ETV Bharat / sports

ସମସ୍ତଙ୍କୁ ଖୁସି ରଖିବାକୁ ଚାହେଁ: ଧୱନ - ଶ୍ରୀଲଙ୍କା ଗସ୍ତ

ଭାରତୀୟ ଦଳର ଅଧିନାୟକ ହେବା ମୋ ପାଇଁ ଏକ ବଡ଼ ଉପଲବ୍ଧି । ଜଣେ ଅଧିନାୟକ ଭାବେ ସମସ୍ତଙ୍କୁ ଏକତ୍ରିତ ଓ ଖୁସି ରଖିବାକୁ ଚାହେଁ ବୋଲି ଧୱନ କହିଛନ୍ତି । ଅଧିକ ପଢ଼ନ୍ତୁ...

six hour odisha bundh, odisha bandh called by left political party, odisha bandh against price hike, price hike of petroleum products, essential commodities, ଆସନ୍ତା କାଲି ଓଡ଼ିଶା ବନ୍ଦ, ଦର ବୃଦ୍ଧି, ଓଡ଼ିଶା ବନ୍ଦ ଡାକରା,  ବିରୋଧୀ ଦଳର 6 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା, ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି, letter to collectors
ସମସ୍ତଙ୍କୁ ଖୁସି ରଖିବାକୁ ଚାହେଁ: ଧୱନ
author img

By

Published : Jul 14, 2021, 10:36 PM IST

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଅଧିନାୟକତ୍ବ ଦାୟିତ୍ବ ତୁଲାଉଥିବା ଶିଖର ଧୱନ ଅଧିନାୟକ ଭାବେ ନିଜର ଭାବନା ବ୍ୟକ୍ତ କରି କହିଛନ୍ତି ଯେ, ସେ ସମସ୍ତଙ୍କୁ ଏକତ୍ର ଓ ଖୁସିରେ ରଖିବାକୁ ଚାହାନ୍ତି ।

ଶ୍ରୀଲଙ୍କା ଗସ୍ତ ବେଳେ ଭାରତୀୟ ଟିମ ତିନିଟି ଦିନିକିଆ ଓ ତିନିଟି ଟି-20 ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ତାରିଖ ପୁନଃ ନିର୍ଦ୍ଧାରିତ ହେବା ପରେ ଜୁଲାଇ 18 ତାରିଖରୁ ଏହି ସିରିଜ ଖେଳାଯିବ । ଜୁଲାଇ 18, 20 ଓ 23 ତାରିଖରେ ତିନୋଟି ଦିନିକିଆ ଖେଳାଯିବାକୁ ଥିବାବେଳେ ଜୁଲାଇ 25, 27 ଓ 29 ରେ ଟି-20 ମ୍ୟାଚ ଖେଳାଯିବ ।

ଧୱନ ଏନେଇ କହିଛନ୍ତି ଯେ, ‘‘ଭାରତୀୟ ଦଳର ଅଧିନାୟକ ହେବା ମୋ ପାଇଁ ଏକ ବଡ଼ ଉପଲବ୍ଧି । ଜଣେ ଅଧିନାୟକ ଭାବେ ସମସ୍ତଙ୍କୁ ଏକତ୍ରିତ ଓ ଖୁସି ରଖିବା ମୋର ଲକ୍ଷ୍ୟ ରହିଛି, ଏହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଆମ ପାଖରେ ବହୁତ ଭଲ ଖେଳାଳି ଅଛନ୍ତି, ଭଲ ସପୋର୍ଟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି । ଯାହାଙ୍କ ସହ ଆମେ ପୂର୍ବରୁ କାମ କରିସାରିଛୁ । ମୁଁ ଯେତେବେଳେ ଇଣ୍ଡିଆ A ର ଅଧିନାୟକ ଥିଲି ରାହୁଲ ଦ୍ରାବିଡ କୋଚ ଥିଲେ ଏବଂ ମୁଁ ଅନେକ ଥର NCA ଯାଇଛି । ତେଣୁ ଆମ ମଧ୍ୟରେ ଖୁବ୍‌ ଭଲ ସମ୍ପର୍କ ରହିଛି । ମୋର ବିଶ୍ବାସ ଯେ ଆମ ପାଖରେ ଉର୍ଜା ଓ ଆତ୍ମବିଶ୍ବାସ ଅଛି, ଯାହା କି ଆମ ଖେଳରେ ଦେଖାଯିବ ।’’

ଦ୍ରାବିଡଙ୍କ ସହ ନିଜ ସମ୍ପର୍କ ନେଇ ପଚରାଯିବାରୁ ଧୱନ କହିଛନ୍ତି, ‘‘ରାହୁଲ ଭାଇଙ୍କ ସହ ମୋର ଖୁବ୍‌ ଭଲ ସମ୍ପର୍କ ରହିଛି । ମୁଁ ରଣଜୀ ଖେଳିବା ଆରମ୍ଭ କଲାବେଳେ ତାଙ୍କ ବିପକ୍ଷରେ ଖେଳିଛି ଓ ସେବେଠାରୁ ମୁଁ ତାଙ୍କୁ ଜାଣିଛି । ଇଣ୍ଡିଆ A ପାଇଁ ଖେଳିବାବେଳେ ସେ କୋଚ ଥିଲେ ତେଣୁ ତାଙ୍କୁ ମୁଁ ଭଲଭାବେ ଜାଣେ । ଯେତେବେଳେ ସେ NCA ନିର୍ଦ୍ଦେଶକ ଥିଲେ, ସେତେବେଳେ ମଧ୍ୟ ଅନେକ ସମୟରେ ଆମର ସାକ୍ଷାତ ହୁଏ । ଆଉ ବର୍ତ୍ତମାନ ଯେତେବେଳେ ଆମକୁ 6ଟି ମ୍ୟାଚରେ ଏକତ୍ର ରହିବାକୁ ସୁଯୋଗ ମିଳିଛି ମୁଁ ଭାବୁଛି ଏହା ଖୁବ ମଜାଦାର ହେବ ଓ ଆମେ ଦୁହେଁ ଖୁବ୍‌ ଭଲ ଭାବେ ଯୋଡ଼ି ହୋଇ ପାରିବୁ ।’’

ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଧୱନ କହିଛନ୍ତି । ନିଜ ଘର ଛାଡ଼ି ସ୍ବପ୍ନ ସାକାର କରିବା ପାଇଁ ସେମାନେ ଆସିଛନ୍ତି ଓ ତାଙ୍କ ସ୍ବପ୍ନ ପୂରଣ ହେଉଛି ବୋଲି ମତ ଦେଇଛନ୍ତି ଶିଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.