍ଣାମୂର୍ତ୍ତି ହେଉଛନ୍ତି କର୍ଣ୍ଣାଟକ ମହିଳା କ୍ରିକେଟର ଟିମର ଷ୍ଟାର ବ୍ୟାଟ୍‌ର । ସେ ୨୦୧୧ ମସିହାରେ ଭାରତୀୟ ମହିଳା କ୍ରିକେଟ ଦଳରେ ଡେବ୍ୟୁ କରିଥିଲେ । ଏହାସହିତ ସେ ଭାରତୀୟ ମହିଳା କ୍ରିକେଟ ଦଳର ୨୦୧୭ ଦିନିକିଆ ବିଶ୍ବକପ ଦଳର ସଦସ୍ୟ ରହିବା ସହିତ ୨୦୨୦ ଟି-୨୦ ବିଶ୍ବକପ ଦଳର ମଧ୍ୟ ସଦସ୍ୟ ରହିଥିଲେ । ସେ ଅନ୍ତର୍ଜାତୀୟ ସ୍ତରରେ ୪୮ ଦିନିକିଆ ଖେଳିଥିବାବେଳେ ୭୬ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି ।

ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି । ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୯ ୱିକେଟରେ ପରାଜିତ ହୋଇଛି । ଏହି ଟି-୨୦ ସିରିଜରେ ଇଂଲଣ୍ଡ ୧-୦ ରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.