ETV Bharat / sports

ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ଏମିତି କହିଲେ ପୃଥ୍ବୀ ଶ'

ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ନୂଆ ଖେଳାଳୀଙ୍କ ମଧ୍ୟରେ ଲାଗିଥିବା ଦୌଡ଼ରେ ବହୁ ପଛରେ ରହିଛନ୍ତି ପୃଥ୍ବୀ ଶ' । ତେବେ ଭାରତୀୟ ଦଳକୁ ଫେରିବା ପାଇଁ ହେଲେ ମୋତେ ମିଳୁଥିବା ସବୁ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jul 9, 2023, 9:46 PM IST

ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ଏମିତି କହିଲେ ପୃଥ୍ବୀ ଶ'
ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ଏମିତି କହିଲେ ପୃଥ୍ବୀ ଶ'

ବେଙ୍ଗାଲୁରୁ: ଘରୋଇ କ୍ରିକେଟ୍‌ରୁ ଆରମ୍ଭ କରି ଆଇପିଏଲ୍‌, ନିଜ କ୍ୟାରିଅର ଦମ୍‌ଦାର ଭାବେ ଆରମ୍ଭ କରିବା ପରେ ଯୁବ କ୍ରିକେଟର୍‌ ପୃଥ୍ଵୀ ଶ' ଏବେ ଭାରତୀୟ ଦଳରେ ସ୍ଥାନ ପାଇବା ଦୌଡ଼ରେ ବହୁ ପଛରେ ରହି ଯାଇଛନ୍ତି । ସେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୨୦୨୧ରେ ଖେଳିଥିଲେ । ଏହାପରଠୁ ତାଙ୍କୁ ଭାରତୀୟ ଦଳରେ ଆଉ ସ୍ଥାନ ମିଳିନାହିଁ । ତେବେ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ସେ ନିଜର ସ୍ଵାଭାବିକ ଆକ୍ରମଣାତ୍ମକ ଖେଳ ଜାରି ରଖିବେ ବୋଲି କହିଛନ୍ତି ।

ପୃଥ୍ବୀ ଶ' ଏବେ ଦୁଲୀପ ଟ୍ରଫିରେ ପଶ୍ଚିମ ଜୋନ୍‌ ପକ୍ଷରୁ ଖେଳୁଛନ୍ତି । ତେବେ କେନ୍ଦ୍ରୀୟ ଜୋନ ଏବଂ ପଶ୍ଚିମ ଜୋନ ମଧ୍ୟରେ ଖେଳା ଯାଇଥିବା ଦୁଲୀପ ଟ୍ରଫି ମ୍ୟାଚ୍ ପରେ ସେ କହିଛନ୍ତି, "ମୁଁ ବ୍ୟକ୍ତିଗତ ଭାବରେ ଏହା ମାନେ ନାହିଁ ଯେ ମୋତେ ନିଜ ଖେଳରେ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ମୁଁ ଚେତେଶ୍ଵର ପୂଜାରାଙ୍କ ଭଳି ବ୍ୟାଟିଂ କରି ପାରିବି ନାହିଁ କିମ୍ବା ପୂଜାରା ସାର୍‌ ମୋ ଭଳି ବ୍ୟାଟିଂ କରି ପାରିବେ ନାହିଁ । ତେଣୁ ମୁଁ ମୋର ସ୍ଵାଭାବିକ ଖେଳ ପରିବର୍ତ୍ତନ କରି ପାରିବି ନାହିଁ । ମୁଁ ନିଜର ଭଲ ପ୍ରଦର୍ଶନ ପାଇଁ ଯାହା ପୂର୍ବରୁ କରି ଆସିଛି, ତାହା ଜାରି ରଖିବି । ଅର୍ଥାତ ମୁଁ ମୋର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବି ।"

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା କି ଈଶାନ୍ତଙ୍କ କ୍ୟାରିଅର ? ଦଳରେ ସ୍ଥାନ ମିଳିଲାନି, କରିବେ କମେଣ୍ଟ୍ରି

ପଶ୍ଚିମ ଜୋନର ଏହି ଓପେନିଂ ବ୍ୟାଟର ନିଜ କ୍ୟାରିଅରର ଏହି ପର୍ଯ୍ୟାୟରେ ଅଧିକରୁ ଅଧିକ ମ୍ୟାଚ୍ ଖେଳିବାକୁ ଚାହାନ୍ତି ବୋଲି କହିଛନ୍ତି । ଭାରତୀୟ ଦଳକୁ ଫେରିବାକୁ ହେଲେ ତାଙ୍କ ପାଇଁ ପ୍ରତ୍ୟେକ ରନ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଶ' । ବର୍ତ୍ତମାନ ଯେଉଁସବୁ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିବ, ତାହା ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି । ସେ ଦୁଲୀପ ଟ୍ରଫି ହେଉ ବା ମୁମ୍ବାଇ ପକ୍ଷରୁ ମ୍ୟାଚ୍ ହେଉ, ସବୁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ପୃଥ୍ଵୀ ଶ' କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଏହି ପ୍ରାରମ୍ଭିକ ବ୍ୟାଟର ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । ଏପରିକି ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିନିଧିତ୍ବ କରୁଥିବା ଏହି ଯୁବ ଖେଳାଳୀଙ୍କ ପ୍ରଦର୍ଶନ ଆଇପିଏଲ୍‌ ୨୦୨୩ରେ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.