ETV Bharat / sports

ଉମେଶ ଯାଦବଙ୍କ ଉପରେ ଦୁଃଖ ପାହାଡ, ଚାଲିଗଲେ ବାପା

author img

By

Published : Feb 24, 2023, 8:23 AM IST

ଭାରତୀୟ କ୍ରିକେଟର ଉମେଶ ଯାଦବଙ୍କ ମୁଣ୍ଡରୁ ବାପାଙ୍କ ହାତ ଉଠି ଯାଇଛି । 74 ବର୍ଷ ବୟସରେ ଉମେଶ ଯାଦବଙ୍କ ବାପା ତିଲକ ଯାଦବଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

umesh yadav father passes away
ଉମେଶ ଯାଦବଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଉପରେ ଦୁଃଖର ପାହାଡ ଛିଡି ପଡିଛି । ଉମେଶ ଯାଦବଙ୍କ ବାପା ତିଲକ ଯାଦବଙ୍କ ଦେହାନ୍ତ ହୋଇଛି । କିଛି ମାସ ଧରି ଅସୁସ୍ଥ ରହି ଆସୁଥିଲେ ତିଲକ ଯାଦବ । ଗତକାଲି (ଗୁରୁବାର) 74 ବର୍ଷ ବୟରେ ତାଙ୍କର ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲା । ଏହା ପରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତିଳକ ଯାଦବଙ୍କ ତିନି ପୁଅ କମଳେଶ, ଉମେଶ, ରମେଶ ଓ ଝିଅ ଉପସ୍ଥିତ ଥିଲେ ।

ଉତ୍ତରପ୍ରଦେଶର ପଦ୍ରାଉନା ଜିଲ୍ଲାର ପୋକରଭିନ୍ଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତିଲକ ଯାଦବ । ସେ କୋଇଲା ଖଣିରେ ଚାକିରି କରି ପରିବାର ଚଳାଉଥିଲେ । କୋଇଲା ଖଣିରେ ଚାକିରି କରି ପୁଅ ଉମେଶଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ବନାଇଥିଲେ । ବହୁ କଷ୍ଟ କରି ଉମେଶଙ୍କୁ କ୍ରିକେଟର କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ । ତାଙ୍କ ସମୟରେ ଜଣାଶୁଣା କୁସ୍ତିଯୋଦ୍ଧା ଥିଲେ ତିଲକ । କିଛି ମାସ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାକୁ ତାଙ୍କୁ ଘରକୁ ଅଣା ଯାଇଥିଲା । ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉମେଶଙ୍କ ବାପା । ନାଗପୁର କୋଲାର ନଦୀ ଘାଟରେ ତିଲକ ଯାଦବଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ଏହା ବି ପଢନ୍ତୁ...IPL 2023: ମାର୍କରାମ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ

35 ବର୍ଷୀୟ ଉମେଶ ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ । ଏ ପର୍ଯ୍ୟନ୍ତ ସେ 54ଟି ଟେଷ୍ଟ, 75ଟି ଦିନିକିଆ ଓ 7ଟି ଟି-20 ମ୍ୟାଚ ଖେଳିଛନ୍ତି । 164ଟି ଟେଷ୍ଟ ୱିକେଟ ହାସଲ କରିଛନ୍ତି । 88/6 ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ । ଦିନିକିଆରେ 106ଟି ୱିକେଟ ଓ ଟି-20ରେ 12ଟି ୱିକେଟ ହାସଲ କରିଛନ୍ତି । ନିକଟରେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି । ମାତ୍ର ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରେ ସେ ଖେଳି ନଥିଲେ । ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଉମେଶ ଯାଦବ ।

ଏହା ବି ପଢନ୍ତୁ...BGT: ସିରିଜ ଅଧାରୁ ଆଉଟ ୱାର୍ଣ୍ଣର, ସ୍ବଦେଶ ଫେରିଲେ ଅଗର

ପ୍ରକାଶ ଥାଉ କି, ଫେବୃଆରୀ 9 ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟେଷ୍ଟ ସିିରିଜ ଆରମ୍ଭ ହୋଇଛି । କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟରେ ବିଜୟ ହାସଲ କରି 2-0ରେ ଆଗୁଆ ରହିଛି ଭାରତ । ମାର୍ଚ୍ଚ 1ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.