ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଭାରତ । ଏହା ସହ ସିରିଜ ୧-୧ରେ ବରାବର ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୭୮ ରନ କରିଥିଲା ଭ୍ରମଣକାରୀ ଦଳ । ତେବେ ଭାରତୀୟ ଯୁବ ବ୍ୟାଟର ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ଦମଦାର ଭାଗିଦାରୀ ବଳରେ ଭାରତ ବିଜୟ ହାସଲ କରିଛି ।
-
Series leveled 1️⃣-1️⃣ 👏🏻👏🏻
— BCCI (@BCCI) October 9, 2022 " class="align-text-top noRightClick twitterSection" data="
A magnificent run-chase by #TeamIndia against South Africa to register a victory by 7️⃣ wickets in Ranchi! 🙌🏻
Scorecard ▶️ https://t.co/6pFItKAJW7 #INDvSA | @mastercardindia pic.twitter.com/cLmQuN9itg
">Series leveled 1️⃣-1️⃣ 👏🏻👏🏻
— BCCI (@BCCI) October 9, 2022
A magnificent run-chase by #TeamIndia against South Africa to register a victory by 7️⃣ wickets in Ranchi! 🙌🏻
Scorecard ▶️ https://t.co/6pFItKAJW7 #INDvSA | @mastercardindia pic.twitter.com/cLmQuN9itgSeries leveled 1️⃣-1️⃣ 👏🏻👏🏻
— BCCI (@BCCI) October 9, 2022
A magnificent run-chase by #TeamIndia against South Africa to register a victory by 7️⃣ wickets in Ranchi! 🙌🏻
Scorecard ▶️ https://t.co/6pFItKAJW7 #INDvSA | @mastercardindia pic.twitter.com/cLmQuN9itg
ଆଜିର ମ୍ୟାଚରେ ଇଶାନ କିଶନ ଧୂଆଁଧାର ପାଳି ଖେଳିଥିଲାବେଳେ ମାତ୍ର ୭ ରନରେ ଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ଶ୍ରେୟସ ଆୟର ବଡ଼ ସଟ ଖେଳିବା ଜାରି ରଖିଥିଲେ । ସେ ୧୧୧ ବଲରେ ୧୧୩ ରନ ହାସଲ କରିଛନ୍ତି । ପଞ୍ଚମ ୱିକେଟ ପାଇଁ ସଞ୍ଜୁ ସାମସନ ପିଚକୁ ଓହ୍ଲାଇ ଷ୍ଟ୍ରାଇକ ରୋଟେଟ କରିଥିଲେ । ସେ ୩୬ ବଲରେ ୩୦ ରନ କରିଛନ୍ତି । ଭାରତ ୪୫.୫ ଓଭରରେ ୩ ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । ଏହାପରେ ୩ ଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଫର୍ଚୁଇନ, ରାବାଡ଼ା ଓ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ ମହାରାଜ । ତେବେ ପାଳି ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଭଲ ଆରମ୍ଭ ମିଳିପାରିନଥିଲା । ହେଣ୍ଡ୍ରିକ୍ସଙ୍କ ୭୪ ଓ ମକ୍ରମଙ୍କ ୭୯ ରନ ବଳରେ ଭାରତକୁ ୨୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ୱାସିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।